SIR: ୩୫ ବର୍ଷ ପରେ ଦୁଇ ଭାଇଙ୍କୁ ଏକାଠି କଲା ‘ଏସ୍‌ଆଇଆର୍’

9 hours ago 2
ARTICLE AD BOX

କେବେ କେବେ ଭିନ୍ନ ଉଦ୍ଦେଶ୍ୟ ଥିବା କୌଣସି କାର୍ଯ୍ୟରୁ ଅତି ଅପ୍ରତ୍ୟାଶିତ ଫଳ ମିଳିଥାଏ। ଯେମିତି ଭୋଟର୍‌ ତନଖି ଲାଗି ହରିୟାଣାର ଗୋଟିଏ ସ୍କୁଲ୍‌ରେ ଏସ୍‌ଆଇଆର୍‌ ଯାଞ୍ଚ ବେଳେ ଅକସ୍ମାତ୍‌ ଦୁଇଭାଇ ସୀତାରାମ ଓ ବଲବୀରଙ୍କର ପୁନର୍ମିଳନ ଘଟିଛି। ପ୍ରାୟ ୩୫ ବର୍ଷ ତଳେ ଅଲଗା ହୋଇଯାଇଥିବା ଦୁଇଭାଇ ଜିନ୍ଦ୍‌ ଜିଲ୍ଲାସ୍ଥିତ ସେହି ସରକାରୀ ସ୍କୁଲ୍‌ରେ ପରସ୍ପରକୁ ଭେଟିଛନ୍ତି। 

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ

ଘଟଣାଟି ଥିଲା ଏମିତି- ସୀତାରାମ ଯାଇଥିଲେ ସ୍କୁଲ୍‌ ଲିଭିଙ୍ଗ୍‌ ସାର୍ଟିଫିକେଟ୍‌ ଆଣିବାକୁ। ବୁଥ୍‌ ଲେଭେଲ୍‌ ଅଫିସର୍‌ (ବିଏଲ୍‌ଓ) କୃଷ୍ଣ କୁମାର ତାଙ୍କୁ ତାଙ୍କ ଗଁା, ବାପା ଓ ଭାଇଙ୍କ ବିଷୟରେ ସବିଶେଷ ବିବରଣୀ ପଚାରିଲେ। ସୀତାରାମ ତାଙ୍କ ଭାଇଙ୍କ ନଁା ବଲବୀର ବୋଲି କହିଲେ। ଯାଞ୍ଚ ପ୍ରକ୍ରିୟାର ଅଂଶ ସ୍ବରୂପ ‘ବିଏଲ୍‌ଓ’ ଫୋନ୍‌ ଯୋଗେ ବଲବୀରଙ୍କ ସହିତ ଯୋଗାଯୋଗ କଲେ। ସୀତାରାମଙ୍କ ନାଁ ଶୁଣୁ ଶୁଣୁ ବଲବୀର ତତ୍‌କ୍ଷଣାତ୍‌ ଚିହ୍ନି ପକାଇ ବିଏଲ୍‌ଓଙ୍କୁ କହିଲେ- ହଁ, ସେ ମୋ ଭାଇ। ଗଲା ୩୫ ବର୍ଷ ହେଲା ମୁଁ ତାକୁ ଖୋଜୁଛି। ଏତିକି କହି ବଲବୀର ତୁରନ୍ତ ଆସି ସ୍କୁଲ୍‌ରେ ହାଜର ହେଲେ। ଦୁହେଁ ଦୁହିଁଙ୍କୁ କୋଳାକୋଳି ହୋଇ କାନ୍ଦି ପକାଇଲେ।

Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ

ବାସ୍ତବରେ ବହୁ ବର୍ଷ ଧରି ପରିବାର ଲୋକେ ସୀତାରାମଙ୍କୁ ଖୋଜାଖୋଜି କରି ନ ପାଇ ଶେଷରେ ଭାବିଥିଲେ ବୋଧହୁଏ ସେ ମରିଯାଇଛନ୍ତି। ଏତେ ବର୍ଷ ହେବ ସୀତାରାମ ପଞ୍ଜାବରେ ରହୁଥିଲେ। ପ୍ରଥମେ ସେ ଗୋଟାଏ ବେସରକାରୀ ସ୍କୁଲ୍‌ରେ ପିଅନ ଚାକିରି କରୁଥିଲେ। ତା’ପରେ ତାଙ୍କୁ ସରକାରୀ ଚାକିରିଟିଏ ମିଳିଥିଲା ଏବଂ ସେ ଭଲରେ ଜୀବନ ଅତିବାହିତ କରୁଥିଲେ।

AI: ଏଆଇ+ର ନେକ୍ସଟ୍‌ କ୍ବାଣ୍ଟମ୍‌ ଓଏସ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.