ARTICLE AD BOX
ବଣାଇଁଗଡ଼: ବଣାଇଁ ଓ ଲହୁଣୀପଡ଼ା ଥାନା ଅଞ୍ଚଳରେ ପୃଥକ୍ ପୃଥକ୍ ଘଟଣାରେ ସାପ କାମୁଡ଼ାରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମ ଘଟଣା ବଣାଇଁ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ପଞ୍ଚାୟତର ତେଲଡିହି ଗ୍ରାମରେ ଘଟିଛି। ଗ୍ରାମର ପର୍ଶୁରାମ କିଷାନ ଘରୁ ବାହାରକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏଥିରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Anganwadi: ଭଡ଼ାଘରେ ବନ୍ଧାପଡ଼ିଛି ପିଲାଙ୍କ ଭବିଷ୍ୟତ, ୨୧୯ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ
ସେହିପରି ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁରଡା ପଞ୍ଚାୟତର ଭାଲିଆଡିହି ଗ୍ରାମରେ ରାଇମୁନି ମୁଣ୍ଡା ନାମକ ଜଣେ ମହିଳା ସାପ କାମୁଡ଼ାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ସେ ଫୁଲଝର ଗ୍ରାମରୁ ନିଜ ମାଆଙ୍କ ଘର ଭାଲିଆଡିହିକୁ ଆସିଥିଲେ। ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପ୍ରଥମେ ପରିବାର ଲୋକେ ତାଙ୍କର ଝାଡ଼ଫୁଙ୍କା କରାଇଥିଲେ। ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅପମୃତ୍ୟୁ ମାମଲା ରୁଜୁ
ଘଟଣା ସମ୍ପର୍କରେ ପରିବାର ଲୋକେ ସମ୍ପୃକ୍ତ ଥାନାକୁ ସୂଚନା ଦେବା ପରେ ବଣାଇଁ ଓ ଲହୁଣୀପଡ଼ା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଉଭୟ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଜାରି ରଖିଛି।

1 hour ago
2


