ARTICLE AD BOX
ସୁନ୍ଦରଗଡ଼: ଏମସିଏଲ ସିଆରମାଲ ଖଣିରେ ୟୁନିଅନ ଟ୍ରକକୁ ପଶିବାକୁ ନଦେବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଖଣିରୁ ଖଣି ପ୍ରଭାବିତ ଗାଁ ସିଆରମାଲ, ତୁମୁଲିଆ, ଗୋପାଳପୁର ଗାଡ଼ି ମାଲିକ ଲୋଡିଂ ନେବାକୁ ଜିଦ୍ କରୁଥିବାବେଳେ ପ୍ରତିବାଦରେ ସଂଘ ପକ୍ଷରୁ କୋଇଲା ପରିବହନ ବନ୍ଦ କରାଯାଇଛି ।
ଆହୁରି ପଢନ୍ତୁ:Green Energy: ଭାରତ ହେବ ସବୁଜ ଶକ୍ତିର ବିଶ୍ୱ କେନ୍ଦ୍ର: ୨୦୭୦ ସୁଦ୍ଧା ନେଟ୍ ଶୂନ୍ୟ ନିର୍ଗମନ ଲକ୍ଷ୍ୟ
ସୁନ୍ଦରଗଡ଼ଟ୍ରକ ମାଲିକ ସଂଘ, ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ, ବିସ୍ଥାପିତ ଗାଡ଼ି ମାଲିକ ସଂଘ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ରାସ୍ତାରେ ୬ ହଜାର ଟ୍ରେଲର ଅଟକିଯାଇଛି । କୋଇଲା ପରିବହନ ବନ୍ଦ ପରେ ସମଗ୍ର ଖଣିରେ ଅଚଳାବସ୍ଥା ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ ପୂର୍ବରୁ କେବଳ ରେଳ ଯୋଗେ କୋଇଲା ପରିବହନ କରୁଥିବା ସିଆରମାଲ ଖଣିରେ ମାସେ ତଳୁ କିଛି ପ୍ରତିଶତ କୋଇଲା ରୋଡ୍ ସେଲ୍ ରେ ପରିବହନ ଆରମ୍ଭ ହୋଇଛି। ଏଥିରେ କେବଳ ଖଣି ପ୍ରଭାବିତ ଗାଁର ଶତାଧିକ ମାଲିକ ସଂଘ ଟ୍ରେଲରକୁ ପଶିବାକୁ ନଦେବାକୁ ଜିଦ୍ ପରେ ସଂଘ ସମୂହ ପ୍ରତିବାଦ କରିଛି ।

1 month ago
19


