ARTICLE AD BOX
ଅଙ୍କାରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ନାଟୋ ସମ୍ମିଳନୀ ଅବସରରେ ଆମେରିକାର ଟ୍ରେଜେରୀ ସେକ୍ରେଟେରୀ ସ୍କଟ୍ ବେସେଣ୍ଟଙ୍କୁ ସ୍ପେନ୍ ସହ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ତୁରନ୍ତ ଛିନ୍ନ କରିବାକୁ କହିଛନ୍ତି। ତୁର୍କୀର ଅଙ୍କାରାଠାରେ ଆୟୋଜିତ ନାଟୋ ସମ୍ମିଳନୀର ପ୍ରାରମ୍ଭରେ ସଙ୍ଗଠନର ମହାନିର୍ଦ୍ଦେଶକ ମାର୍କ ରୁଟ୍ଟେଙ୍କ ସହ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସ୍ପେନକୁ ନାଟୋ ସାମରିକ ମେଣ୍ଟର ଏକ ‘ଅତି ଖରାପ ଅଂଶୀଦାର’ ଭାବେ ଟ୍ରମ୍ପ ବର୍ଣ୍ଣନା କରିଛନ୍ତି। ସେ ସ୍ପେନ୍ ସହ କୌଣସି ପ୍ରକାର ବ୍ୟବସାୟ କରିବାକୁ ଚାହାଁନ୍ତି ନାହିଁ ବୋଲି ସ୍ପଷ୍ଟ କରିବା ସହ ନିଜ ଅଧିକାରୀଙ୍କୁ ସେମାନଙ୍କ ସହ ଆଦୌ କଥା ନହେବାକୁ କହିଛନ୍ତି।
ଆହୁରି ପଢନ୍ତୁ :Accident: ସାଇକେଲ ଆରୋହୀକୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍, ବୃଦ୍ଧ ମୃତ
ଟ୍ରମ୍ପଙ୍କ ଏହି କଠୋର ଆଭିମୁଖ୍ୟ ପଛରେ ଦୀର୍ଘ ଦିନର ସାମରିକ ଓ ରାଜନୈତିକ ବିବାଦ ରହିଛି। ସ୍ପେନ୍ ନାଟୋର ଜିଡିପିର ୫ ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା ପ୍ରସ୍ତାବକୁ ଗ୍ରହଣ କରିନଥିବା ବେଳେ, ସେଠାକାର ସରକାର ଇରାନ ସହ ସଂଘର୍ଷ ସମୟରେ ଆମେରିକାକୁ ସ୍ପେନର ଆକାଶମାର୍ଗ ଓ ସାମରିକ ଘାଟି ବ୍ୟବହାର କରିବାକୁ ମଧ୍ୟ ବାରଣ କରିଥିଲା। ସ୍ପେନରେ ଆମେରିକାର ଦୁଇଟି ପ୍ରମୁଖ ସାମରିକ ଘାଟି ‘ରୋଟା ନାଭାଲ ଷ୍ଟେସନ’ ଏବଂ ‘ମୋରୋନ୍ ଏୟାର ବେସ୍’ ରହିଛି, ଯାହା ଭୂମଧ୍ୟସାଗରୀୟ ଅଞ୍ଚଳରେ ଆମେରିକାର ଅପରେସନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଗତ ମାର୍ଚ୍ଚ ମାସରେ ସ୍ପେନ୍ ଏହି ମିଳିତ ଘାଟିଗୁଡ଼ିକୁ ଇରାନ ବିରୋଧୀ ମିଶନ ପାଇଁ ବ୍ୟବହାର କରିବାକୁ ଆମେରିକା ସେନାକୁ ସଫା ସଫା ମନା କରିଦେଇଥିଲା, ଯାହାକୁ ନେଇ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ସ୍ପେନକୁ ନାଟୋ ମେଣ୍ଟରୁ ନିଲମ୍ବିତ କରିବା ନେଇ ମଧ୍ୟ ଚର୍ଚ୍ଚା କରୁଥିଲା।
ଆହୁରି ପଢନ୍ତୁ :Cricket: ଆଇସିସି ବୋର୍ଡକୁ ପଲାନି, ଉସ୍ମାନି, ରୁଡ଼ି ନିର୍ବାଚିତ: ଖୱାଜାଙ୍କ ପରାଜୟ
ସେପଟେ ଟ୍ରମ୍ପଙ୍କ ଏହି ବାଣିଜ୍ୟିକ ପ୍ରତିବନ୍ଧକ ଧମକ ଉପରେ ପ୍ରତିକ୍ରିୟା ରଖି ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ସେମାନେ ଏହାକୁ ଏକ ‘ସାଧାରଣ ବ୍ୟବସାୟିକ ପ୍ରକ୍ରିୟା’ ଭାବେ ଦେଖୁଛନ୍ତି। ଆମେରିକା ସହ ସ୍ପେନର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ସର୍ବଦା ଉତ୍କୃଷ୍ଟ ରହିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ କରିବାର ଉଦ୍ଦେଶ୍ୟ ସ୍ପେନର ନାହିଁ ବୋଲି ସରକାରୀ ବୟାନରେ କୁହାଯାଇଛି।

1 hour ago
1


