ARTICLE AD BOX
ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣିଗୁଡା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଗର୍ଭବତୀ ମହିଳାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି।
ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ
ସୂଚନାଯୋଗ୍ୟ, ପୂର୍ଣ୍ଣିଗୁଡା ଗ୍ରାମର ସଦନ ଭତ୍ରା ଏବଂ ତାଙ୍କ ସ୍ତ୍ରୀ ବୈଦି ଭତରା (୨୪) ରାତିରେ ଖାଇପିଇ ତଳେ ଶୋଇଥିଲେ। ତେବେ ଭୋର ୪ ଘଣ୍ଟା ସମୟରେ ବୈଦି କୌଣସି ଏକ ସରୀସୃପ ପ୍ରାଣୀ କାମୁଡ଼ିଥିବା ଜାଣି ପାରି ସ୍ୱାମୀଙ୍କୁ କହିଥିଲେ। ପରେ ପରିବାର ଲୋକ ଘରେ ଖୋଜିବା ପରେ ଏକ ବିଷାକ୍ତ ସାପ ଦେଖି ସାପ କାମୁଡ଼ିଥିବା ଜାଣିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
Schools Closed: ପ୍ରବଳ ବର୍ଷା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ନୂଆପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ
ତେବେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ଆଗରୁ ବୈଦିଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

2 hours ago
1


