KIIT University : ୟୁରୋ ସ୍କୁଲରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମାଜିକ ସେବା ଓ ସଚେତନତା କାର୍ଯ୍ୟକ୍ରମ

59 minutes ago 1
ARTICLE AD BOX

ଛତ୍ରପୁର: ସମାଜରେ ସଚେତନତା ସୃଷ୍ଟି, ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଛତ୍ରପୁରସ୍ଥିତ ଦି ନ୍ୟୁ ଏଜ୍ ୟୁରୋ ସ୍କୁଲ ଓ ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ମଙ୍ଗଳବାର ସ୍କୁଲ ପରିସରରେ ‘ସାମାଜିକ ସେବା ଓ ସଚେତନତା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ରଞ୍ଜନ ମହାପାତ୍ର ଓ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟର ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଅରୁଣ କୁମାର ରାୟ, ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ସାହୁ, ପରାମର୍ଶ ସେବା ନିର୍ଦ୍ଦେଶକ ପ୍ରଫେସର ବେଣୁଗୋପାଳ ମହାପାତ୍ର, ଛାତ୍ର ସେବା ନିର୍ଦ୍ଦେଶକ ପ୍ରଫେସର ଚିନ୍ମୟ କୁମାର ପାଣିଗ୍ରାହୀଙ୍କ ସମେତ ୟୁରୋ ସ୍କୁଲର ଅଧ୍ୟକ୍ଷ ରଞ୍ଜନ ମହାପାତ୍ର, ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ପ୍ରିନସିପାଲ ତପସ୍ୱିନୀ ସାହୁ ଓ ଏକାଡେମିକ୍ସ ଡାଇରେକ୍ଟ ର ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

“ଉଜ୍ଜ୍ୱଳ ଆସନ୍ତାକାଲି ପାଇଁ ଏକାଠି” ବାର୍ତ୍ତାକୁ ନେଇ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ସେବା ମନୋଭାବ ଓ ସମାଜ ପ୍ରତି ଦାୟିତ୍ୱଶୀଳ ନାଗରିକ ହେବାର ଭାବନା ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀମାନେ କିଟ୍ ବିଶ୍ୱବିଦ୍ୟାଳୟ ପରିସରକୁ ଶିକ୍ଷାମୂଳକ ପରିଦର୍ଶନ କରିବା ସହ ସେଠାକାର ଶିକ୍ଷା ବ୍ୟବସ୍ଥା, ପରିବେଶ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବେ। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜ୍ଞାନବୃଦ୍ଧି ସହ ସେମାନଙ୍କ ମଧ୍ୟରେ ସାମାଜିକ ସେବା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.