Indian: ଭାରତୀୟ ଧନୀ ବିଦେଶମୁହାଁ: ବିଦେଶରେ ରହୁଛନ୍ତି ୧୫୬ ଜଣ, ଆମେରିକାରେ ସର୍ବାଧିକ ୯୦ ଜଣ

53 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବିଦେଶରେ ବସବାସ କରିବା ପାଇଁ ଦେଶ ଛାଡ଼ୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ସଂଖ୍ୟା ଚଳିତବର୍ଷ ୧୫୬ରେ ପହଞ୍ଚିଛି। ଗତବର୍ଷ ସେମାନଙ୍କ ସଂଖ୍ୟା ୧୦୧ରେ ଥିଲା। ଅର୍ଥାତ୍‌ ବର୍ଷକ ମଧ୍ୟରେ ଉକ୍ତ ସଂଖ୍ୟାରେ ୫୪ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଏମ୍‌୩ଏମ୍‌ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୬ରୁ ଏହା ଜଣାଯାଇଛି।ଉକ୍ତ ତାଲିକାରେ ଧନୀ ଭାରତୀୟଙ୍କ ସଂଖ୍ୟା ୧୮୧୦ ରହିଛି। ସେମାନଙ୍କ ମଧ୍ୟରୁ ୧୬୫୪ ଜଣ ଭାରତରେ ବସବାସ କରୁଥିବାବେଳେ ଅବଶିଷ୍ଟ ୧୫୬ ଜଣ ବିଦେଶରେ ରହୁଛନ୍ତି। ୧୫୬ ଜଣଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୯୦ ଜଣ ରହୁଛନ୍ତି। ଏହା ପଛକୁ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରେ ୩୧ ଜଣ ଏବଂ ବ୍ରିଟେନରେ ୧୬ ଜଣ ବସବାସ କରୁଛନ୍ତି। ସେହିଭଳି ସିଙ୍ଗାପୁରରେ ୭ ଜଣ, କାନାଡାରେ ୪ ଜଣ ଏବଂ ଚୀନରେ ୨ ଜଣ ବିତ୍ତଶାଳୀ ଭାରତୀୟ ରହୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ୟୁଏଇ ଓ ବ୍ରିଟେନକୁ ମିଶାଇଲେ ସେମାନଙ୍କ ସଂଖ୍ୟା ୧୩୭।

ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ମଧ୍ୟରୁ ଲଣ୍ଡନରେ ରହୁଥିବା ଲକ୍ଷ୍ମୀ ନିବାସ ମିତ୍ତଲ ଓ ତାଙ୍କ ପରିବାରର ସମ୍ପତ୍ତି ହେଉଛି ସବୁଠୁ ଅଧିକ ଅର୍ଥାତ୍‌ ୩,୩୯,୩୦୦ କୋଟି ଟଙ୍କା। ୭୬ ବର୍ଷୀୟ ମିତ୍ତଲ ଭାରତୀୟ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଆର୍ସେଲର ମିତ୍ତଲ କମ୍ପାନିର ମୁଖ୍ୟ ମିତ୍ତଲଙ୍କ ସମ୍ପତ୍ତି ଚଳିତବର୍ଷ ୯୩ ପ୍ରତିଶତ ବଢ଼ିଛି। ବିଦେଶରେ ରହୁଥିବା ଧନୀ ଭାରତୀୟଙ୍କ ମଧ୍ୟରେ ଅନିଲ ଅଗ୍ରୱାଲ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କ ପରିବାରର ସମ୍ପତ୍ତି ୨,୦୮,୩୦୦ କୋଟି ଟଙ୍କା।

ଆହୁରି ପଢନ୍ତୁ: Jail: ଜେଲ୍‌ ଡିଆଇଜି ସୋମାଶେଖର ଗିରଫ: ୨୦୧୮ରେ ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ବ୍ୟବହାର କରି ଆଜୀବନ କଏଦୀଙ୍କୁ ମୁକ୍ତ କରିଥିଲେ

ବେଦାନ୍ତ ରିସୋର୍ସେସ ମୁଖ୍ୟ ୭୩ ବର୍ଷୀୟ ଅନିଲ ମଧ୍ୟ ଲଣ୍ଡନରେ ରହୁଛନ୍ତି। ତୃତୀୟ ସ୍ଥାନରେ ଖୋସଲା ଭେଞ୍ଚର୍ସର ବିନୋଦ ଖୋସଲା ଥିବାବେଳେ ତାଙ୍କର ସମ୍ପତ୍ତି ୧,୧୬,୨୦୦ କୋଟି ଟଙ୍କା ରହିଛି। ୭୧ ବର୍ଷୀୟ ଖୋସଲା ଆମେରିକାରେ କାଲିଫର୍ଣ୍ଣିଆରେ ବସବାସ କରନ୍ତି। ସେହଭଳି ତାଙ୍କ ପଛକୁ ପ୍ରକାଶ ଲୋହିଆ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି। ୭୪ ବର୍ଷୀୟ ଲୋହିଆ ଲଣ୍ଡନରେ ରହୁଛନ୍ତି। ୧,୦୧,୫୦୦ କୋଟି ଟଙ୍କାର ସମ୍ପତ୍ତି ସହ ପଞ୍ଚମ ସ୍ଥାନରେ ଥିବା ସାପୁର ପାଲୋଞ୍ଜି ମିସ୍ତ୍ରି ୟୁରୋପର ମୋନାକୋରେ ବସବାସ କରନ୍ତି। ଧନୀ ତାଲିକାର ଷଷ୍ଠ ସ୍ଥାନରେ ଥିବା ଜୟ ଚୌଧୁରୀ ଆମେରିକାରେ, ସପ୍ତମ ସ୍ଥାନରେ ଥିବା ବିବେକ ଚାନ୍ଦ ସେହଗଲ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ରହୁଛନ୍ତି। ଅଷ୍ଟମ ସ୍ଥାନରେ ଥିବା ଆରିଷ୍ଟ୍ରା ନେଟୱାର୍କସର ଜୟଶ୍ରୀ ଉଲାଲ ସାନ ଫ୍ରାନସିସକୋରେ, ନବମ ସ୍ଥାନରେ ଥିବା ୟୁସୁଫ ଅଲୀ ଏମଏ ଆବୁଧାବିରେ ଏବଂ ଦଶମ ସ୍ଥାନରେ ଥିବା ରେଣୁକା ଜଗତିଆନି ଦୁବାଇରେ ରହୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.