ARTICLE AD BOX
ସଇଁଳତା: ଜମିର କିସମ ବଦଳାଇବା ପାଇଁ ଟଙ୍କା ଲାଞ୍ଚ ନେଲା ବେଳେ ବଲାଙ୍ଗୀରଜିଲ୍ଲା ସଇଁତଳା ରାଜସ୍ବ ନିରୀକ୍ଷକ ଆଲନ ବେହେରା ଭିଜିଲାନ୍ସହାତରେ ଧରାପଡ଼ିଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଜଣେ ଆବେଦନକାରୀ କୃଷିଜମିର କିସମ ବଦଳାଇ ଏହାକୁ ଘରବାରୀରେ ପରିଣତ କରିବା ପାଇଁ ସରକାରୀ ବ୍ୟବସ୍ଥା ଅନୁସାରେ ଅନ୍ଲାଇନ୍ ଆବେଦନ କରିଥିଲେ। ଏଥି ସହିତ ପ୍ରକ୍ରିୟା ଶୀଘ୍ର କରିବା ପାଇଁ ସେ ରାଜସ୍ବ ନିରୀକ୍ଷକ ଆଲେନ ବେହରାଙ୍କ ସହିତ ଯୋଗାଯୋଗ କରିଥିଲେ। ତେବେ ଶ୍ରୀ ବେହେରା ଏହି କାମ କରିବା ପାଇଁ ପ୍ରଥମେ ୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ତେବେ ଏହି ଲାଞ୍ଚ କାରବାର ନେଇ ଆବେଦନକାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ ଏବଂ ଶ୍ରୀ ବେହରାଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଆବେଦନକାରୀଙ୍କ ଠାରୁ ଆଜି ଶ୍ରୀ ବେହେରା ୩୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଲାଞ୍ଚରେ ବ୍ୟବହାର ହୋଇଥିବା ୩୦୦୦ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଛି। ଏହି ଘଟଣା ପରେ ଶ୍ରୀ ବେହେରାଙ୍କର ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି। ଅଧିକ ତଦନ୍ତ ଜାରି ରହିଛି।
Vigilance raid: ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ, ଭୋର ସକାଳୁ କାର୍ଯ୍ୟାନୁଷ୍ଠାନ

55 minutes ago
1


