Tension over Cattle Meat Sale ଔପଦାରେ ଗୋହତ୍ୟା ଓ ମାଂସ ବିକ୍ରିକୁ ନେଇ ଉତ୍ତେଜନା, ୪ ଥାନା ଅଧିକାରୀଙ୍କ ସହ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

49 minutes ago 4
ARTICLE AD BOX

ଔପଦା (ସଙ୍କର୍ଷଣ ମହାନ୍ତି): ବାଲେଶ୍ୱର ଜିଲ୍ଲାର ଔପଦା ଥାନା ଅଂଚଳର ଜଙ୍ଗଲ ପାଖରେ ବସବାସ କରୁଥିବା ବସ୍ତିର ବାସିନ୍ଦା ଗୋରୁକୁ ମାରି ତାର ମାଂସକୁ ବିକ୍ରି କରିବା ଓ ଚାଲାଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି  l ଏହାର ଚେର ମୟୁରଭଞ୍ଜ ଅଂଚଳ ସହ ବିଭିନ୍ନ ଅଂଚଳକୁ ଲମ୍ବି ଥିବା ଜଣାଯାଉଛି।

Cattle Slaughter କୋରାପୁଟରେ ପ୍ରଥମ, ଗୋହତ୍ୟା ଓ ମାଂସ ବିକ୍ରି ଅପରାଧରେ ଜଣେ ମହିଳାଙ୍କ ସମେତ ୨ ଗିରଫ, ୧୩ ଅଟକ  

ଔପଦା ଥାନା ଗଡ଼ସାହି ପଞ୍ଚାୟତ ଦେବଗିରି ପାହାଡ଼ ପାଦଦେଶରେ ବାସ କରୁଥିବା ଅତାସାହି ଗ୍ରାମ ମାହାଲିଆ ସାହିର ଭାଲିଆ ତାଂଙ୍ଗ ବସ୍ତିରେ ଏ ପ୍ରକାର ଘଟଣା ଘଟିଛି । ଆଜି (ଶୁକ୍ରବାର) ଗାନ୍ଧୀ ଜୟନ୍ତୀରେ ସ୍ଥାନୀୟ ଲୋକେ ଶୌଚ ପାଇଁ ପାଖ ଜଙ୍ଗଲକୁ ଯାଉଥିବା ସମୟରେ ପଚା ଗନ୍ଧକୁ ବାରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବସ୍ତିର ଏକ ଘରେ କଳା ପଲିଥିନରେ ରଖାଯାଇଥିବା ୧୦ରୁ ଊର୍ଦ୍ଧ୍ବ ମାଂସ ପୁଟୁଳା ସହ ମାଢିଆ ଓ ବାଲ୍ଟିରେ ଥିବା ମାଂସ ସହ ଗୋରୁର ଖୁରା  ଓ ଛାଲ ପଡିଥିବାର ଦେଖିଥିଲେ  l 

ଘଟଣା ପ୍ରସାରିତ ହେବା ପରେ ଆଖପାଖ ଅଞ୍ଚଳରୁ ବିଭିନ୍ନ ଗ୍ରାମର ଶତାଧିକ ଲୋକ ସେଠାରେ ପହଞ୍ଚି ଯାଇଥିଲେ। ଅପରପକ୍ଷରେ ଔପଦା ପୁଲିସ ଖବର ପାଇ ଉତ୍ତେଜନା ଆଶଙ୍କାରେ ସେଠାରେ ପହଂଚି ଥିଲେ।  ଲୋକମାନେ ପୁଲିସ ଗାଡିକୁ ମଧ୍ୟ ଅଟକାଇବା ସହ ଗୋହତ୍ୟା କରୁଥିବା ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ନୀଳଗିରି, ସୋର, ଖଇରା ଥାନା ଓ ବାଲେଶ୍ୱର ପୁଲିସ ଅଧିକାରୀଙ୍କ ସହ ଦୁଇ ପ୍ଲାଟୁନ ସଶସ୍ତ୍ର ଯବାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ସ୍ଥଳରେ ବାଲେଶ୍ୱର ଅତିରିକ୍ତ ପୋଲିସ ଅଧୀକ୍ଷକ ପରେଶ କୁମାର ରାଉତ , ନୀଳଗିରି ଏସ ଡ଼ି ପି ଓ ନିର୍ମଳl ଗୋଚ୍ଛାୟତ ,ନୀଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ, ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ପହଞ୍ଚି‌ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। 

