Encounter: ଲସ୍କରରେ ଯୋଗଦେବାର ଠିକ୍ ବର୍ଷକ ପରେ ନିପାତ ହେଲା ଆତଙ୍କବାଦୀ ଲତିଫ୍ ଭଟ୍ଟ

19 minutes ago 1
ARTICLE AD BOX

ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାରେ ବୁଧବାର ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ଲସ୍କର-ଏ-ତୋଇବାର ଜଣେ କୁଖ୍ୟାତ ଆତଙ୍କବାଦୀ ମହମ୍ମଦ ଲତିଫ୍ ଭଟ୍ଟ ନିହତ ହୋଇଛି। ଆତଙ୍କବାଦୀ ସଂଗଠନରେ ଯୋଗଦେବାର ଠିକ୍ ଏକବର୍ଷ ପରେ ତା’ର ମୃତ୍ୟୁ ହୋଇଛି। ୨୨ ବର୍ଷୀୟ ଲତିଫ୍‌କୁ ସୁରକ୍ଷା ଏଜେନ୍ସି ‘ଏ କ୍ୟାଟେଗୋରି’ ଆତଙ୍କବାଦୀ ଭାବେ ଚିହ୍ନଟ କରିଥିଲା।

କାଠମିସ୍ତ୍ରି ଭାବେ କରୁଥିଲା କାମ
ପୁଲିସ ସୂଚନା ଅନୁଯାୟୀ, ଲତିଫ୍ ୨୦୨୫ ନଭେମ୍ବର ୧୮ରେ ଲସ୍କରରେ ଯୋଗ ଦେଇଥିଲା। ଏହା ପୂର୍ବରୁ ସେ ଜଣେ କାଠମିସ୍ତ୍ରି ଭାବେ କାମ କରୁଥିଲା। ଲତିଫ୍ କୁଲଗାମ୍‌ର ସରକାରୀ ଡିଗ୍ରି କଲେଜରେ ସ୍ନାତକ ପଢ଼ିବାକୁ ନାମ ଲେଖାଇଥିଲେ ମଧ୍ୟ ପାଠପଢ଼ା ଶେଷ କରିନଥିଲା। ୨୦୨୫ ନଭେମ୍ବର ୧୮ରେ ସେ ଘରୁ ନିଖୋଜ ହୋଇଯାଇଥିଲା। ପରେ ଆତଙ୍କବାଦୀ ସଂଗଠନ ସହ ତା’ର ସମ୍ପୃକ୍ତି ଜଣାପଡ଼ିଥିଲା। ନଭେମ୍ବର ୧୧ରେ କୁଲଗାମ୍‌ର ଅଖରାନ୍ ଗାଁ ନିକଟରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ଚେକ୍‌ପୋଷ୍ଟ ଉପରେ ହୋଇଥିବା ଆକ୍ରମଣରେ ଲତିଫ୍‌ର ସମ୍ପୃକ୍ତି ଥିଲା। ଏଥିରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ଆହତ ହୋଇଥିଲେ। ଆକ୍ରମଣ ପୂର୍ବରୁ ଲତିଫ୍ ଓ ତା’ର ସହଯୋଗୀ ଉମର ନିସାର ଦାର୍ ଅଞ୍ଚଳରେ ରେକି କରିଥିବା ପୁଲିସ କହିଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ୍‌ରୁ ଏହାର ପ୍ରମାଣ ମିଳିଥିଲା।

ସନ୍ଦେହ କରୁଥିଲା ତଦନ୍ତକାରୀ ସଂସ୍ଥା
ଜୁଲାଇ ୨୨ରେ ଜଣେ ପୁଲିସ ହେଡ୍ କନଷ୍ଟେବଳଙ୍କ ହତ୍ୟା ଏବଂ ଅଗଷ୍ଟ ୧ରେ କୁଲଗାମ୍‌ରେ ଦୁଇଜଣ ପ୍ରବାସୀ ଶ୍ରମିକଙ୍କ ହତ୍ୟା ଘଟଣାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିଲା। ଏଥିସହ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମରେ ମଧ୍ୟ ତା’ର ଭୂମିକା ଥିବା ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଥିଲା। ଲସ୍କରର ଛାୟା ସଂଗଠନ ଭାବେ ପରିଚିତ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆର୍‌ଏଫ୍‌) ସହ ମଧ୍ୟ ତା’ର ସମ୍ପର୍କ ଥିଲା। ନଭେମ୍ବର ୧୬ରେ ସୁରକ୍ଷା ବାହିନୀ କୁଲଗାମ୍‌ର ଲାରୁ ଗାଁରେ ଲତିଫ୍ ଓ ତା’ର ସହଯୋଗୀ ଉମର ନିସାର ଦାର୍‌କୁ ଘେରିଥିଲେ। ସେହି ଗୁଳିବିନିମୟରେ ଲତିଫ ମରିଛି ବୋଲି ଖବର ପ୍ରକାଶ ପାଇଥିଲା। କିନ୍ତୁ ସେତେବେଳେ ତା’ର ସହଯୋଗୀ ଉମର ନିହତ ହୋଇଥିବା ବେଳେ ଲତିଫ୍ ଖସି ପଳାଇଥିଲା। 

Climate Change: ଚରମ ପାଣିପାଗ ଘଟଣାରେ ୩୦ ବର୍ଷରେ ୯ ଲକ୍ଷ ମୃତ, ଆର୍ଥିକ କ୍ଷତି ୪.୭ ଟ୍ରିଲିୟନ୍ ଡଲାର

ଏହାପରେ ସୁରକ୍ଷା ବାହିନୀ କୁଲଗାମ୍‌ର ବିଭିନ୍ନ ଅଞ୍ଚଳରେ ତଲାସି ଅଭିଯାନ ଜାରି ରଖିଥିଲେ। ବୁଧବାର ଲତିଫ୍ ଜଙ୍ଗଲପୋରା-ଜଙ୍ଗଲଗାମ୍ ଅଞ୍ଚଳର ଏକ ମସଜିଦ୍‌ରେ ଲୁଚିଥିବା ସୂଚନା ପାଇ ସୁରକ୍ଷା ବାହିନୀ ତାକୁ ଘେରିଥିଲେ। ରାତି ପ୍ରାୟ ୨ଟା ୪୫ରେ ସେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ପରେ ପାଲଟା ଜବାବରେ ନିହତ ହୋଇଥିଲା। ମସଜିଦ୍‌ର କୌଣସି କ୍ଷତି ନ ହେବା ପାଇଁ ସୁରକ୍ଷା ବାହିନୀ ଯଥାସମ୍ଭବ ସତର୍କତା ଅବଲମ୍ବନ କରିଥିଲେ। ପୁଲିସ ପକ୍ଷରୁ ମୃତଦେହ ସହ ଏକ ଅସ୍ତ୍ର ଜବତ କରାଯାଇଛି। ଏବେ ତା’ର ସ୍ଥାନୀୟ ସହଯୋଗୀ, ନେଟ୍‌ୱର୍କ ଓ ପାକିସ୍ତାନରେ ଥିବା ନିୟନ୍ତ୍ରକଙ୍କ ସମ୍ପର୍କରେ ତଦନ୍ତ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.