ARTICLE AD BOX
ମୁମ୍ବାଇ: କକ୍ରୋଚ ଜନତା ପାର୍ଟି (ସିଜେପି) ମୁମ୍ବାଇରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ଆରମ୍ଭ କରିଛି। ମହାରାଷ୍ଟ୍ର ସରକାର ଶିବାଜୀ ପାର୍କରେ ପ୍ରଦର୍ଶନ ପାଇଁ ଅନୁମତି ନ ଦେବା ପରେ ସିଜେପି ଶିବାଜୀ ପାର୍କ ବାହାରେ ପ୍ରଦର୍ଶନ ଆରମ୍ଭ କରିଛି। ସିଜେପିର ପ୍ରଦର୍ଶନକୁ ସମର୍ଥନ କରି ବହୁ ସଂଖ୍ୟାରେ ଲୋକ ଏକଜୁଟ ହୋଇଥିବାବେଳେ ବଲିଉଡର ବର୍ଷିଆନ ଅଭିନେତା ନସିରୁଦ୍ଦିନ ଶାହ ମଧ୍ୟ ନିଜ ସମର୍ଥନ ଜଣାଇ ପହଞ୍ଚି ଥିଲେ।
ଅଭିନେତା ନାସିରୁଦ୍ଦିନ ଶାହଙ୍କୁ ଦେଖି ସିଜେପି ଆବାହକ ଅଭିଜିତ ଦୀପ୍କେ ତଟସ୍ଥ ହୋଇଯାଇଥିଲେ। ନସିରୁଦ୍ଦିନ ଶାହ ମଧ୍ୟ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦୀପକେଙ୍କ ସହ ଏହି ସାକ୍ଷାତର ଭିଡିଓ ସେୟାର କରିଛନ୍ତି।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ଆରମ୍ଭ ହୋଇଥିବା ଏହି ପ୍ରତିବାଦ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ସମଗ୍ର ଘଟଣାକୁ ଏକ ମିଥ୍ୟା କାହାଣୀ ପ୍ରସାର କରିବାର ପ୍ରୟାସ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପ୍ରଥମେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ତିନି ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ ପରେ, ସେମାନଙ୍କର ମିଥ୍ୟା କାହାଣୀର ପର୍ଦ୍ଦାଫାସ ହୋଇଛି। ଏହା ସତ୍ତ୍ୱେ, ଏହି ମିଥ୍ୟା କାହାଣୀକୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରାଯାଉଛି। ସେମାନେ ଏଥିରେ ସଫଳ ହେବେ ନାହିଁ।
ସିଜେପି ପ୍ରତିବାଦକୁ ଦୃଷ୍ଟିରେ ରଖି, ଶିବାଜୀ ପାର୍କ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ଆଖପାଖର ବାସିନ୍ଦାମାନେ ମଧ୍ୟ ପ୍ରତିବାଦ ପ୍ରତି ସେମାନଙ୍କର ଆପତ୍ତି ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ଜଣେ ବାସିନ୍ଦା କହିଛନ୍ତି, ପ୍ରସ୍ତାବିତ ପ୍ରତିବାଦ ଆମ ଅଞ୍ଚଳର ଶାନ୍ତି ଓ ଜୀବନକୁ ବ୍ୟାହତ କରୁଛି। ସେମାନେ (ସିଜେପି) ଏହାକୁ ବଳପୂର୍ବକ ଆୟୋଜନ କରିବାକୁ ଚେଷ୍ଟା କରୁଛନ୍ତି। ଆବାସିକ ଅଞ୍ଚଳ ନିକଟରେ ଏପରି ପ୍ରତିବାଦକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ।
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

47 minutes ago
2


