ARTICLE AD BOX
ନବରଙ୍ଗପୁର(ସୁରେଶ ନାଇଡ଼ୁ): ପରିବେଶ ଓ ପାରିପାର୍ଶ୍ବିକ ପରିବେଶର ପ୍ରଦୂଷଣକୁ ନେଇ ଦାଏର ଏକ ଆବେଦନକୁ ଗ୍ରହଣ କରି ଜାତୀୟ ମାନବିକ ଅଧିକାର କମିଶନ(ଏନ୍ଏଚ୍ଆର୍ସି) ସରଜମିନ ଯାଞ୍ଚ କରି ରିପୋର୍ଟ ଦେବାକୁ ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶାନୁସାରେ ଆଜି (ବୁଧବାର) ପ୍ରଦୂଷଣ ବୋର୍ଡର ଏକ ଟିମ୍ କାରଖାନା ପରିସରରେ ପହଞ୍ଚି ସ୍ଥିତିର ଅନୁସନ୍ଧାନ କରିଛନ୍ତି।
Pollution Complaint ମଙ୍ଗଳମ ଟିମ୍ବର୍ସର ପରିବେଶ ପ୍ରଦୂଷଣ: ଏଟିଆର୍ ଦାଖଲ ପାଇଁ ଓପିସିବିକୁ ଏନ୍ଏଚ୍ଆର୍ସିର ନିର୍ଦ୍ଦେଶ
ବୋର୍ଡର ବରିଷ୍ଠ ପ୍ରଦୂଷଣ ବିଭାଗ ଇଂଜିନିୟର ଇଂ ପ୍ରମୋଦ ଚନ୍ଦ୍ର ବେହେରା, ଆଂଚଳିକ ପରିବେଶ ପ୍ରଦୂଷଣ ଅଧିକାରୀ ଇଂ ଦୀପେଶ ବିଶ୍ବାଳଙ୍କୁ ନେଇ ଏକ ଟିମ୍ ଆଜି ପୂର୍ବାହ୍ଣରେ କାରଖାନାରେ ପହଞ୍ଚିଥିଲେ। କାରଖାନାର ଜଳଯୋଗାଣ ବ୍ୟବସ୍ଥା, ସ୍ବିୱେଜ୍ ୱାର୍କସ( ମଇଳା ନିଷ୍କାସନ ବ୍ୟବସ୍ଥା) , ବର୍ଜ୍ୟବସ୍ତୁ ବିଶୋଧନ କେନ୍ଦ୍ର, ମଇଳା ଓ ବର୍ଜ ଆଦିର ନିଷ୍କାସନ୍ ବ୍ୟବସ୍ଥାକୁ ଦେଖିଥିଲେ।
ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ କୁମାର ମଙ୍ଗଳମ ବିର୍ଲାଙ୍କ ଆହ୍ବାନ : ‘ରାଷ୍ଟ୍ର ବିକାଶର ନେତୃତ୍ବ ନିଅ’
କମ୍ପାନୀରେ ତିନିଟି ଯନ୍ତ୍ରାଂଶ ଯଥା ଇଲେକ୍ଟ୍ରୋଷ୍ଟାଟିକ୍ ପ୍ରିସିପିଟେଟର୍ (ଇଏସପି)ର ନିରନ୍ତର ଆମ୍ବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ଷ୍ଟେସନ (ସିଏଏକ୍ବୁଏମ୍ଏସ୍ ) ଓ ନିରନ୍ତର ନିର୍ଗମନ ମନିଟରିଂ ସିଷ୍ଟମ (ସିଇଏମଏସ) ଧୂଆଁ ବାହାରୁଥିବା ଚିମିନିରେ ଲଗାଇବାକୁ ପୂର୍ବରୁ ପ୍ରଦୁଷଣ ବୋର୍ଡ ନିର୍ଦ୍ଦେଶ ଦେଇଥିଲା। ଏସବୁ ଯନ୍ତ୍ରପାତି ଲଗାଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନଥିବା ଦେଖିବାକୁ ମିଳିଥିଲା।
/filters:format(webp)/sambad/media/media_files/2026/11/18/ngp-manglam-3-2026-11-18-20-54-08.jpg)
