ARTICLE AD BOX
ନୂଆଦିଲ୍ଲୀ: ବିମାନ ଇନ୍ଧନ (ଏଟିଏଫ୍) ଦର ବଢ଼ିବା ପରେ ଘରୋଇ ଏୟାରଲାଇନ୍ ଇଣ୍ଡିଗୋ ଏହାର ଘରୋଇ ଓ ଅନ୍ତର୍ଜାତୀୟ ବିମାନର ଇନ୍ଧନ ସର୍ଚାର୍ଜ ବଢ଼ାଇଛି। ଆସନ୍ତାକାଲିଠାରୁ ତାହା ଲାଗୁ ହେବ। ଏହାର ପ୍ରଭାବରେ କମ୍ପାନିର ଟିକଟ ଦର ବଢ଼ିବା ଆଶଙ୍କା ରହିଛି। ଘରୋଇ ବିମାନରେ ଯାତ୍ରା ଦୂରତା ଅନୁସାରେ ଇନ୍ଧନ ସରଚାର୍ଜ ଧାର୍ଯ୍ୟ କରାଯାଇଛି।
୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୩୭୫ ଟଙ୍କା, ୫୦୧ରୁ ୧୦୦୦ କିମି ପାଇଁ ୬୦୦ ଟଙ୍କା ଓ ୧୦୦୧ରୁ ୧୫୦୦ କିମି ଯାତ୍ରା ପାଇଁ ୯୦୦ ଟଙ୍କାର ଇନ୍ଧନ ସରଚାର୍ଜ ଲାଗୁ କରାଯାଇଛି। ସେହିପରି ୧୫୦୧ରୁ ୨୦୦୦ କିମି ଯାତ୍ରା ପାଇଁ ୧,୧୫୦ ଟଙ୍କା ଓ ୨,୦୦୦ କିମିରୁ ଅଧିକ ଦୂରତାର ଘରୋଇ ବିମାନ ଯାତ୍ରା ପାଇଁ ଏହି ସରଚାର୍ଜ ୧,୩୦୦ ଟଙ୍କା ରହିଛି।
ବଢ଼ିବ ଟିକଟ ଦର
ଅନ୍ତର୍ଜାତୀୟ ଉଡ଼ାଣରେ ସାର୍କ ଅଞ୍ଚଳର ବିମାନ ପାଇଁ ଇଣ୍ଡିଗୋର ଇନ୍ଧନ ସରଚାର୍ଜ ୫୦୦ରୁ ୧୦୦୦ ଟଙ୍କା, ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଓ ପୂର୍ବ ଏସିଆ ପାଇଁ ୫,୫୦୦ ଟଙ୍କା, ଆଫ୍ରିକା ପାଇଁ ୬,୦୦୦ ଟଙ୍କା ଓ ୟୁରୋପ ପାଇଁ ୧୦,୦୦୦ ଟଙ୍କା ରହିଛି। ଇଣ୍ଡିଗୋ କହିଛି ଯେ ଗତ କିଛି ମାସ ହେଲା ଏଟିଏଫ୍ ଦରରେ ଅସ୍ଥିରତା ରହିଛି। ଚଳିତ ମାସରେ ଏଟିଏଫ୍ ଦର ୧୪ ପ୍ରତିଶତରୁ ଅଧିକ ବଢ଼ିଛି। ଫଳରେ ବିମାନ ଚଳାଚଳ ଖର୍ଚ୍ଚ ଗତ ଦଶନ୍ଧିର ସର୍ବାଧିକ ସ୍ତରରେ ପହଞ୍ଚିଛି। ଇନ୍ଧନ ଖର୍ଚ୍ଚ ବୃଦ୍ଧିର ସମ୍ପୂର୍ଣ୍ଣ ଭାର ଯାତ୍ରୀଙ୍କ ଉପରେ ନ ପକାଇବା ପାଇଁ ସରଚାର୍ଜରେ ସୀମିତ ବୃଦ୍ଧି କରାଯାଇଛି।
Arrested: ବେଙ୍ଗାଲୁରୁରେ ଜିମ୍ ଟ୍ରେନରଙ୍କୁ ନିର୍ମମ ହତ୍ୟା: ବନ୍ଧୁମାନେ ନେଲେ ଜୀବନ, ୪ ଅଭିଯୁକ୍ତ ଗିରଫ

42 minutes ago
1


