SIR Scam: ଏସ୍‌ଆଇଆର୍‌ କେଳେଙ୍କାରୀ: କାଠଗଡ଼ାରେ ସିଇସି, ଜ୍ଞାନେଶଙ୍କ ବିରୋଧରେ ଆବେଦନ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନେଇ ଦାଖଲ ଏକ ଆବେଦନର ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି। ଏହି ଆବେଦନରେ ଜ୍ଞାନେଶ କୁମାର ଏକକ ଭାବେ ନିର୍ବାଚନ କମିସନଙ୍କ କ୍ଷମତା ପ୍ରୟୋଗ କରୁଥିବା ଅଭିଯୋଗ ଉଠାଯାଇଛି ଏବଂ ତାଙ୍କୁ ପଦରୁ ହଟାଇବାକୁ ମଧ୍ୟ ଅନୁରୋଧ କରାଯାଇଛି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠରେ ମଙ୍ଗଳବାର ଏହି ମାମଲା ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ବିକାଶ ସିଂହ। ସେ କହିଥିଲେ, ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ସର୍ବସମ୍ମତିରେ କିମ୍ବା ମତଭେଦ ହେଲେ ସଂଖ୍ୟାଗରିଷ୍ଠତା ଆଧାରରେ ହେବା ଲାଗି ଆଇନର ବ୍ୟବସ୍ଥା ରହିଛି। କିନ୍ତୁ ଗତ କିଛି ମାସରେ କମିସନ କିଭଳି କାର୍ଯ୍ୟ କରିଛି, ତାହାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଏହାପରେ ପ୍ରଧାନ ବିଚାରପତି ଆସନ୍ତା ସପ୍ତାହରେ ମାମଲାଟି ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ।
ପାଟନାର ରାକେଶ କୁମାର ସିଂହଙ୍କ ପକ୍ଷରୁ ଏହି ଆବେଦନ ଦାଖଲ ହୋଇଛି।

Education: ସିଜିୟୁରେ ଇଞ୍ଜିନିୟର ଦିବସ ପାଳିତ

ଏଥିରେ ସମ୍ବିଧାନର ଧାରା ୩୨୪ ଅନୁଯାୟୀ ନିର୍ବାଚନ ସମ୍ପର୍କିତ କ୍ଷମତା ଏକକ ମୁଖ୍ୟ ନିର୍ବାଚନ କମିସନରଙ୍କ ନୁହେଁ, ବରଂ ସମଗ୍ର ନିର୍ବାଚନ କମିସନଙ୍କ ବୋଲି ଯୁକ୍ତି ଦର୍ଶାଯାଇଛି। ୨୦୨୩ର ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନର ଆଇନର ଧାରା ୧୮କୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଏହି ମାମଲାର ପୃଷ୍ଠଭୂମିରେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ଆପତ୍ତି ରହିଛି। ଏସ୍‌ଆଇଆର୍‌ ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶ ନେଇ ଗତ ୧୦ ମାସରେ ସେମାନେ ଅନ୍ତତଃ ୧୪ ଥର ଲିଖିତ ଭାବେ ଆପତ୍ତି ଜଣାଇଥିବା ରିପୋର୍ଟ ପ୍ରକାଶ ପାଇଛି। କେତେକ ନିଷ୍ପତ୍ତି ସେମାନଙ୍କ ଜ୍ଞାତସାର କିମ୍ବା ସୁପାରିସ ବିନା ନିଆଯାଇଥିବା ସେମାନେ ଦର୍ଶାଇଥିବା କୁହାଯାଇଛି।

