ARTICLE AD BOX
ଭୁବନେଶ୍ବର:ଭୁବନେଶ୍ୱରର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟର ବାର୍ଷିକ ଉତ୍ସବ ପୋଖରୀପୁଟ ସ୍ଥିତ ପାର୍କ ଲ୍ୟାଣ୍ଡ ରିସର୍ଟଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଆସୁଥିବା କିଛି ଯୁବ କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
France vs Morocco: ଫ୍ରାନ୍ସ ସେମିଫାଇନାଲ୍ରେ: ମେସିଙ୍କ ସମକକ୍ଷ ହେଲେ ଏମ୍ବାପେ
କୁନି କ୍ରିକେଟ୍ ଖେଳାଳିଙ୍କୁ ମାନପତ୍ର ଓ ଟ୍ରଫି
ସମ୍ବର୍ଦ୍ଧିତ ହୋଇଥିବା ୧୬ ବର୍ଷରୁ କମ୍ ବର୍ଗର କୁନି କୁନି କ୍ରିକେଟ୍ ଖେଳାଳିଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ବିହାରୀ ଲାଲ ସ୍ପୋର୍ଟସ ଟ୍ରଷ୍ଟ ବିଭିନ୍ନ କ୍ରୀଡ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ୍ଙ୍କୁ ସହଯୋଗର ହାତ ବଢ଼ାଇବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ଅକ୍ଷୟ ଜେନା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର୍ ରଶ୍ମିରଞ୍ଜନ ପରିଡ଼ା, ଦୀପକ ମଙ୍ଗରାଜ, କ୍ରିକେଟ୍ ପ୍ରଶିକ୍ଷକ କ୍ଷୀରୋଦ ବେହେରା, ମନୋଜ ବିଶ୍ୱାଳ, ତୋଫାନ ସାମନ୍ତରାୟ, କାଜଲ ବଳିୟାରସିଂ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ।

1 hour ago
1


