Odisha Wins Wind India Award ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ‘ୱିଣ୍ଡ ଇଣ୍ଡିଆ ୨୦୨୬’ ନେତୃତ୍ୱ ପୁରସ୍କାର

55 minutes ago 1
ARTICLE AD BOX

ଭୁବନେଶ୍ୱର: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତିର ବିକାଶ ଓ ବିନିଯୋଗର ସଫଳତା ସ୍ୱରୂପ ରାଜ୍ୟକୁ 'ୱିଣ୍ଡର୍ଜି ଇଣ୍ଡିଆ ୨୦୨୬' ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ”  ପୁରସ୍କାରରେ ସମ୍ମାନିତ କରାଯାଇଛି। 

MSME Minister ‘୫-ଜ’କୁ ସରକାରଙ୍କ ପ୍ରାଥମିକତା, କାରଖାନା କରିବାକୁ ସ୍ବଚ୍ଛ ଶକ୍ତି କମ୍ପାନିଙ୍କୁ ଆମନ୍ତ୍ରଣ
ଆଜି (ମଙ୍ଗଳବାର) ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଵିଶାଲ କୁମାର ଦେବ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଏହି ସମ୍ମାନଜନକ ପୁରସ୍କାର ଆନୁଷ୍ଠାନିକ ଭାବେ ପ୍ରଦାନ କରିଛନ୍ତି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓପିଟିସିଏଲର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡାଇରେକ୍ଟର ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡ ସତ୍ୟପ୍ରିୟ ରଥ ଏବଂ ଶକ୍ତି ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

International Energy Summit 2026: ଅନ୍ତର୍ଜାତୀୟ ଶକ୍ତି ସମ୍ମିଳନୀ ୨୦୨୬: ସ୍ବଚ୍ଛ ଶକ୍ତିରେ ୬୭,୦୦୦ କୋଟି ନିବେଶ
ସୂଚନାଯୋଗ୍ୟ, ଚେନ୍ନାଇରେ ଆୟୋଜିତ ୱିଣ୍ଡର୍ଜି ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଗତ ୮ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡ ସତ୍ୟପ୍ରିୟ ରଥ, କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଥିଲେ। 
ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ପବନ ଶକ୍ତିର ବିପୁଳ ସମ୍ଭାବନାକୁ ବିଶ୍ୱ ଓ ଦେଶର ନିବେଶକମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ “ଓଡ଼ିଶା: ଇଣ୍ଡିଆଜ୍ ନେକ୍ସଟ୍ ୱିଣ୍ଡ ଡେଷ୍ଟିନେସନ୍” ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.