  ଗୋହତ୍ୟା ନିଷିଦ୍ଧ ପାଇଁ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନିଅନ୍ତୁ: ଆଲ୍ଲାହାବାଦ ହାଇକୋର୍ଟ
ଖବର ନେବାରୁ ଜଣାଯାଇଛି,  କୁସୁନଦାସପୁର ଗ୍ରାମର ନିନିମଣି ନାଇକ  ଅଳ୍ପଦିନ ପୂର୍ବେ ଏକ ଗାଈ ସହ ବାଛୁରୀକୁ ମାହାଲିଆ  ସାହିର ଅନନ୍ତl ହେମ୍ରଙ୍କୁ ପାଳିବା ପାଇଁ ଦେଇଥିଲେ। ହେଲେ ଏହି ବାଛୁରୀକୁ ଅନନ୍ତା ଓ ତାର ସହଯୋଗୀମାନେ ମାରି ତାର ମାଂସକୁ ଅନ୍ୟତ୍ର ବିକ୍ରି କରିବା ପାଇଁ କଳା ପଲଥିନରେ ଭର୍ତ୍ତି କରି ୧୦ରୁ ଊର୍ଦ୍ଧ୍ବ ପଲିଥିନ୍‌ ଜରିରେ ବାନ୍ଧି ବଳକା ମାଂସ ମାଢିଆ ଓ ବାଲ୍ଟିରେ ରଖିଥିଲେ  l  

Judgement: ପଶ୍ଚିମବଙ୍ଗ ସରକାରଙ୍କ ଗୋହତ୍ୟା କଟକଣା କାଏମ ରଖିଲେ ହାଇକୋର୍ଟ

ଏହି ଘଟଣାକୁ ନେଇ ଗୋରୁ ମାଲିକ ନିନି ମଣି ନାଇକ ଔପଦା ଥାନାରେ ଅଭିଯୋଗ କରିଛନ୍ତି  l ପୁଲିସ ଅନନ୍ତା ହେମ୍ବ୍ରମଙ୍କ ସମେତ ତାଙ୍କର ୭ରୁ ଊର୍ଦ୍ଧ୍ବ ସହଯୋଗୀଙ୍କୁ ଅଟକ ରଖିଛି। ସେମାନେ ବ୍ୟବହାର କରୁଥିବା ବାଇକ ଗୁଡିକ ମଧ୍ୟ୍ୟ ଜବତ କରାଯାଇଥିବା ବେଳେ କଟାଯାଇଥିବା ବାଛୁରୀର ପ୍ରାୟ ୪୦କିଗ୍ରା ରୁ ଅଧିକ ମାଂସ ହେବ ବୋଲି ପୁଲିସ କହିଛି। ବସ୍ତିଟି ବେଆଇନ ଭାବେ ଜଙ୍ଗଲଜମିରେ ଗଢ଼ି ଉଠିଥିବା ବେଳେ ଏଠାରେ ବସବାସ କରୁଥିବା ଆଦିବାସୀ ଶ୍ରେଣୀର ଲୋକ ମାନଂକୁ ଧର୍ମାନ୍ତୀକରଣ କରାଯାଇ ଏ ପ୍ରକାର ଜଘନ୍ୟ କାଣ୍ଡରେ ନିୟୋଜିତ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି  l ପୁଲିସ ପ୍ରଶାସନ ଏଦିଗରେ ଦୃଷ୍ଟି‌ ଦେଇ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଦାବି ହେଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.