Sports man dead: ପଡ଼ିଆରେ ଯୁବ ଖେଳାଳିଙ୍କ ମୃତ୍ୟୁ; ଦୁଃଖରେ ବଦଳିଗଲା ଖୁସିର ମୁହୂର୍ତ୍ତ

11 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଖେଳାଳିଙ୍କୁ ଖେଳ ପଡ଼ିଆ ହିଁ ଅସଲ ପରିଚୟ ଦେଇଥାଏ। ପଡ଼ିଆରେ ଧମାକାଦାର ପ୍ରଦର୍ଶନ ଜଣେ ଖେଳାଳିଙ୍କୁ ରାତାରାତି ଷ୍ଟାର କରିଦେଇଥାଏ। କିନ୍ତୁ ନିକଟରେ ଜଣେ ଫୁଟବଲ ଖେଳାଳି ମ୍ୟାଚ୍‌ ସମୟରେ ଏଭଳି ଏକ ପରିସ୍ଥିତିର ସାମ୍ନା କରିଥିଲେ, ଯାହାକି ଖେଳପ୍ରେମୀ ଏବଂ ଖେଳାଳିଙ୍କୁ ସ୍ତବ୍ଧ କରିଦେବ। ଆର୍ଜେଣ୍ଟିନାରୁ ଏକ ଲୋମଟାଙ୍କୁରା ଘଟଣା ଆସିଛି, ଯାହାକି ପୁରାର ବିଶ୍ବର ଖେଳପ୍ରେମୀଙ୍କ ପାଇଁ ଦୁଃଖ ଆଣିଛି। ମ୍ୟାଚ୍‌ ସମୟରେ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି। ଏକ ଦମଦାର ସର୍ଟ ଜଣେ ଖେଳାଳିଙ୍କର ମୁଣ୍ଡରେ ବାଜିଛି, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଖେଳ ପଡ଼ିଆ ଏବଂ ପଡ଼ିଆରେ ଖେଳାଳିଙ୍କର ସୁରକ୍ଷା ତଥା ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ନେଇ ପୁଣି ଥରେ ପଶ୍ନବାଚୀ ସୃଷ୍ଟି କରିଛି। 

ରିପୋର୍ଟ ଅନୁସାରେ ୨୦୨୬ ନଭେମ୍ବର ୧୨ ତାରିଖ ଦିନ ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ ଆୟର୍ସ ନିକଟରେ ଏକ ଫୁଟବଲ ମ୍ୟାଚ୍‌ର ଆୟୋଜନ ହୋଇଥିଲଶ। ପାଜ ଅଞ୍ଚଳରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଏଫ୍‌ସି ଏଜୀଜା ଏବଂ ଡେପୋର୍ଟିଭୋ ମୁନିଜର ଯୁବ ଟିମ୍‌ ମଧ୍ୟରେ ଖେଳାଯାଇଥିଲା। ପଡ଼ିଆରେ ବହୁସଂଖ୍ୟାରେ ‌ଦର୍ଶକ ଥିଲେ। ସେମାନେ ମ୍ୟାଚରୁ ଭରପୁର ଆନନ୍ଦ ନେଇଥିଲେ। ମ୍ୟାଚକୁ ନେଇ ଉତ୍ସାହ ଦେଖାଯାଇଥିବା ବେଳେ ବିରୋଧୀ ଦଳର ଜଣେ ଖେଳାଳି ଏକ ଦମଦାର ସର୍ଟ ମାରିଥିଲେ। ବଲ୍‌ଟି ବହୁ ଦୂରକୁ ନଯାଇ ୧୮ ବର୍ଷୀୟ ଯୁବକଙ୍କର ମୁଣ୍ଡରେ ଅଟକିଥିଲା। ବଲ୍‌ଟି ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ, ଖେଳାଳି ନିୟନ୍ତ୍ରଣ କରିପାରି ନଥିଲେ। ସେ ଅଚେତ ହୋଇ ‌ତଳେ ପଡ଼ିଯାଇଥିଲେ। ଖେଳକୁ ସ୍ଥଗିତ ରଖାଗଲା ଏବଂ ମେଡିକାଲ ଟିମ୍‌ ପହଞ୍ଚି ଥିଲେ। 

Football: ଫୁଟବଲ୍‌ ଖେଳାଳି ଡି’ ମିଗୁଏଲ୍‌ ମୃତ୍ୟୁ ମାମଲା: ଓୱୋନୋଙ୍କୁ ୧୨ ମ୍ୟାଚ୍ ବାସନ୍ଦ

ପଡ଼ିଆରେ ମିଶିଗଲା ସ୍ବପ୍ନ
ସୂଚନାଯୋଗ୍ୟ, ୧୮ ବର୍ଷୀୟ ଏବେଲ ନୁନେଜ ଏଫ୍‌ସି ଏଜୀଜା କ୍ଲବର ସଦସ୍ୟ ଥିଲେ। ତାଙ୍କୁ ତାଙ୍କର ସାଙ୍ଗସାଥୀ ଏବଂ କ୍ଲବର ସଦସ୍ୟମାନେ ଜଣେ ପରିଶ୍ରମୀ ଯୁବକ ଭାବେ ଜାଣନ୍ତି। ନୁନେଜ ମଧ୍ୟ ଖେଳକୁ ନେଇ ବଡ଼ ସ୍ବପ୍ନ ଦେଖିଥିଲେ। କିନ୍ତୁ କେହି ଭାବି ନଥିଲେ ଯେ, ୨୦୨୬ ନଭେମ୍ବର ୧୨ ତାରିଖ ପଡ଼ିଆରେ ତାଙ୍କର ଲୀଳାଖେଳା ଶେଷ ହୋଇଯିବ। ଫୁଟବଲର ଆଘାତ ପାଇ ସେ ଅଚେତ ହୋଇଯିବା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖୁସିରେ ଉତ୍ସାହିତ ଦେଖାଯାଉଥିବା ଫୁଟବଲ ପଡ଼ିଆ ଶୋକରେ ପରିଣତ ହୋଇଗଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.