ଇଏସପିର କିଛି ଯନ୍ତ୍ରାଂଶ ଲଗାଯାଇଥିବା ବେଳେ ଏହାକୁ ଚଳାଇବାକୁ ଥିବା ଟ୍ରାନସଫରମର ଲାଗିନଥିଲା। ନିକଟସ୍ଥ ଜମିଗୁଡ଼ିକରେ ଯଦିଓ ଧାନ କଟା ସରିଥିଲା କିନ୍ତୁ ମାଟି କଳା ପଡିଯାଇଥିବା ବେଳେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏମ୍ଡିଏଫ୍ ବିଭାଗରେ ଥିବା ସାଇକେଲାନ ନାମକ ଯନ୍ତ୍ରାଂଶର ଉପରଭାଗରେ କନା ଢଙ୍କା ଯାଇଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରି ତୁରନ୍ତ ଏହାକୁ ସଜାଡି ଚାରି ପଟେ ଟିଣ ଲଗାଇବାକୁ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଥିଲେ। ମାସକ ମଧ୍ୟରେ ସମସ୍ତ ସମସ୍ୟା ଓ ଦୋଷତ୍ରୁଟିକୁ କମ୍ପାନୀ ସଜାଡିବ ବୋଲି ଡିଜିଏମ୍ ସୁଶୀଳ ସିଂ କହିଛନ୍ତି।
Pollution: ପ୍ରଦୂଷଣ ଉପରେ ଏନ୍ସିଆର୍ ରାଜ୍ୟରେ ସମ୍ମନ୍ବିତ ପଦକ୍ଷେପ ଲାଗୁ କରିବାକୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କ ଆହ୍ବାନ
ଯାଂଚ କରିବାକୁ ଆସୁଥିବା ସୂଚନା ପାଇବା ପରେ ସ୍ଥାନୀୟ କାଉନସିଲର ଅମିତ ପ୍ରଧାନ, ସତୀଶ ପଟ୍ଟନାୟକ, ଅବନୀ ପଟ୍ଟନାୟକ, ଜଗଦୀଶ ଆଚାର୍ଯ୍ୟ, ଏନ୍.ସନ୍ତୋଷ କୁମାର, ଦେବେନ୍ଦ୍ର ପଣ୍ଡା , ନବୀନ ଭତ୍ରା ପ୍ରମୁଖ ଆସି ମଙ୍ଗଳମ୍ ଟିମ୍ବର୍ସ ପାଇଁ ଉଡୁଥିବା କାଠଗୁଣ୍ଡ, କଳାଧୁଆଁ ଯୋଗୁଁ ପରିବେଶ ପ୍ରଦୁଷଣ ହେଉଛି ବୋଲି ଅଭିଯୋଗ କରିଥିଲେ। ସତୀଶ ପଟ୍ଟନାୟକ ଓ କୁସୁମି ଗାଁର ଦଶମୁ ଭତରା ଜମିରେ ଥିବା ବେଳେ ଅଧିକାରୀଙ୍କୁ ଭେଟି କମ୍ପାନୀର ବର୍ଜବସ୍ତୁ ଓ ବିଷାକ୍ତ ପାଣି ଯୋଗୁଁ ଅଧିକା ଧାନ ପସଲ ଉତ୍ପାଦନ ହେଉନଥିବା ଅଭିଯୋଗ କରିଥିଲେ।
Air Pollution Can Damage DNA: ବାୟୁ ପ୍ରଦୂଷଣ ନଷ୍ଟ କରୁଛି ଡିଏନ୍ଏ! ଜାଣନ୍ତୁ ଶରୀର ଉପରେ ଏହାର ଭୟଙ୍କର ପ୍ରଭାବ
ସୂଚନାଯୋଗ୍ୟ, ପ୍ରଦୂଷଣ ନେଇ ମାନାବାଧିକାର କର୍ମୀ ଅନୁପ ପାତ୍ର ଜାତୀୟ ମାନବିକ ଅଧିକାର କମିସନରେ ମାମଲା ରୁଜୁ କରିଥିଲେ। ଏନ୍ଏଚ୍ଆର୍ସି ରାଜ୍ୟ ପ୍ରଦୂଷଣ ବୋର୍ଡକୁ ୪ସପ୍ତାହ ମଧ୍ୟରେ ପୁନଃ ଯାଂଚ କରି ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

8 minutes ago
1


