Bhajaman Behera’s Autobiography ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆତ୍ମଜୀବନୀ ଲୋକାର୍ପିତ

19 minutes ago 1
ARTICLE AD BOX

ଭୁବନେଶ୍ବର: ଆଜି (ବୁଧବାର) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆତ୍ମଜୀବନୀ ’ଜୀବନ ଦର୍ପଣ’ ଲୋକାର୍ପିତ ହୋଇଛି। 

ଭଜମନ ବେହେରା କଂଗ୍ରେସ ମୁହାଁ
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେଯୋଗ ଦେଇ ଉଚ୍ଚତମ ନ୍ୟାୟାଳୟର ଆଇନଜୀବୀ ତଥା ଭାରତଯୋଡ଼ ଆନ୍ଦୋଳନର ସଂଯୋଜକ ଅଭିକ ଶାହା କହିଛନ୍ତି, ସମ୍ବିଧାନର ସୁରକ୍ଷାରେ ହିଁ ଭାରତବର୍ଷରେ ସାମାଜିକ ଆର୍ଥିକ ନ୍ୟାୟ ସହିତ ରାଜନୈତିକ ନ୍ୟାୟ ପ୍ରତିଷ୍ଠା ସମ୍ଭବ। ଭୋଟ ଅଧକାର ବିନା ଉଭୟ ଗଣତନ୍ତ୍ର ଓ ସମ୍ବିଧାନ ନିରର୍ଥକ ଏବଂ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା ର ଭିତ୍ତିଭୂମି ପକାଇବ ବୋଲି ସତର୍କ କରାଇଦେଇଥିଲେ।

Sonia Gandhi: ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶ ପାଇଲା: ପ୍ରଧାନମନ୍ତ୍ରୀ ପଦକୁ ନା, ପ୍ରଣବଙ୍କ ଆକାଂକ୍ଷାଠାରୁ ମୋଦୀଙ୍କ ସହ ଦୂରତା
ଲୋକାର୍ପଣ କାର୍ଯ୍ୟକ୍ରମରେ ଦେବୀପ୍ରସାଦ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ବକ୍ତା ବିଶିଷ୍ଟ କୃଷକ ନେତା ଶ୍ରୀ ଲିଙ୍ଗରାଜ ଯୋଗ ଦେଇଥିଲେ। ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକ ସମୀକ୍ଷା କରିଥିଲେ। ଭଜମନ ବେହେରାଙ୍କ ସହଧର୍ମିଣୀ ଗୋଲାପୀ ବେହେରା, ନାତୁଣୀ ମେଘା ମୈତ୍ରେୟୀ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। 

Netanyahu Gaza war: ଆତ୍ମଜୀବନୀ ‘ପ୍ରମିସ୍‌ ମି, ଆମେରିକା’ରେ ନେତାନ୍ୟାହୁଙ୍କୁ ବିଡେନଙ୍କ ତୀବ୍ର କଟାକ୍ଷ
ଏହି ଅବସରରେ ସମ୍ବିଧାନ ଓ ଭୋଟ ଅଧିକାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।  ଅନ୍ୟମାନଙ୍କ ମଧ୍ୟରେ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ରବି ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ତଥାଗତ ଶତପଥୀ, ପଂଚାନନ କାନୁନଗୋ, ପ୍ରଫୁଲ୍ଲ ସାମନ୍ତରା, ବ୍ରଜକିଶୋର ତ୍ରିପାଠୀ , ବିଧାୟକ ଅରୁଣ ସାହୁ, ସନ୍ତୋଷ ଦାସ, ସ୍ୱାଧୀନ ପଟ୍ଟନାୟକ, ରବି ପାଣି, ଶିବାନନ୍ଦ ରାୟ, ନକୁଳ ନାୟକ, ଅନନ୍ତ ସେଠୀ, ସୁର ରାଉତରାୟ, ସୁମିତ୍ରା ପଟେଲ,ବନ୍ଦିତା ପରିଡା, ସୁମିତ୍ରା ଜେନା, ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ରାଧାକାନ୍ତ ସେଠୀ, ପ୍ରଫୁଲ୍ଲ ମଲ୍ଲିକ, ନବୀନ ନନ୍ଦ, ପ୍ରମୁଖ ଆଲୋଚନାରେ ଭାଗନେଇ ଥିଲେ। 

Book release: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚିତ
ପ୍ରଥମେ, ଜେଲରେ ବନ୍ଦୀ ଥିବା ବକ୍ସାଇଟ ଖଣି ଖନନ ବିରୋଧୀ ଆନ୍ଦୋଳନର ଅନ୍ୟତମ ନେତା ଲକ୍ଷ୍ମଣ ନାୟକଙ୍କୁ ମୁଖ୍ୟ ଅତିଥିଭାବେ ନାମ ଘୋଷଣା କରାଯାଇଥିଲା। ଏହାପରେ ସମସ୍ତ ଠିଆ ହୋଇ ସମ୍ମାନ ଜଣାଇଥିଲେ। ସସ୍ମିତା ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଅକ୍ଷୟ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ଆତ୍ମଜା ଶ୍ରେୟାଶ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.