SIR Controversy: ଏସ୍‌ଆଇଆର୍ ବିବାଦ : ସିଇସିଙ୍କୁ ନିଲମ୍ବନ କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

41 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ନିଲମ୍ବନ ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍) ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କୌଣସି ଏକପାଖିଆ ଅନ୍ତରୀଣ ଆଦେଶ ଦେବାକୁ ମନା କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚି ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗମ୍ଭୀର ଅଭିଯୋଗ ଉପରେ ପ୍ରଥମେ ନିର୍ବାଚନ ଆୟୋଗ ଏବଂ ଅନ୍ୟ ପ୍ରତିପକ୍ଷଙ୍କ ଜବାବ ଲୋଡ଼ିଛନ୍ତି। ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାର, ଭାରତୀୟ ନିର୍ବାଚନ କମିସନ (ଇସିଆଇ), ସିଇସି ଜ୍ଞାନେଶ କୁମାର, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ, ବିବେକ ଯୋଶୀ, ଉପ-ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କୁ ନୋଟିସ୍ ଜାରି କରିଛନ୍ତି।

ଆହୁରି ପଢନ୍ତୁ :OAS Officers Transfer ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ଯୁକ୍ତି ବାଢ଼ିଥିଲେ ଯେ, ସିଇସି ଆଇନର ନିଯୁକ୍ତି ପ୍ରକ୍ରିୟା ବୃହତ୍ତର ଖଣ୍ଡପୀଠରେ ବିଚାରାଧୀନ ଥିଲେ ହେଁ, ବର୍ତ୍ତମାନ ପ୍ରତ୍ୟେକ ନାଗରିକ ନିଜର ମତାଧିକାରକୁ ନେଇ ଅସୁରକ୍ଷିତ ମନେ କରୁଥିବାରୁ ତୁରନ୍ତ କିଛି ଅନ୍ତରୀଣ ପଦକ୍ଷେପ ଆବଶ୍ୟକ। ସେ କେନ୍ଦ୍ରୀୟ ନିର୍ବାଚନ କମିସନର ଅଧିନିୟମର ଧାରା ୧୮ର ଉଲ୍ଲେଖ କରି କହିଥିଲେ ଯେ, ଆୟୋଗଙ୍କ ନିଷ୍ପତ୍ତି ଯଥାସମ୍ଭବ ସର୍ବସମ୍ମତ କିମ୍ବା ବହୁମତ ଆଧାରରେ ହେବା ଉଚିତ। ଏଥିସହ ଧାରା ୧୬ ମାଧ୍ୟମରେ ସିଇସିଙ୍କୁ ମିଳିଥିବା ଆଇନଗତ ସୁରକ୍ଷା ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ପାଖରେ ମଧ୍ୟ ନାହିଁ ବୋଲି ସେ ଦର୍ଶାଇଥିଲେ। ଯେତେବେଳେ ଖଣ୍ଡପୀଠ କହିଥିଲେ ଯେ ସିଇସିଙ୍କୁ ନିଲମ୍ବନ କଲେ ଆୟୋଗର କାର୍ଯ୍ୟ ସ୍ଥଗିତ ହୋଇଯିବ ଏବଂ ନିର୍ବାଚନ କିଏ କରାଇବ, ସେତେବେଳେ ବିକାଶ ସିଂହ କହିଥିଲେ, ‘ଏଥିପାଇଁ କୋର୍ଟଙ୍କୁ ତୁରନ୍ତ ଆଦେଶ ଦେବାକୁ ହେବ, ନଚେତ୍ ଦେଶ ଜଳିଯିବ’ । ତେବେ ଏହି ଯୁକ୍ତିକୁ ଖଣ୍ଡପୀଠ ଅଗ୍ରାହ୍ୟ କରିବା ସହ କୌଣସି ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ।

