Snake Bite: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ, ବାପା ଗୁରୁତର

1 hour ago 2
ARTICLE AD BOX

ଦେବଗଡ଼: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ। ଏହାସହିତ ବାପା ଗୁରୁତର ହୋଇଥିବା ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକର ତିଲେଇମାଳ ଗ୍ରାମରେ। ମୃତ ଶିଶୁ ହେଲେ ସେହି ଗ୍ରାମର ରାମଚନ୍ଦ୍ର କିଷାନଙ୍କ ପୁଅ ନିତେଶ( ୨ ମାସ)। ରାମଚନ୍ଦ୍ର ଗୁରୁତର ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ମେଡିକାଲରେ ଭର୍ତ୍ତି ନ କରି ଝଡ଼ାଫୁଙ୍କା କରିଥଲେ

ସୂଚନା ଅନୁଯାୟୀ, ଆଜି ସକାଳେ ରାମଚନ୍ଦ୍ର ଓ ତାଙ୍କ ପୁଅ ନିତେଶ ଘରର ବାରଣ୍ଡାରେ ଶୋଇଥିବା ବେଳେ  ଉଭୟଙ୍କୁ ସାପ କାମୁଡ଼ି ଥିଲା। ତେବେ ନିତେଶର ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ର ଗୁରୁତର ହୋଇଥିବା ବେଳେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ନ କରି ଝଡ଼ାଫୁଙ୍କା କରିଥଲେ। ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥଲେ।

Dead Body: ଦୁଧେଇ ନଦୀରୁ ମହିଳାଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.