ARTICLE AD BOX
କଣ୍ଟାମାଳ: ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଏକ ପ୍ରକାର ପ୍ରହସନ ପାଲଟଛି। ଦିଆଯାଉଥିବା ତାରିଖରେ ପ୍ରମୁଖ ଅଧିକାରୀମାନେ ଅନୁପସ୍ଥିତ ରହୁଥିବାରୁ ଭୋଟରଙ୍କ ଆପତ୍ତି ଅଭିଯୋଗର ସଠିକ ବିଚାର ହୋଇପାରୁନାହିଁ। ଫଳରେ ଅନେକ ଭୋଟର ନିରାଶ ହୋଇ ଫେରୁଥିବାଦେଖିବାକୁ ମିଳୁଛି।
SIR: ଆହୁରି ୧୨ଲକ୍ଷ ଭୋଟର କଟିବେ: ୪୬ଲକ୍ଷଙ୍କ ତଥ୍ୟ ମେଳ ଖାଉନି, ୫୮.୩୬ଲକ୍ଷ ଭୋଟରଙ୍କୁ ନୋଟିସ୍
ରବିବାର ୧୨ ଟା ସମୟରେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ କାର୍ଯ୍ୟାଳୟରେ ଏସ୍ଆଇଆର୍ ସମ୍ପର୍କିତ ଶୁଣାଣି ଶିବିର ଥିଲା। କଣ୍ଟାମାଳ ବିଡିଓ ଅଭିଯୋଗ ଶୁଣାଣିର ଦାୟିତ୍ବ ଅଧିକାରୀ ଥିଲେ। ସେ ଅନୁପସ୍ଥିତ ଥିବାରୁ ନୋଟିସ ପାଇ ହାଜର ହୋଇଥିବା ୫୦ରୁ ଊର୍ଦ୍ଧ୍ବ ଭୋଟର ନିରାଶ ହୋଇ ଫେରିଥିଲେ।
ଏସ୍ଆଇଆର୍ରେ ଯେଉଁ ଭୋଟରଙ୍କ ତ୍ରୁଟି ରହିଛି ସେମାନଙ୍କୁ ନୋଟିସ୍ ଜାରି କରି ୯ତାରିଖ ଦିନ ଲମ୍ବସରି ପଞ୍ଚାୟତ ଅଫିସରେ ହାଜର ହେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା l ତେଣୁ ମାର୍ଡଲ୍, ବରଗାଁ, ବେହେରାପଡା, ସେଲାମାଲ୍, ସାଙ୍କୋଚ୍, ଜାମୁଖୋଲ୍, ପିଣ୍ଡାପଦର ଓ ଅରଖପଦର ଆଦି ଗ୍ରାମର ୫୦ରୁ ଊର୍ଦ୍ଧ୍ବ ଭୋଟର, କେତେକ ବିଏଲ୍ଓ ଓ ଅଙ୍ଗନବାଡିକର୍ମୀ ମାନେ ସକାଳ ୯ ଟାରୁ ମଧ୍ୟାହ୍ଣ୧୨ ଟା ଯାଏଁ ଅପେକ୍ଷା କରିଥିଲେ l ହେଲେ ଦାୟିତ୍ଵରେ ଥିବା କୌଣସି ଅଧିକାରୀ ନ ଆସିବାରୁ ଦୂରଦୂରାନ୍ତରୁ ଆସିଥିବା ପୁରୁଷ ଓ ମହିଳା ଭୋଟର ନିରାଶ ହୋଇ ଘରକୁ ଫେରି ଯାଇଥିବା ଅଭିଯୋଗ ହୋଇଛି l
SIR Hearing ସଂଶୋଧିତ ଭୋଟରତାଲିକାର ଶୁଣାଣି କାର୍ଯ୍ୟକ୍ରମ
ଏ ସମ୍ପର୍କରେ ଦାୟିତ୍ଵରେ ଥିବା କଣ୍ଟାମାଳ ବିଡିଓ ସାମି ଜୟଶ୍ରୀ ରେଡ୍ଡୀଙ୍କୁ ପଚାରିବାରୁ କହିଛନ୍ତି, ସେ ଦାୟିତ୍ଵରେ ନଥିଲେ, ଯିଏ ଦାୟିତ୍ଵରେ ଥିଲେ ତାଙ୍କ ଦେହ ଖରାପ ହେବାରୁ ଯାଇ ନାହାନ୍ତି। ଆଜି (ସୋମବାର) ଯାଇଛନ୍ତି ବୋଲି କହିଛନ୍ତି l ଅନ୍ୟ ପକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଚାରିବାରୁ ଏହାର ଦାୟିତ୍ଵରେ ଥିବା ବିଡିଓ ଏସ୍ଆଇଆର୍ ଜନ ଶୁଣାଣିକୁ କାହିଁକି ଗଲେ ନାହିଁ ପଚାରି ବୁଝୁଛି ବୋଲି କହିଛନ୍ତି l ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କୁ ପଚାରିବାରୁ ଏହାର ବିଧିବଦ୍ଧ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି l
ସୂଚନାଯୋଗ୍ୟ ଯେ ବିଗତ ଦିନରେ ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଏଲଓ ଦାୟିତ୍ଵରେ ଥିବା ଏକାଧିକ ଶିକ୍ଷକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଳମ୍ବନ କରାଯାଇଛି l ଏହି ସ୍ଥିତିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

5 days ago
6


