ARTICLE AD BOX
ଶୋଇଥିବା ବେଳେ ସାପ କାମୁଡିବାରୁ ଜଣେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶିଶୁ ହେଲେ ଖଇରା ଥାନା ମଖନପୁର ପଂଚାୟତ ବରଗିଡି ଗ୍ରାମର ଶଶିକାନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ ଓମକାର ମଲ୍ଲିକ।
death by snake bite Photograph: (sambad.in)ସୋର: ଶୋଇଥିବା ବେଳେ ସାପ କାମୁଡ଼ିବାରୁ ଜଣେ ଅଢ଼େଇ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଶିଶୁ ହେଲେ ଖାଇରା ଥାନା ମଖନପୁର ପଂଚାୟତ ବରଗିଡି ଗ୍ରାମର ଶଶିକାନ୍ତ ମଲ୍ଲିକଙ୍କ ଏକମାତ୍ର ପୁଅ ଓମକାର ମଲ୍ଲିକ। ଓଁକାରଙ୍କ ମାଙ୍କ କହିବା ଅନୁସାରେ, ଗତକାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ବିଷଧର ସାପକୁ ଦେଖି ପରିବାର ଲୋକେ ସାପଟିକୁ ମାରିଥିଲେ।
ଡାକ୍ତର ମୃତ ଘୋଷଣା କରିଥିଲେ
କିଛି ସମୟ ପରେ ଓମକାରର ଦେହ ଖରାପ ହେବାରୁ ତାଙ୍କୁ ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


