Solid Waste Management ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ

23 hours ago 4
ARTICLE AD BOX

ଭୁବନେଶ୍ୱର:  ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ବୈଜ୍ଞାନିକ ଓ ଉତ୍ତରଦାୟୀ କରିବା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳ (ୟୁଏଲ୍‌ବି)ରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୬କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Waste managment in ULBs

ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସ୍ୱଚ୍ଛ ଭାରତ ମିଶନ-ଅର୍ବାନର ସ୍ୱତନ୍ତ୍ର ସଚିବ ତଥା ମିଶନ ଡାଇରେକ୍ଟର, ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର, ଏସପିସିବିର ବରିଷ୍ଠ ଅଧିକାରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପରିମଳ ଟିମ୍‌ର ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ  ଆବର୍ଜନାରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ବହୁଳ ବର୍ଜ୍ୟ ଉତ୍ପାଦନକାରୀଙ୍କ ଉପରେ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବାକୁ ଏବଂ ଅଣଆନୁଷ୍ଠାନିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଆନୁଷ୍ଠାନିକ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । 

Toilet waste in Puri canal: ପୁରୀ କେନାଲ୍‌ରେ ମିଶୁଛି ଶୌଚାଳୟ ବର୍ଜ୍ୟ: ପଡ଼ିଛି ଶୌଚାଳୟ ପାଇପ୍‌, ଗଦା ‌ହୋଇଛି କୁଢ଼କୁଢ଼ ଆବର୍ଜନା

ଉତ୍ସରୁ ବାଧ୍ୟତାମୂଳକ ଚାରି-ସ୍ତରୀୟ ବର୍ଜ୍ୟ ପୃଥକୀକରଣ ଓ ପୃଥକ ସଂଗ୍ରହ ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ୭୩ଟି ୟୁଏଲବିରେ ସାନିଟାରୀ ଏବଂ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ବର୍ଜ୍ୟ ପାଇଁ ପୃଥକ ସଂଗ୍ରହ ବ୍ୟବସ୍ଥା ସଂଯୋଜିତ ହୋଇଥିବା ବେଳେ ଅବଶିଷ୍ଟ ୟୁଏଲବିଗୁଡ଼ିକୁ ମଧ୍ୟ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରି ପୃଥକୀକୃତ ବର୍ଜ୍ୟର ଉପଯୁକ୍ତ ସଂଗ୍ରହ ଓ ପରିଚାଳନା ସୁନିଶ୍ଚିତ କରିବାକୁ କୁହାଯାଇଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ  ପୋର୍ଟାଲରେ ବହୁଳ ବର୍ଜ୍ୟ ଉତ୍ପାଦନକାରୀ (ବଲ୍କ ୱେଷ୍ଟ ଜେନେରେଟର)ମାନଙ୍କର ବ୍ୟବସ୍ଥିତ ଗଣନା, ବର୍ଗୀକରଣ ଓ ପଞ୍ଜୀକରଣ କରାଯିବ । ନିୟମ ଅନୁଯାୟୀ ସେମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାକୁ ପଡ଼ିବ । ଯେଉଁମାନେ ନିଜ ସ୍ତରରେ ବର୍ଜ୍ୟ ପ୍ରକ୍ରିୟାକରଣ କରିବାରେ ଅସମର୍ଥ, ସେମାନଙ୍କୁ ସ୍ଥାନୀୟ ପ୍ରଶାସନକୁ ବର୍ଜ୍ୟ ହସ୍ତାନ୍ତର ପୂର୍ବରୁ ସମ୍ପୃକ୍ତ ୟୁଏଲବି ଠାରୁ ‘ଏକ୍ସଟେଣ୍ଡେଡ୍ ବଲ୍କ ୱେଷ୍ଟ ଜେନେରେଟର୍ସ ରେସପନସିବିଲିଟି’ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ । ଏହି ବ୍ୟବସ୍ଥାର ବୈଷୟିକ ମାର୍ଗଦର୍ଶନ ପାଇଁ ୟୁଏଲବିଗୁଡ଼ିକ ସହ ଏକ ସମନ୍ୱୟ ବୈଠକ ଆୟୋଜନ କରିବାକୁ ଏସପିସିବିର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକଙ୍କୁ ଅନୁରୋଧ କରାଯାଇଛି ।

Plastic waste is increasing: ବଢୁଛି ପ୍ଲାଷ୍ଟିକ୍‌ ଆବର୍ଜନା

ନିୟମାବଳୀର ତଦାରଖ ଓ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରିବା ପାଇଁ ପରିବେଶ (ସୁରକ୍ଷା) ଆଇନ, ୧୯୮୬ ଅନୁଯାୟୀ ଜିଲ୍ଲାପାଳମାନଙ୍କୁ ସକ୍ରିୟ ଭୂମିକା ନେବାକୁ କୁହାଯାଇଛି । ନିୟମ ଉଲ୍ଲଂଘନକାରୀ ବଲ୍କ ୱେଷ୍ଟ ଜେନେରେଟରମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ନିୟମିତ ତଦାରଖ ପାଇଁ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର ‘ସ୍ପେଶାଲ ସେଲ୍’ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକତା ଅନୁଯାୟୀ ଭର୍ଚୁଆଲ ଯାଞ୍ଚ କରିବା ସହ ପାକ୍ଷିକ ଅନୁପାଳନ ରିପୋର୍ଟ ନିର୍ଦ୍ଧାରିତ ରାଜ୍ୟ ସଚିବମାନଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ କୁହାଯାଇଛି ।

E-waste: ଇଲେକ୍ଟ୍ରୋନିକ୍‌ ଆବର୍ଜନା ପ୍ରଗତି ପଛରେ ଦୁର୍ଗତି

ଭୁବନେଶ୍ୱରରେ ବର୍ଜ୍ୟ ପରିଚାଳନାକୁ ଅଧିକ ପ୍ରଭାବୀ କରିବା ଉପରେ ମଧ୍ୟ ବୈଠକରେ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଥିଲା । ବିଏମସି ଅଧୀନସ୍ଥ ସମସ୍ତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି)ର କ୍ଷମତାର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ପାଇଁ ବର୍ଜ୍ୟର ସମାନ ବଣ୍ଟନ ଉପରେ ଗୁରୁତ୍ୱ ଦିଆଯାଇଛି। ସହରର ବର୍ଜ୍ୟର ବୈଜ୍ଞାନିକ ପରିଚାଳନା ସହ ସୈନିକ ସ୍କୁଲ ଟିଟିଏସ୍‌ରେ ସଂଗୃହୀତ ବର୍ଜ୍ୟର ସମାଧାନ ପାଇଁ ଏକ ସ୍ପଷ୍ଟ ଓ ସମୟବଦ୍ଧ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.