ARTICLE AD BOX
ମୁମ୍ବାଇ: ରିଲାଏନ୍ସ ରିଟେଲ୍ର ଅଂଶ ସ୍ମାର୍ଟ ବଜାର ପକ୍ଷରୁ ଫୁଲ୍ ପୈସା ବସୁଲ୍ ସେଲ୍ ଘୋଷଣା କରାଯାଇଛି ଯାହା ଚଳିତ ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପାଞ୍ଚ ଦିନିଆ ସେଲ୍ରେ ଗ୍ରାହକମାନେ ହୋମ୍ ଓ ପର୍ସନାଲ୍ କେୟାରଠାରୁ ଆରମ୍ଭ କରି ପ୍ରକ୍ରିୟାକୃତ ଖାଦ୍ୟ, ଦୁଗ୍ଧ, ଘରକରଣା ଓ ଫ୍ୟାସନ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଡିଲ୍ ପାଇପାରିବେ। ଗ୍ରାହକମାନେ ୭୯୯ ଟଙ୍କାରେ ୫ କେଜି ବାସମତୀ ଚାଉଳ ଓ ୨.୭୩ କେଜି ତେଲ ପାଇପାରିବେ।
ଆହୁରି ପଢନ୍ତୁ :climate resilience Odisha ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ
ସେହିପରି ବିସ୍କୁଟ ଓ ଚକୋଲେଟ୍ ଉପରେ ଦୁଇଟି କିଣିଲେ ଗୋଟିଏ ମାଗଣା, ୩.୬ ଏଲ୍/୫ କେଜି ଡିଟରଜେଣ୍ଟ୍ ଉପରେ ସର୍ବନିମ୍ନ ୩୩% ରିହାତି, ପ୍ରମୁଖ ବ୍ରାଣ୍ଡ୍ର ସାମ୍ପୁ ଉପରେ ଫ୍ଲାଟ୍ ୬୦% ରିହାତି ଏବଂ ଫ୍ଲାଟ୍ ୯୯୯ ଟଙ୍କାରେ ୨ଟି ଷ୍ଟେନ୍ଲେସ୍ ଷ୍ଟିଲ୍ ଟ୍ରିପ୍ଲି କୁକ୍ୱେୟାର କମ୍ବୋ ପାଇପାରିବେ। ସେଲ୍ ସମ୍ପର୍କରେ ରିଲାଏନ୍ସରିଟେଲ୍ର ଗ୍ରୋସରି ରିଟେଲ୍ର ସିଇଓ ଦାମୋଦର ମଲ୍ଲ କହିଛନ୍ତି ଯେ ଭାରତୀୟ ପରିବାରଗୁଡ଼ିକ ପ୍ରତି ଖର୍ଚ୍ଚ କରୁଥିବା ପ୍ରତିିଟି ଟଙ୍କାର ମୂଲ୍ୟ ପାଇବା ସାଲିସ କରିବା ନୁହେଁ, ଏହା ହେଉଛି କଣ, କେତେବେଳେ ଓ କେତେ ପରିମାରରେ କିଣିବା ତାହାକୁ ନେଇ ବୁଦ୍ଧିମାନର ପରିଚୟ ଦେବା। ସ୍ମାର୍ଟ ବଜାରରେ ଫୁଲ ପୈସା ବସୁଲ୍ ସେଲ୍ରେ ଆମେ ସେହି ମାନସିକତାକୁ ପାଳନ କରୁଛୁ ବୋଲି ସେ କହିଛନ୍ତି।

1 hour ago
1


