SIR: ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବତନ ମନ୍ତ୍ରୀ

3 days ago 3
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାକେଶ କୁମାର ସିଂହ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବେଆଇନ ବୋଲି ଅଭିଯୋଗ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, ଏହା ମାଧ୍ୟମରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଉଲ୍ଲଂଘନ କରୁଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେଏକ ଲମ୍ବା ଲେଖା ଲେଖିଛନ୍ତି ଯେଉଁଥିରେ ଦେଶବାସୀଙ୍କୁ ପଚାରିଛନ୍ତି ଯେ, ସେମାନେ ଭାରତକୁ ଏକ ଗଣତନ୍ତ୍ର ଭାବରେ ରଖିବାକୁ ଚାହାନ୍ତି କି ନାହିଁ।

ଭାରତରେ ଗଣତନ୍ତ୍ର ରହୁ ବୋଲି ଆପଣମାନେ ଚାହୁଁଛନ୍ତି କି ନାହିଁ ବୋଲି ଦେଶବାସୀଙ୍କୁ ପ୍ରଶ୍ନ କରିଛନ୍ତି।ଦେଶବାସୀଙ୍କୁ ଏକ ଖୋଲା ଚିଠି ଲେଖି ସେ ସୁପ୍ରିମକୋର୍ଟ ଦ୍ୱାରା ବୈଧତାପ୍ରାପ୍ତ ଏସଆଇଆର ପ୍ରକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଦେଶର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଏସଆଇଆର ପ୍ରକ୍ରିୟା ଅବୈଧ ଏବଂ ସିଇସି ମନମୁଖୀ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅନେକ ଯୁକ୍ତି ଦେଇ ବୁଝାଇବାକୁ ସେ ଚେଷ୍ଟା କରିଛନ୍ତି। ସେ ଲେଖିଛନ୍ତି,ଏସଆଇଆର ଉପରେ ସୁପ୍ରିମକୋର୍ଟଙ୍କ ରାୟ ଏହାର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିଛି। ଏହି ରାୟ ଜରୁରୀକାଳୀନ ପରିସ୍ଥିତି ଭଳି ସ୍ଥିତିକୁ ସୂଚିତ କରୁଛି।

ମହାଭିଯୋଗ ମାଧ୍ୟମରେ ଜ୍ଞାନେଶ କୁମାରଙ୍କୁ ହଟାଇବେ

ଆରକେ ସିଂହଙ୍କ ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳ ସିଇସିଙ୍କ ବିରୋଧରେ ମହାଭିଯୋଗ ଆଣିବାର ସମ୍ଭାବନା ଅନୁସନ୍ଧାନ କରୁଛନ୍ତି ଏବଂ ଏହାକୁ ସାରା ଦେଶରେ ଏକ ପ୍ରମୁଖ ରାଜନୈତିକ ଅଭିଯାନରେ ପରିଣତ କରିବାକୁ ଚାହୁଁଛନ୍ତି। ଆରକେ ସିଂହ କହିଛନ୍ତି, ବିରୋଧୀମାନେ କହୁଛନ୍ତି ଯେ, ସେମାନେ ମହାଭିଯୋଗ ମାଧ୍ୟମରେ ଜ୍ଞାନେଶ କୁମାରଙ୍କୁ ହଟାଇବେ। ଏହା ଅବାନ୍ତର। ସେମାନଙ୍କ ପାଖରେ ,ନେଇ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନାହିଁ। ଯଦି ସେମାନେ ପ୍ରକୃତରେ ସମାଧାନ ଚାହୁଁଛନ୍ତି, ତେବେ ସେମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ଦାୟର କରିବା ଉଚିତ।

