ARTICLE AD BOX
ଜାହ୍ନବୀ କପୁରଙ୍କ ଏକ ମର୍ଫ୍ ହୋଇଥିବା ଏଆଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଏବଂ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ, ବର୍ତ୍ତମାନ ଅଭିନେତ୍ରୀ ଶ୍ରୀୟା ସରଣ ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ମତ ରଖିଛନ୍ତି। ମହିଳାମାନଙ୍କୁ ଅବଜେକ୍ଟିଫାଏ କରିବା ଏବଂ ଏଆଇର ଅପବ୍ୟବହାରକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ: ଇଣ୍ଡିଗୋ-ଅକାସା ଏୟାରଲାଇନ୍ସର ବିମାନ ଉଡ଼ାଣ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବାତିଲ
ଶ୍ରୀୟା ଶରଣଙ୍କ କଡ଼ା ପ୍ରତିକ୍ରିୟା
ଏକ ସାକ୍ଷାତକାରରେ ଶ୍ରୀୟା, ଯିଏ ନିଜେ ମଧ୍ୟ ଏଆଇ ଅପବ୍ୟବହାରର ଶିକାର ହୋଇଛନ୍ତି ଏବଂ ତାଙ୍କର ମର୍ଫ୍ ହୋଇଥିବା ଫଟୋ ଅନଲାଇନରେ ଭାଇରାଲ ହୋଇଛି, ଏହି ବିଷୟରେ କହିଛନ୍ତି। ସେ କହିଛନ୍ତି, "ଏହା ବେଳେବେଳେ ବହୁତ ହାସ୍ୟାସ୍ପଦ ଲାଗେ। କେତେବେଳେ ମୁଁ ଜାଣି ମଧ୍ୟ ପାରେ ନାହିଁ ଯେ ଏହା ପ୍ରକୃତରେ ମୁଁ କି ନୁହେଁ। ସେମାନେ ଶରୀରର ଆକାର ବଦଳାଇ ଦିଅନ୍ତି, ହଠାତ୍ ଆପଣ ପିନ୍ଧିଥିବା ଟୋପି ଗାୟବ ହୋଇଯାଏ କିମ୍ବା ଶରୀରର ଗଠନକୁ ବଦଳାଇ ଦିଆଯାଏ। ଏହାକୁ ଆପଣଙ୍କୁ ହାଲୁକା ଭାବେ ଗ୍ରହଣ କରିବାକୁ ପଡ଼ିବ, କିନ୍ତୁ ଏହା ସତ୍ତ୍ୱେ ଏହା ଅତ୍ୟନ୍ତ ବିରକ୍ତିକର ଏବଂ ସମ୍ପୂର୍ଣ୍ଣ ଭୁଲ୍ ଅଟେ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ଏଆଇ ଆମକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି, କିନ୍ତୁ ଏହାର ଅପବ୍ୟବହାର ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ। ପ୍ରତ୍ୟେକ ପ୍ରଯୁକ୍ତିବିଦ୍ୟା ସହିତ ଆମକୁ ସମୟ ସ୍ରୋତରେ ଚଳିବାକୁ ପଡ଼ିବ ଏବଂ ଏହାର ମୁକାବିଲା କରିବାକୁ ଶିଖିବାକୁ ପଡ଼ିବ।
ଜାହ୍ନବୀ କପୁରଙ୍କ ଭିଡିଓକୁ ନେଇ ବିବାଦ
ଗତ କିଛି ଦିନ ପୂର୍ବରୁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଓ ଜୁନିୟର ଏନଟିଆରଙ୍କ ୨୦୨୪ ମସିହାର ଚଳଚ୍ଚିତ୍ର 'ଦେବରା'ର ଲୋକପ୍ରିୟ ଗୀତ 'ଛୁଟମାଲେ'ର ଏକ ଏଆଇ-ଜେନେରେଟେଡ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଜାହ୍ନବୀଙ୍କ ରୂପକୁ ଅଶ୍ଳୀଳ ଭାବରେ ପରିବର୍ତ୍ତନ କରାଯାଇଥିଲା। ଏହାକୁ ନେଇ ଜାହ୍ନବୀ କପୁର ଏହାକୁ ଏକ 'ଅପରାଧିକ ଅପବ୍ୟବହାର' ବୋଲି କହିବା ସହ ଏହା ତାଙ୍କୁ ଗଭୀର ଭାବରେ ଆଘାତ ଦେଇଛି ବୋଲି ପ୍ରକାଶ କରିଥିଲେ। ଜୁନିୟର ଏନଟିଆର, ଚିରଞ୍ଜୀବୀ, ବିଜୟ ଦେବରକୋଣ୍ଡା ଏବଂ କୁଶବୁ ସୁନ୍ଦରଙ୍କ ସମେତ ଅନେକ ଅଭିନେତା ଏହି ପ୍ରସଙ୍ଗରେ ଜାହ୍ନବୀଙ୍କ ସମର୍ଥନରେ ଆସିଥିଲେ।
ଅଧିକ ପଢ଼ନ୍ତୁ: ମନ୍ଦିର ନିର୍ମାଣ ବେଳେ ଖସିଲା ସ୍ଲାବ୍, ୪୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ
ଅଧିକ ଦେଖନ୍ତୁ:

50 minutes ago
1


