Sports or Farming? ଖେଳ ହେବ ନା ଚାଷ? କାଦୁଅ ପଡ଼ିଆରେ ସାହାଣୀ କପ୍‌

4 days ago 6
ARTICLE AD BOX

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କ୍ରୀଡ଼ା ଐତିହ୍ୟ ସମ୍ପନ୍ନ ସହର ଖଡ଼ିଆଳ। ରାଜା ଆର୍ତ୍ତତ୍ରାଣଙ୍କ ନାଁରେ ନିର୍ମିତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ କ୍ରୀଡ଼ା, ବିଭିନ୍ନ ପର୍ବପର୍ବାଣି ଓ ଖଡ଼ିଆଳ ମହୋତ୍ସବ ଆୟୋଜନର ପ୍ରମୁଖ ସ୍ଥଳ। ଏହି ପଡ଼ିଆରୁ ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ ଅନେକ ପ୍ରତିଭାବାନ ଖେଳାଳି ସୃଷ୍ଟି ହୋଇଛନ୍ତି। ହେଲେ ବର୍ତ୍ତମାନ ଏହି ଗୌରବମୟ ପଡ଼ିଆର ବିକଳ ଚିତ୍ର କ୍ରୀଡ଼ାପ୍ରେମୀଙ୍କୁ ନିରାଶ କରିଛି। ନୂଆପଡ଼ା ଜିଲ୍ଲା ସଦର ଷ୍ଟାଡିୟମ ସହ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା ଚାଲିଛି। ବର୍ଷା ଯୋଗୁଁ ପଡ଼ିଆର ଅନେକ ସ୍ଥାନରେ ପାଣି ଜମିବା ସହ ମାଟି କାଦୁଅ ଭରି ରହିଛି।

Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

କାଦୁଅ ପଡ଼ିଆରେ ସାହାଣୀ କପ୍‌
ସମତଳ କରିବାକୁ ବୁଲିଲା ହଳ ଲଙ୍ଗଳ

ଖେଳ ଆରମ୍ଭ ପୂର୍ବରୁ ଚାଷ କାମରେ ବ୍ୟବହୃତ ହଳ ସହିତ କପର ବୁଲାଇ ପଡ଼ିଆକୁ ସମତଳ କରାଯାଉଥିବା ଦୃଶ୍ୟ ଏବେ କ୍ରୀଡ଼ାପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଏବେ ଏହି ପଡ଼ିଆରେ ଖଡ଼ିଆଳ, ସିନାପାଲି, ବୋଡ଼େନ ବ୍ଲକ ସହ ଖଡ଼ିଆଳ ଏନ୍ଏସିର ୬୯ଟି ଦଳକୁ ନେଇ ଫୁଟବଲ ମହକୁମ୍ଭ ଆୟୋଜିତ ହୋଇ ଆସୁଛି। ଅନ୍ୟପକ୍ଷରେ ଏହି ପଡ଼ିଆରେ ରାଜ୍ୟସ୍ତରୀୟ ସାହାଣୀ କପ ଫୁଟବଲ ପ୍ରତିଯୋଗିତା ମଧ୍ୟ ପ୍ରଥମ ଥର ଆୟୋଜିତ ହେଉଛି। ଖେଳ ପଡ଼ିଆର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସତ୍ତ୍ୱେ ପଡ଼ିଆର ରୂପରେଖରେ ଆଶାନୁରୂପ ପରିବର୍ତ୍ତନ ଆସି ନଥିବା କ୍ରୀଡ଼ାପ୍ରେମୀମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ଓ ଜାତୀୟସ୍ତରର ଖେଳାଳି ସୃଷ୍ଟି କରିଥିବା ଏହି ପଡ଼ିଆରେ ଆଜି ଖେଳ ଆରମ୍ଭ ପୂର୍ବରୁ କୃଷି କାମରେ ବ୍ୟବହୃତ ହଳ ଓ କପର ସାହାଯ୍ୟରେ ପଡ଼ିଆ ସମତଳ କରିବା ଦୃଶ୍ୟ କ୍ରୀଡ଼ା ଭିତ୍ତିଭୂମିର ଦୟନୀୟ ଚିତ୍ରକୁ ପଦାରେ ପକାଇଛି।

Neglect: ସ‌ର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ;  ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ

Read Entire Article
LEFT SIDEBAR AD

Hidden in mobile, Best for skyscrapers.