Slim power bank: ନୂଆ ହାଲୁକା ଓ ପତଳା ପାୱାର୍‌ ବ୍ୟାଙ୍କ୍

2 days ago 2
ARTICLE AD BOX

ଆଜିକାଲି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ପାୱାର୍‌ ବ୍ୟାଙ୍କ୍‌ ଏକ ଅପରିହାର୍ଯ୍ୟ ସାମଗ୍ରୀ ପାଲଟିଛି। କିନ୍ତୁ ବଡ଼ ଓ ଓଜନିଆ ପାୱାର୍‌ ବ୍ୟାଙ୍କ୍‌ଗୁଡ଼ିକୁ ପକେଟରେ ଧରିବା ବେଳେବେଳେ ବହୁତ ଅସୁବିଧାଜନକ ହୋଇଥାଏ। ଏହି ସମସ୍ୟାର ସମଧାନ ପାଇଁ ସାଓମି ବଜାରକୁ ଆଣିଛି ଏହାର ନୂଆ ଉତ୍ପାଦ ‘ଅଲଟ୍ରା ଥିନ୍‌ ମ୍ୟାଗ୍ନେଟିକ୍‌ ପାୱାର୍‌ ବ୍ୟାଙ୍କ୍‌ ୫୦୦୦, ୧୫ୱାଟ୍‌’। ଭାରତୀୟ ବଜାରରେ ଏହାର ମୂଲ୍ୟ ୫୯୯୯ ଟଙ୍କା ରଖାଯାଇଛି। ଏହାର ମୂଲ୍ୟ ଅଧିକ ହୋଇଥିଲେ ହେଁ ଏହା ଏବେ ଚର୍ଚ୍ଚାରେ ଅଛି।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ

ଏହି ପାୱାର୍‌ ବ୍ୟାଙ୍କ୍‌ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଆକାର। ଏହାର ମୋଟେଇ ମାତ୍ର ୬ ମିଲିମିଟର। ଏହା ଏତେ ପତଳା ଯେ ଆପଣ ଏହାକୁ ସହଜରେ ଫୋନ୍‌ ସହ ଲଗାଇ ପକେଟରେ ରଖିପାରିବେ। ଏହାର ଓଜନ ୯୮ ଗ୍ରାମ୍‌ ଅର୍ଥାତ୍‌ ଦୁଇଟି ଅଣ୍ଡା ଓଜନ ଯେତିକି, ଏହାର ଓଜନ ପ୍ରାୟ ସେତିକି ହେବ। ଏହା ରେଡିଏଣ୍ଟ୍ ଅରେଞ୍ଜ, ଗ୍ଲେସିୟର୍‌ ସିଲ୍‌ଭର୍‌ ଓ ଗ୍ରାଫାଇଟ୍ ବ୍ଲାକ୍ ଭଳି ତିନିଟି ଆକର୍ଷକ ରଙ୍ଗରେ ଉପଲବ୍ଧ। ଏହାର ବାହାର ପଟ ଆନୋଡାଇଜ୍‌ଡ ଆଲୁମିନିଅମ୍ ଓ ତଳ ପଟ ସଫ୍‌ଟ-ଟଚ୍ ପ୍ଲାଷ୍ଟିକରେ ତିଆରି ହୋଇଛି।

Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ

ଏହା ଫୋନ୍ ପଛରେ ଦୃଢ଼ ଭାବରେ ଲାଖିରହେ। ଏଥିରେ ୫୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ସେଲ୍‌ ଲାଗିଛି। ଏହା ୧୫ ୱାଟ୍‌ ପର୍ଯ୍ୟନ୍ତ ଓୟାରଲେସ୍ ଚାର୍ଜିଂ ସପୋର୍ଟ କରେ। ୟୁଏସ୍‌ବି-ସି ପୋର୍ଟ ମାଧ୍ୟମରେ ଏହା ୨୨.୫ ୱାଟ୍‌ ପର୍ଯ୍ୟନ୍ତ ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ। ଏହା ଦ୍ବାରା ଏକା ସମୟରେ ଓୟାରଲେସ୍ ଓ ଓୟାର୍‌ଡ ପ୍ରଣାଳୀରେ ଦୁଇଟି ଡିଭାଇସ୍ ଚାର୍ଜ କରିବା ମଧ୍ୟ ସମ୍ଭବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.