ପୂର୍ବତନ ଗୃହ ସଚିବ ଅଭିଯୋଗ କରିଛନ୍ତି ଯେ, ୨୦୦୩ ପରେ ପଞ୍ଜିକୃତ ଭୋଟରମାନଙ୍କୁ ଉପଯୁକ୍ତ ଯାଞ୍ଚ ବିନା ବାଦ ଦିଆଯାଇ ପ୍ରମାଣର ସମ୍ପୂର୍ଣ୍ଣ ଭାର ଭୋଟରଙ୍କ ଉପରେ ଲଦି ଦିଆଯାଇଛି। ଏହା ଆଇନର ଏକ ପ୍ରତିଷ୍ଠିତ ନୀତି ଯେ ଜଣେ ବ୍ୟକ୍ତି ଉପରେ ପ୍ରତିବନ୍ଧକ କିମ୍ବା ଦଣ୍ଡ ଲାଗୁ କରିବା ପାଇଁ ପର୍ଯ୍ୟାପ୍ତ କାରଣ ଅଛି ତାହା ପ୍ରମାଣ କରିବାର ଭାର ଦଣ୍ଡ ଦେବାକୁ ଚାହୁଁଥିବା ବ୍ୟକ୍ତି କିମ୍ବା ସଂସ୍ଥା ଉପରେ ନ୍ୟସ୍ତ।

ଭାରତରେ ଗଣତନ୍ତ୍ର ରହୁ ବୋଲି ଆପଣମାନେ ଚାହୁଁଛନ୍ତି କି ନାହିଁ ବୋଲି ଦେଶବାସୀଙ୍କୁ ପ୍ରଶ୍ନ

ଏସଆଇଆର ପ୍ରକ୍ରିୟା ବିଶେଷ ଭାବରେ ଗରିବ ଏବଂ ପ୍ରବାସୀ ଭୋଟରମାନଙ୍କୁ କ୍ଷତି ପହଞ୍ଚାଉଛି, କାରଣ ସେମାନେ ବିଶ୍ୱାସ କରନ୍ତି ଯେ ଏହି ଲୋକମାନଙ୍କ ପାଖରେ ଡକ୍ୟୁମେଣ୍ଟର ଅଭାବ ଥାଇପାରେ କିମ୍ବା ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବା ପାଇଁ ସମ୍ବଳର ଅଭାବ ହୋଇପାରେ। ସେ ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ ଦେଶରେ ଏସଆଇଆର ନାମରେ ଭୋଟର ତାଲିକାରୁ ୧୩ କୋଟି ନାମ ବାଦ ଦିଆଯାଇଛି, ଯାହା ମୋଟ ଭୋଟରଙ୍କ ପ୍ରାୟ ୧୩ ପ୍ରତିଶତ। ଏତେ ସଂଖ୍ୟକ ନାମ ବାଦ ଦିଆଯିବା ନିଶ୍ଚିତ ଭାବରେ ନିର୍ବାଚନରେ ​​ଏକ ବଡ଼ ପ୍ରଭାବ ପକାଇପାରେ।

ଯଦି ଆମେ ଆମର ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁ, ତେବେ ସମଗ୍ର ଦେଶକୁ ସଚେତନ ଏବଂ ଏକଜୁଟ ହେବାକୁ ପଡିବ। ଜ୍ଞାନେଶ କୁମାର କ’ଣ ଏସବୁ ବେଆଇନ କାମ ନିଜେ କରିଥିଲେ ନା ତାଙ୍କୁ ତାଙ୍କ ମାଲିକଙ୍କ ଦ୍ୱାରା ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।ପୂର୍ବତନ କେନ୍ଦ୍ର ଗୃହ ସଚିବ ଆରକେ ସିଂହ ବିହାରର ଆରା ଲୋକସଭା ଆସନରୁ ଦୁଇଥର ୨୦୧୪ ଏବଂ ୨୦୧୯ ବିଜେପି ଟିକେଟରେ ଜିତିଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିଲା, କିନ୍ତୁ ସେ ତୃତୀୟ ଥର ଜିତିପାରି ନଥିଲେ।

ଜାପାନରେ ନିଜ ପ୍ରେମିକାଙ୍କ ସହ ସମୟ କାଟିଛନ୍ତି ଅର୍ଶଦୀପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.