Sports event: ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଅଘଟଣ: ପୋଖରୀରେ ବୁଡ଼ି ଛାତ୍ର ମୃତ

40 minutes ago 1
ARTICLE AD BOX

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ଭାକରସାହିର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ବାଲିପାଟଣା ବ୍ଲକ୍‌ ବାରିଲୋ ଗ୍ରାମର ମନୋଜ କୁମାର ସାହୁଙ୍କ ୧୫ ବର୍ଷୀୟ ଏକମାତ୍ର ପୁଅ ଅର୍ଣ୍ଣବ ସାହୁ। ଏହି ଘଟଣା ପରେ କାର୍ଯ୍ୟକ୍ରମ ଆୟୋଜକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ତଦାରଖ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।

Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ

ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପସ୍ଥିତି ସତ୍ତ୍ୱେ ଛାତ୍ରମାନେ କିପରି ବିପଦପୂର୍ଣ୍ଣ ଗଭୀର ପୋଖରୀ ପାଖକୁ ଗଲେ ଏବଂ ଏ ନେଇ କର୍ତ୍ତୃପକ୍ଷ କିପରି ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି  ଆକସ୍ମିକ ଦୁର୍ଘଟଣା ପରେ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଘଟଣା ପରେ ଛାତ୍ର ସହିତ ଆସିଥିବା ଖେଳ ଶିକ୍ଷକଙ୍କୁ ନିଲମ୍ବନ କରାଯିବା ସହ ନରଣଗଡ଼ ପିଏମଶ୍ରୀ ଚିନ୍ତାମଣି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଖେଳଶିକ୍ଷକ ନିଲମ୍ବିତ, ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ୍‌ ନରଣଗଡ଼ ପିଏମ୍‌ଶ୍ରୀ ଚିନ୍ତାମଣି ଉଚ୍ଚବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗ ଦେବା ପାଇଁ ଅର୍ଣ୍ଣବ ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଦୁଇଦିନ ତଳେ ଖୋର୍ଦ୍ଧା ଆସିଥିଲେ। ମଙ୍ଗଳବାର ସକାଳେ ଅର୍ଣ୍ଣବ ଓ ବାଲିଅନ୍ତା ଅଞ୍ଚଳର ଆଉ ଜଣେ ଛାତ୍ର ବିଦ୍ୟାଳୟ ନିକଟସ୍ଥ ଭୋଗପୁର ଗ୍ରାମରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଉଭୟ ଗଭୀର ପାଣିରେ ବୁଡ଼ିଯାଇଥିଲେ। ଗ୍ରାମବାସୀ ଏହା ଦେଖି ତୁରନ୍ତ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିଲେ।

Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ

ଜଙ୍କିଆ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏକମାତ୍ର ପୁଅକୁ ହରାଇ ମନୋଜ ସାହୁଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଛାତ୍ରଙ୍କ ସୁରକ୍ଷାରେ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.