ARTICLE AD BOX
ଭୁବନେଶ୍ୱର: ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବାକୁ ଅଙ୍ଗନବାଡ଼ି ଓ ସ୍କୁଲ ଜରିଆରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ଆହୁରି ଉନ୍ନତି ଆଣିବାକୁ ସମ୍ପୂର୍ଣ୍ଣ ପରିବାରକୁ ସାମିଲ କରାଯାଉଛି। ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଓଡ଼ିଶାକୁ କୁପୋଷଣମୁକ୍ତ କରାଯିବ ବୋଲି ବରମୁଣ୍ଡାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ‘୯ମ ରାଷ୍ଟ୍ରୀୟ ପୋଷଣ ମାସ’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Horoscope 2026 September 30: ଜାଣନ୍ତୁ ଆଜିର ରାଶିଫଳ
‘ତ୍ରିରଙ୍ଗା ଥାଳି’, ରନ୍ଧା ଖାଦ୍ୟର ଗୁଣବତ୍ତା ମାପିଲେ
ପିଲାମାନଙ୍କୁ ଖାଦ୍ୟ ପରଷିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଲେ, ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଶିଶୁଙ୍କ ଲାଳନପାଳନରେ ମା’ଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ରହିଛି। ତୃଣମୂଳସ୍ତରରେ ନିଃସ୍ୱାର୍ଥପର ସେବା ପ୍ରଦାନ କରି ଶିଶୁ ଟିକାକରଣ, ଅନୁଷ୍ଠାନଗତ ପ୍ରସବ ବୃଦ୍ଧି, ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ କରିବାର ପ୍ରକୃତ ଶ୍ରେୟ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଏଏନ୍ଏମ୍ ଓ ଆଶା କର୍ମୀମାନଙ୍କର। ପୂର୍ବରୁ ଓଡ଼ିଶା ଦେଶରେ ଅଧିକ ଶିଶୁ ଓ ମାତୃ ମୃତ୍ୟୁହାର ରାଜ୍ୟ ଥିଲା। ମାତ୍ର ଆଜି ଏହି ଦୁଇଟି ମାପକାଠିରେ ରାଜ୍ୟ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିପାରିଛି।
Flight service: ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍ ପାଇଁ ଚୀନ୍ ସହ ଆଲୋଚନା କରୁଛି ଭାରତ
ମହିଳାଙ୍କ ସଶକ୍ତୀକରଣ ପାଇଁ ସରକାରଙ୍କ ଦ୍ୱାରା ‘ସୁଭଦ୍ରା ଯୋଜନା’, ‘ଲକ୍ଷପତି ଦିଦି’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ କରିବା ସହ ସରକାରଙ୍କ ମୋଟ ବଜେଟର ୪୦% କେବଳ ମହିଳାମାନଙ୍କ ପାଇଁ ଖର୍ଚ୍ଚ ହେଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଅଙ୍ଗନବାଡ଼ି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଖାଦ୍ୟ ପରଷିବା ସହ ସ୍କୁଲ କିଟ୍ ବଣ୍ଟନ କରି ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ନିମନ୍ତେ ବାପାମାନଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ କମିସନର ମୃଣାଳିନୀ ଦରସ୍ବାଲ, ବିଭାଗୀୟ ନିର୍ଦ୍ଦେଶକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

41 minutes ago
1


