Sonam Wangchuk: ୨୦ ଦିନରେ ୱାଙ୍ଗଚୁକ୍‌ଙ୍କ ଅନଶନ: ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଷ୍ଟ ହେବା ଚେତାବନୀ ଦେଲେ ଡାକ୍ତର

10 hours ago 2
ARTICLE AD BOX

ନୂଆଦିଲ୍ଲୀ: ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପ୍ରବେଶ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି। ୱାଙ୍ଗଚୁକ୍‌ଙ୍କ ବିଭିନ୍ନ ଅଙ୍ଗ ଗୁରୁତର ଭାବେ ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି। ଦିଲ୍ଲୀ ହାଇକୋର୍ଟ ପ୍ରତିଦିନ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ ନିର୍ଦ୍ଦେଶ ଦେବାପରେ ବିଭିନ୍ନ ରାଜନୈତିକ ଦଳର ନେତା, ଜନପ୍ରତିନିଧି ଓ ଆଇନଗତ ସଂସ୍ଥା ତାଙ୍କୁ ଅନଶନ ଭଙ୍ଗ କରିବାକୁ ଅନୁରୋଧ କରିଛନ୍ତି। ୱାଙ୍ଗଚୁକ୍‌ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି।

Rath Yatra: ଗୁଜରାଟରେ ‘ରଥଯାତ୍ରା’, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ସୂଚନାଯୋଗ୍ୟ, ବିଭିନ୍ନ ପରୀକ୍ଷାରେ ଅନିୟମିତତା ତଥା ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସୋନମ୍‌ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନ କରିଛନ୍ତି। କକ୍ରୋଚ ଜନତା ପାର୍ଟିର ପ୍ରତି‌ଷ୍ଠାତା ଅଭିଜିତ୍‌ ଦୀପ୍‌କେ ଅନଶନ ଭାଙ୍ଗିବାକୁ ଅନୁ‌ରୋଧ କରିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେଉଥିବା କହିଛନ୍ତି। ଡାକ୍ତର ସତୀଶ ଲାମ୍ବାଙ୍କ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ମେଡିକାଲ୍ ବୁଲେଟିନ୍ ଅନୁଯାୟୀ, ଜୁନ୍ ୨୮ ତାରିଖରେ ଅନଶନ ଆରମ୍ଭ କରିବା ପରଠାରୁ ୱାଙ୍ଗଚୁକ୍ ନଅ କିଲୋଗ୍ରାମରୁ ଅଧିକ ଓଜନ ହ୍ରାସ କରିଛନ୍ତି ଓ ବର୍ତ୍ତମାନ ତାଙ୍କର ଓଜନ ୫୬.୯ କିଲୋଗ୍ରାମ ରହିଛି। ଲାମ୍ବା କହିଛନ୍ତି ଯେ, ୱାଙ୍ଗଚୁକ୍ ଦୀର୍ଘ ସମୟ ଧରି ଅନଶନ କରିବା ଯୋଗୁ ତାଙ୍କ ଶରୀର ଗ୍ଲୁକୋଜ୍ ଶେଷ ହେବାକୁ ଲାଗିଲାଣି। ପରବର୍ତ୍ତୀ ସମୟରେ ତାଙ୍କ ଅଙ୍ଗ ପ୍ରଭାବିତ ହେବ।ତେବେ ୱାଙ୍ଗଚୁକଙ୍କ ପାଇଁ ବିଭିନ୍ନ ମହଲରେ ସମର୍ଥନ ବଢ଼ିବାରେ ଲାଗିଛି। ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ୱାଙ୍ଗଚୁକ୍‌ଙ୍କ ସହିତ କେନ୍ଦ୍ର ସରକାର କାହିଁକି ଆଲୋଚନା କରୁନଥିବା କହି ସମାଲୋଚନା କରିଛନ୍ତି।

ଦାବି ନ ମାନିବା ପର୍ଯ୍ୟନ୍ତ ତାଙ୍କର ଅନଶନ ଜାରି ରଖିବି: ୱାଙ୍ଗଚୁକ୍

ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ ଯନ୍ତରମନ୍ତରଠାରେ ୱାଙ୍ଗଚୁକ୍‌ଙ୍କୁ ଭେଟି ତାଙ୍କ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ସରକାରଙ୍କୁ ସାମାଜିକ କର୍ମୀ ଓ ଛାତ୍ରମାନଙ୍କ ଦାବି ମାନିବାକୁ କହିଛନ୍ତି। କେଜ୍ରିୱାଲଙ୍କ ସହିତ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ଦଳର ନେତା ଅନୁରାଗ ଧଣ୍ଡା, ସୌରଭ ଭରଦ୍ୱାଜ, ବିଧାୟକ ସଞ୍ଜୀବ ଝା, କୁଲଦୀପ ଯାଦବ ଓ ଜର୍ଣ୍ଣେଲ ସିଂ ଧାରଣାସ୍ଥଳକୁ ଯାଇଥିଲେ। ସୁପ୍ରିମ‌କୋର୍ଟ ବାର୍‌ ଆସୋସିଏସନ୍‌ ମଧ୍ୟ ୱାଙ୍ଗଚୁକଙ୍କୁ ଭେଟି ଅନଶନ ଭାଙ୍ଗିବାକୁ ଅନୁରୋଧ କରିଛି। ସଙ୍ଗୀତକାର ବିଶାଲ ଡଡଲାନି, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ସାୟାଜୀ ସିନ୍ଦେ, ଅତୁଲ କୁଲକର୍ଣ୍ଣି, ବୀର ଦାସ, ଲେଖିକା ଶୋଭା ଦେ, ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ଓ ପୂର୍ବତନ କଂଗ୍ରେସ ସାଂସଦ ପ୍ରିୟା ଦତ୍ତ ମଧ୍ୟ ୱାଙ୍ଗଚୁକଙ୍କ ସହ କଥାବାର୍ତ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଓ ୱାଙ୍ଗଚୁକ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ। ଅର୍ଥନୀତିଜ୍ଞ ଜିନ୍‌ ଦ୍ରେଜେ ଓ ରୀତିକା ଖେରା ଧାରଣାସ୍ଥଳ ଯାଇ ୱାଙ୍ଗଚୁକ୍‌ଙ୍କୁ ଭେଟିଛନ୍ତି। କକ୍ରୋଚ ଜନତା ପାର୍ଟି କହିଛି ଯେ, ଜୁଲାଇ ୨୦ରେ ସଂସଦ ଅଭିମୁଖେ ହେବାକୁ ଥିବା ପଦଯାତ୍ରାରେ ପ୍ରାୟ ୧.୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ୱାଙ୍ଗଚୁକ୍ କହିଛନ୍ତି, ସରକାର ତାଙ୍କ ଦାବି ନ ମାନିବା ପର୍ଯ୍ୟନ୍ତ ତାଙ୍କର ଅନଶନ ଜାରି ରଖିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.