ARTICLE AD BOX
ନୂଆଦିଲ୍ଲୀ: ସ୍ଲୋଭେନିଆସ୍ଥିତ ଭାରତୀୟ ଦୂତାବାସକୁ ବିକୃତ କରାଯିବା ଘଟଣାକୁ ଭାରତ ନିନ୍ଦା କରିଛି। ଏହି ଘଟଣା ପଛରେ ଖଲିସ୍ତାନୀ ଗୋଷ୍ଠୀ ଥିବା ଦାବି ହେଉଥିବାବେଳେ ଭାରତ ଏହି ଘଟଣାରେ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଲୋଭେନିଆ କର୍ତ୍ତୃପକ୍ଷଙ୍କୁ କହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ସ୍ଲୋଭେନିଆର ଲଜୁବଲଜାନାସ୍ଥିତ ଆମ ଦୂତାବାସ ପରିସରକୁ ଭାରତ ବିରୋଧୀ ତତ୍ତ୍ୱମାନେ ବିକୃତ କରିଥିବା ଘଟଣାକୁ ଆମେ ନିନ୍ଦା କରୁଛୁ। ତେବେ ଏହି ଘଟଣା ପାଇଁ କିଏ ଦାୟୀ, ସେ ସମ୍ପର୍କରେ ମନ୍ତ୍ରାଳୟ ବିସ୍ତୃତ ସୂଚନା ପ୍ରଦାନ କରିନି।
ଆହୁରି ପଢନ୍ତୁ: Migrant Workers ବାହାର ରାଜ୍ୟରେ ମୃତ ୬ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସହାୟତା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର
ମିଳିଥିବା ସୂଚନା ଅନୁଯାୟୀ, ଦୂତାବାସରେ ଭାରତ ବିରୋଧୀ ସ୍ଲୋଗାନ ଲେଖି ଏହାକୁ ବିକୃତ କରିବା ପଛରେ ଖଲିସ୍ତାନୀ ସମର୍ଥକଙ୍କ ହାତ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଭିଏନା କନଭେନସନ୍ ଅନୁଯାୟୀ କୂଟନୈତିକ ପରିସରଗୁଡ଼ିକ ସୁରକ୍ଷିତ ରହିବା ଆବଶ୍ୟକ। ଏହି ମାମଲାକୁ ଭାରତ ସ୍ଲୋଭେନିଆ କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇଛି, ଯାହାଦ୍ୱାରା ଏଭଳି ନିନ୍ଦନୀୟ କାର୍ଯ୍ୟ ପଛରେ ଥିବା ଦୋଷୀମାନଙ୍କୁ ଦାୟୀ କରାଯାଇପାରିବ।
ଆହୁରି ପଢନ୍ତୁ: TRAI: ଠକେଇ କଲ୍ ରୋକିବା ପ୍ରୟାସ: ୟୁଟିଲିଟି, କୋରିଅର, ଲଜିଷ୍ଟିକ୍ସ ପାଇଁ ୧୬୦୧ ନମ୍ବର ସିରିଜ
ମନ୍ତ୍ରାଳୟ କହିଛି ଆମେ ଅନ୍ୟ ଦେଶର ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଏଭଳି ଗୋଷ୍ଠୀର ଘୃଣାପୂର୍ଣ୍ଣ ପ୍ରଚାର ଓ ମିଥ୍ୟା ସୂଚନା ଉପରେ ଧ୍ୟାନ ଦେବାକୁ ଆହ୍ୱାନ କରୁଛୁ। ତେବେ ଗତ କିଛି ବର୍ଷ ହେଲା ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀମାନେ ବ୍ରିଟେନ୍, ଆମେରିକା ଓ କାନାଡା ଭଳି ଦେଶରେ ଭାରତର କୂଟନୈତିକ ମିସନଗୁଡ଼ିକୁ ବିକୃତ କରିବା ଓ ଭଙ୍ଗାରୁଜା କରିବା ଘଟଣାରେ ଜଡିତ ଥିବା ଅଭିଯୋଗ ହୋଇଆସୁଛି।

1 hour ago
1


