Similipal Protection: ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

2 hours ago 1
ARTICLE AD BOX

ରତ୍ନଗର୍ଭା ଶିମିଳିପାଳର ସମ୍ପୂର୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକ୍ରୁତିକ ସମ୍ପଦ ମାଧ୍ୟମରେ ମୟୂରଭଞ୍ଜବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଜିଲ୍ଳାରୁ ଦାଦନ ସମସ୍ୟାର ଦୂରୀକରଣ କରାଯିବା ଲକ୍ଷ୍ୟ ନେଇ ଜିଲ୍ଳାବାସୀଙ୍କ ମଧ୍ୟରେ...

 ଶିମିଳିପାଳର ସୁରକ୍ଷା ଓ ଦାଦନ ଦୂରୀକରଣ ନେଇ ମଶାଲ ଶୋଭାଯାତ୍ରା

ବେତନଟୀ (ଦୀପକ କୁମାର ସିଂହ): ରତ୍ନଗର୍ଭା ଶିମିଳିପାଳର ସମ୍ପୂର୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକ୍ରୁତିକ ସମ୍ପଦ ମାଧ୍ୟମରେ ମୟୂରଭଞ୍ଜବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଜିଲ୍ଳାରୁ ଦାଦନ ସମସ୍ୟାର ଦୂରୀକରଣ କରାଯିବା ଲକ୍ଷ୍ୟ ନେଇ ଜିଲ୍ଳାବାସୀଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଇବା ନିମନ୍ତେ ‘ଦାଦନ ହଟିବ ମୟୂରଭଞ୍ଜ ହସିବ’ ସ୍ଳୋଗାନ ନେଇ ଚଳିତ ମାସ ଜୁନ୍ ୧୭ ତାରିଖରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ୍ କ୍ରମେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଖିଚିଂ ସ୍ଥିତ ମା କିଚକେଶ୍ବରୀ ଦେବୀ ଙ୍କର ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ସାରିଥିବା ସ୍ଥଳେ ରବିବାର ଦିନ ବେତନଟିସ୍ଥିତ ମୁଖ୍ୟ ବଜାର ଠାରେ ନୀଳକଣ୍ଠ ମହାନ୍ତଙ୍କ ନେତ୍ରୁତ୍ବରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ମଶାଲ ଶୋଭାଯାତ୍ରାରେ ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପ୍ରୁଷ୍ଟି,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ସଞ୍ଜୟ ମହାନ୍ତ ପ୍ରମୁଖଙ୍କ ସମେତ ସଂଗଠନର ଶତାଧିକ ଯୁବ ଛାତ୍ର ସଂଗଠକ ସାମିଲ ଥିଲେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଯାଇଅଛି।

ବାମନଘାଟିରେ ଭଞ୍ଜସେନାର ମିଶ୍ରଣ ପର୍ବ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.