Snakebites Claim 285 Lives ଭଦ୍ରକ ଜିଲ୍ଲାରେ ସାପ କାମୁଡ଼ାରେ ୭ ବର୍ଷରେ ୨୮୫ ମୃତ

47 minutes ago 1
ARTICLE AD BOX

ଭଦ୍ରକ (ଡମ୍ବରୁଧର ନାୟକ):  ଭଦ୍ରକର ଜିଲ୍ଲାରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗତ ୭ ବର୍ଷ ଭିତରେ ଜିଲ୍ଲାରେ ମୋଟ ୨୮୫ ଜଣଙ୍କର ସାପ କାମୁଡ଼ାରେ  ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ  ଅନୁକମ୍ପା ମୂଳକ ସହାୟତା ରାଶି ବାବଦକୁ ମୋଟ ୧୦ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ  ସହାୟତା ପ୍ରଦାନ କରାଯାଇଛି। 

Zero snakebite deaths: ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଲକ୍ଷ୍ୟକୁ ଧକ୍କା: ବର୍ତ୍ତମାନ ସୁଦ୍ଧା ୩ ଶହ ମୃତ୍ୟୁ
ମିଳିଥିବା ସୂଚନାରେ, ଭଦ୍ରକ ଜିଲ୍ଲାରେ, ୨୦୨୦ ମସିହାରେ  ସାପ କାମୁଡ଼ାରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ ରେ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ ରେ ୪୯ ଜଣଙ୍କର ଓ ୨୦୨୩ ରେ ୫୨ ଜଣ ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା।  ୨୦୨୪ ରେ ୩୨ ଜଣ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟି ଘଟିଥିବା ବେଳେ  ୨୦୨୫ ମସିହାରେ ୩୬ ଜଣ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି।  

Snake Bite: ସାପ କାମୁଡ଼ାରେ ଚାଲିଗଲା ୨ ମାସ ଶିଶୁର ଜୀବନ, ବାପା ଗୁରୁତର
ସେହିପରି ଜିଲ୍ଲାରେ ୨୦୨୬ ମସିହାରେ ସାପ କାମୁଡ଼ାରେ ଆଜି ସୁଦ୍ଧା ୪୧ ଜଣଙ୍କର ମୃତ୍ୟୁ ଘଟିଛି।  ଭଦ୍ରକ ଜିଲ୍ଲାରେ ଗତ  ଜୁଲାଇ ଅଗଷ୍ଟ ଓ  ସେପ୍ଟେମ୍ବର ମାସରେ ହୋଇଥିବା ବନ୍ୟା ସମୟରେ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିବା କାରଣରୁ ଏହି ମାସରେ ଜିଲ୍ଲାରେ  ୧୭ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଜଣାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.