ଆହୁରି ପଢନ୍ତୁ :Congress Blames ଦେଶର ଅର୍ଥନୀତି ସଙ୍କଟମୁହାଁ : କଂଗ୍ରେସ

ବିଚାରପତି ବାଗଚି ପ୍ରଶ୍ନ କରିଥିଲେ ଯେ, ଅନ୍ୟ ପକ୍ଷର ଶୁଣାଣି ନକରି କୋର୍ଟ କେମିତି ଏକପାଖିଆ ଭାବେ ନିଷ୍ପତ୍ତି ନେବେ ଯେ ସିଇସିଙ୍କ ସମସ୍ତ ନିଷ୍ପତ୍ତି ମନମୁଖୀ ଥିଲା। ଯଦି ପ୍ରାଥମିକ ରେକର୍ଡରୁ ପ୍ରମାଣିତ ହୁଏ ଯେ ନିଷ୍ପତ୍ତି ସର୍ବସମ୍ମତ ନଥିଲା, ତେବେ କୋର୍ଟ ସେଗୁଡ଼ିକକୁ ବେଆଇନ ବା ସାମ୍ବିଧାନିକ ବ୍ୟବସ୍ଥା ବାହାରେ ବୋଲି ଘୋଷଣା କରି ରଦ୍ଦ କରିପାରିବେ। ସିଜେଆଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋର୍ଟ କେବଳ ଖବରକାଗଜ ରିପୋର୍ଟ ଉପରେ ନିର୍ଭର କରି ଆଦେଶ ଦେଇପାରିବେ ନାହିଁ।

ଆହୁରି ପଢନ୍ତୁ :Keyboard: ୱାୟରଲେସ୍ କିମ୍ବା ୱାୟର୍ଡ କିବୋର୍ଡ: ଜାଣନ୍ତୁ ଆପଣଙ୍କ ପାଇଁ କେଉଁଟି ସବୁଠୁ ଭଲ?

ଉଲ୍ଲେଖଯୋଗ୍ୟ, ସିଇସି ଜ୍ଞାନେଶ କୁମାର ଅନ୍ୟ ଦୁଇଜଣ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ଦ୍ବାରା ଉଠାଯାଇଥିବା ଅତିକମରେ ୧୪ ଟି ଆପତ୍ତିକୁ ଏଡ଼ାଇ ଏକାକୀ ନିଷ୍ପତ୍ତି ନେଇଥିବା ଅଭିଯୋଗରେ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଦ୍ୱିତୀୟ ଆବେଦନକାରୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ଏହି ୧୪ ଟି ଯାକ ଏକପାଖିଆ ନିଷ୍ପତ୍ତିକୁ ରଦ୍ଦ କରିବା ସହ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏବଂ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରି ‘ଇସିଆଇନେଟ୍’ ଏବଂ ‘ଇଆରଓନେଟ୍’ ଡାଟାବେସର ଫୋରେନସିକ୍ ଅଡିଟ୍ କରିବାକୁ ଦାବି କରିଛନ୍ତି।

ଆହୁରି ପଢନ୍ତୁ :Kandhamal worker death କେରଳରେ କନ୍ଧମାଳ ଜିଲ୍ଲାର ଶ୍ରମିକଙ୍କ ମୃତ୍ୟୁ

ଏସ୍‌ଆଇଆର୍ ପ୍ରକ୍ରିୟା ସମୟରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇଥିବା ଘଟଣାର ତଦନ୍ତ ପାଇଁ ଏହି ଆବେଦନ କରାଯାଇଛି। ଏହି ସମସ୍ତ ଅଭିଯୋଗରେ ସରକାରୀ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜ୍ଞାନେଶ କୁମାର, ବରିଷ୍ଠ ଉପ-ନିର୍ବାଚନ କମିସନର ମନୀଷ ଗର୍ଗ ଏବଂ ଆଇଟି ମହାପ୍ରବନ୍ଧକ ସୀମା ଖାନ୍ନାଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଦାବି ହୋଇଛି। ଆବେଦନରେ ଅନ୍ୟ ଅଭିଯୋଗ ମଧ୍ୟରେ ବେଆଇନ ଭାବେ ‘ଫର୍ମ ୬’ର ସଂଶୋଧନ, ମତଦାତା ଡାଟାବେସର କେନ୍ଦ୍ରୀକରଣ ଏବଂ ଯୋଗ୍ୟ ଭୋଟରଙ୍କ ନାମ ପୁନଃସଂଯୋଗରେ ବିଫଳତା ଆଦି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.