ତେବେ ନିର୍ବାଚନ କମିସନ ଏହି ଅଭିଯୋଗକୁ ଭିନ୍ନ ଭାବେ ଦେଖାଇଛନ୍ତି। ସାନ୍ଧୁ ଓ ଯୋଶୀ କ୍ୟାବିନେଟ୍ ସଚିବଙ୍କୁ ଦେଇଥିବା ଚିଠି ଜଣେ ଡେପୁଟେସନ୍‌ରେ ଥିବା ଅଧିକାରୀଙ୍କ ସମ୍ପର୍କିତ ଏବଂ ଏହା ନୀତି କିମ୍ବା ସୂଚନାପ୍ରଯୁକ୍ତି ବିଭାଗର ମାମଲା ନୁହେଁ ବୋଲି କମିସନ କହିଛନ୍ତି। ଏଥିସହ କମିସନଙ୍କ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିରେ ହୋଇଥିବା ମଧ୍ୟ ନିର୍ବାଚନ କମିସନ ପୂର୍ବରୁ କହିଛନ୍ତି। ଆବେଦନରେ ନିର୍ବାଚନ କମିସନଙ୍କ ମୂଳ ରେକର୍ଡ, ବୈଠକର ଏଜେଣ୍ଡା ଓ ବିବରଣୀ, ଫାଇଲ୍‌ ନୋଟିଂ, ଅନୁମୋଦନ ରେକର୍ଡ, ଆଇଟି ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଏବଂ ନିର୍ବାଚନୀ ତାଲିକାର ଡାଟାବେସ୍‌ ରେକର୍ଡ ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଏସ୍‌ଆଇଆର୍‌ ଅଧୀନରେ ନିଆଯାଇଥିବା ସମସ୍ତ ପଦକ୍ଷେପର ଆଇନଗତ ବୈଧତା ଯାଞ୍ଚ କରିବାକୁ ଆବେଦନରେ ଉଲ୍ଲେଖ ରହିଛି।

ଜ୍ଞାନେଶଙ୍କ ଅଡ଼ୁଆ ବଢ଼ୁଛି

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କେନ୍ଦ୍ର ଗୃହ ସଚିବ ଆର୍‌ କେ ସିଂହ ମଙ୍ଗଳବାର ଏକ ଖୋଲା ଚିଠି ଲେଖି ଦେଶରେ ଏସ୍‌ଆଇଆର୍‌ରେ ସିଇସି ଜ୍ଞାନେଶ କୁମାରଙ୍କ ଭୂମିକା ଉପରେ ତୀକ୍ଷ୍ଣ ପ୍ରଶ୍ନ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଶ୍ରୀ ସିଂହ କହିଛନ୍ତି, ସିଇସି ଜ୍ଞାନେଶ କୁମାର ଓ ତାଙ୍କ ମାଲିକମାନେ ଏସ୍‌ଆଇଆର୍‌ ନାଁରେ ବ୍ୟାପକ ଅନିୟମିତତା କରିଛନ୍ତି। ବିରୋଧୀ ଦଳଗୁଡ଼ିକୁ ଜ୍ଞାନେଶ କୁମାରଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାରରେ ପାଖାପାଖି ସାତ ବର୍ଷ କାର୍ଯ୍ୟ କରିଥିବା ଶ୍ରୀ ସିଂହ ଏସ୍‌ଆଇଆର୍‌କୁ ସମର୍ଥନ କରିବାକୁ ନେଇ ସୁପ୍ରିମ୍‌କୋର୍ଟଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଭୋଟର ତାଲିକା ବାଦ୍‌ ଦେବା ବିରୋଧରେ ଆବେଦନ ବିଚାରାଧୀନ ଥିବା ବେଳେ ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେଠାରେ ନୂଆ କରି ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ଯେପର୍ଯ୍ୟନ୍ତ ସିଇସି ଓ ଦୁଇ ନିର୍ବାଚନ କମିସନର ଇସ୍ତଫା ଦେଇନାହାନ୍ତି ଓ ପୁରୁଣା ପଦ୍ଧତିରେ ସିଇସିଙ୍କ ମନୋନୟନ ହୋଇନାହିଁ, ସେ ପର୍ଯ୍ୟନ୍ତ ନିର୍ବାଚନକୁ ବର୍ଜନ କରିବା ଲାଗି ସେ କହିଛନ୍ତି।

Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ ଚୋକଲିଙ୍ଗମ୍‌ଙ୍କ ଇସିଆଇନେଟ୍‌ ସଫ୍ଟୱେର୍ ପରିବର୍ତ୍ତନ ସମ୍ପର୍କିତ ଚିଠି ମଧ୍ୟ ତ୍ରୁଟିକୁ ପଦାରେ ପକାଇଛି। ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀଙ୍କୁ ସେପ୍ଟେମ୍ବର ୨୪ରେ ଲେଖିଥିବା ଚିଠିରେ ଚୋକଲିଙ୍ଗମ୍‌ ଇସିଆଇନେଟ୍‌ରେ ୫ଟି ପରିବର୍ତ୍ତନ ଦାବି କରିଥିଲେ। ଏସ୍‌ଆଇଆର୍‌କୁ ନେଇ କଂଗ୍ରେସ ପୁଣି ଥରେ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ସାଂସଦ ପବନ ଖେଡ଼ା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ କେ ସିଂହଙ୍କ ଏକ ଖୋଲା ଚିଠିକୁ ଉଦ୍ଧୃତ କରିଛନ୍ତି। ଖେଡ଼ା କହିଛନ୍ତି, ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଯୁଗ୍ମ ପ୍ରେସ୍‌ ବାର୍ତ୍ତାରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟ ଫର୍ମ ୬ରେ ପରିବର୍ତ୍ତନକୁ ସମର୍ଥନ କରିଥିଲେ। କିନ୍ତୁ ଫର୍ମ ୬ ସୁପ୍ରିମ‌କୋର୍ଟଙ୍କ ରାୟ ପରେ ପୁଣି ଥରେ ପରିବର୍ତ୍ତନ ହୋଇଥିବା ଖେଡ଼ା ଦାବି କରିଛନ୍ତି। ତେଣୁ ଯେଉଁ ଫର୍ମ ୬କୁ ସୁପ୍ରିମକୋର୍ଟଙ୍କ ସମର୍ଥନ ଥିବା ଜ୍ଞାନେଶ କୁମାର ଦାବି କରୁଛନ୍ତି, ସୁପ୍ରିମ‌କୋର୍ଟ ତାହା ଯାଞ୍ଚ କରିନାହାନ୍ତି। ଜ୍ଞାନେଶ କୁମାର ନିଜର ଭୁଲ୍‌କୁ ଘୋଡ଼ାଇବାକୁ ସୁପ୍ରିମକୋର୍ଟଙ୍କ ନାଁ ନେଉଛନ୍ତି ବୋଲି ଖେଡ଼ା କହିଛନ୍ତି।

୫ ଦାବି ରଖିଲା କଂଗ୍ରେସ

dgdadggda

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦରୁ ହଟାଇବା, ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସ୍ଥଗିତ ରଖିବା, ଭୋଟର ତାଲିକାରୁ ବାଦ୍‌ ଦିଆଯାଇଥିବା ୧୩ କୋଟିରୁ ଅଧିକ ନାମ ପୁନଃସ୍ଥାପିତ କରିବା ଏବଂ ନିର୍ବାଚନରେ ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ମଙ୍ଗଳବାର ନୂଆଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅଢ଼େଇ ଘଣ୍ଟା ଧରି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନୁଷ୍ଠିତ ହୋଇଛି। ବୈଠକକୁ ସମ୍ବୋଧିତ କରି ଖଡ଼ଗେ ଉପରୋକ୍ତ ୫ଟି ଦାବି ରଖିଛନ୍ତି।

ଜ୍ଞାନେଶ କୁମାର ନରେନ୍ଦ୍ର ମୋଦୀ ସରକାର ହାତରେ ସଖୀ କଣ୍ଢେଇ ପାଲଟିଥିବା ଅଭିଯୋଗ କରି ତାଙ୍କର ପଦରେ ରହିବାର କୌଣସି ଅଧିକାର ନାହିଁ ବୋଲି ଖଡ଼ଗେ କହିଛନ୍ତି। ତାଙ୍କୁ ତୁରନ୍ତ ପଦରୁ ହଟାଯିବା ସହ ସିିଇସିଙ୍କ ଉପରେ ଚାପ ପକାଇବା ପାଇଁ ନୈତିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ତଫା ଦିଅନ୍ତୁ ବୋଲି ଖଡ଼ଗେ ଦାବି କରିଛନ୍ତି। ସେ କହିଛନ୍ତି, ଭୋଟର ତାଲିକାରେ ପରିବର୍ତ୍ତନ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବା ଉଚିତ, ନାମ ବାଦ୍‌ ଦିଆଯାଇଥିବା ସମସ୍ତ ଭୋଟରଙ୍କୁ ଆବେଦନ କରିବାର ସୁଯୋଗ ମିଳିବା ଉଚିତ ଓ ସମସ୍ତ ରାଜନୈତିକ ଦଳକୁ ସମୟ ମଧ୍ୟରେ ସରଳ ଫର୍ମାଟରେ ଭୋଟର ତାଲିକା ଦିଆଯିବା ଉଚିତ। 

କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ନିର୍ବାଚନ ଆୟୋଗ ଓ ଏସ୍‌ଆଇଆର୍‌ ବିରୋଧରେ ଲଢେଇକୁ ରାସ୍ତାକୁ ନେବା ଲାଗି ସ୍ଥିର କରିଛି ଓ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବ ବୋଲି କହିଛି। ଖଡ଼ଗେ ଆହୁରି ମଧ୍ୟ ଦାବି କରିଥିଲେ ଯେ ଯେଉଁଠାରେ ଗୁରୁତର ଅସଙ୍ଗତି ଦେଖାଯାଏ ସେଠାରେ ସମୟସୀମା ମଧ୍ୟରେ ସ୍ବାଧୀନ ଭାବେ ତଦନ୍ତ କରାଯିବା ଉଚିତ ଓ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ କରାଯିବା ଉଚିତ, ଯାହା ଦ୍ୱାରା କେହି ଅନୁଭବ କରିବେ ନାହିଁ ଯେ ସୂଚନା ଲୁଚାଇ ରଖାଯାଇଛି। ଖଡ଼ଗେ କହିଛନ୍ତି ଯେ ଦୁଇ ଜଣ ନିର୍ବାଚନ କମିସନର ନିଜେ ସିଇସିଙ୍କ କାର୍ଯ୍ୟକୁ ସ୍ୱେଚ୍ଛାଚାରିତା ଓ ଅଯୌକ୍ତିକ ବୋଲି କହିଛନ୍ତି। ଏବେ ସମଗ୍ର ଦେଶ ଜାଣେ ଯେ ସିଇସି ଶାସକ ଦଳକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏପରି ପରିସ୍ଥିତିରେ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଉଚିତ।

ନିର୍ବାଚନ ଆସେ ଓ ଯାଏ, ସରକାର ପରିବର୍ତ୍ତନ ହୁଏ, କିନ୍ତୁ ଗଣତନ୍ତ୍ର ଓ ସମ୍ବିଧାନ ସ୍ଥାୟୀ। ଏହା ଭାରତୀୟ ଗଣତନ୍ତ୍ରର ମୂଳଦୁଆ। ଆମକୁ ପ୍ରତ୍ୟେକ ନାଗରିକଙ୍କୁ ଏହା ଜଣାଇବାକୁ ପଡ଼ିବ ଯେ ଗଣତନ୍ତ୍ରରେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ହେଉଛନ୍ତି ସାଧାରଣ ଭୋଟର; ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା କ୍ଷମତାରେ ଥିବା ନେତା ନୁହନ୍ତି ବୋଲି ଖଡ଼ଗେ କହିଛନ୍ତି। ବୈଠକରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ଜୟରାମ ରମେଶ, କେସି ବେଣୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ସଚିନ ପାଇଲଟ, ମୁକୁଲ ୱାସନିକ, ପି ଚିଦମ୍ବରମ୍‌ ଓ ଚାରିଟି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ବେଣୁଗୋପାଳ ଓ ରମେଶ କହିଛନ୍ତି, କଂଗ୍ରେସ ଯୋଗୁଁ ନିର୍ବାଚନ ଆୟୋଗଙ୍କ ଚୋରି ଜଣାପଡ଼ିଛି। ରାହୁଲ ଗାନ୍ଧୀ ଏହା ପୂର୍ବରୁ ହରିୟାଣା, କର୍ଣ୍ଣାଟକ, ମହାରାଷ୍ଟ୍ରରେ ନିର୍ବାଚନରେ ଭୋଟ ଚୋରି ପ୍ରସଙ୍ଗ ଉଠାଇ ଆସିଛନ୍ତି। ସେତେବେଳେ କେତେକ ଲୋକ ତାଙ୍କୁ ବିଶ୍ବାସ କରୁନଥିଲେ, ଏବେ ସେସବୁ ସତ ପ୍ରମାଣିତ ହୋଇଛି। ବେଣୁଗୋପାଳ ଇଣ୍ଡି ମେଣ୍ଟ ସହଯୋଗୀମାନଙ୍କ ସହ ସମନ୍ୱୟ ରଖି ରାଜ୍ୟ ଓ ଜିଲ୍ଲାସ୍ତରରେ ବିଶାଳ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.