SHG Loan Fraud ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଋଣ ଟଙ୍କା ହେରଫେର, ପଦକ୍ଷେପ ଦାବି

1 hour ago 1
ARTICLE AD BOX

ଛତ୍ରପୁର:ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ବାଘଳା ପଂଚାୟତର ପାଲିଆମ୍ମା ଗ୍ରାମର ମା’ କାଳୀଜାଈ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ଋଣ ଟଙ୍କା ସିଆର୍‌ପି ଏବଂ ବ୍ୟାଙ୍କର ଶାଖା ପରିଚାଳକ ମିଳିମିଶି ହେରଫେର କରିଥିବା ଅଭିଯୋଗ ହୋଇଛି। 

SHG ମହିଳାଙ୍କୁ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ଆଜି ଉକ୍ତ ଏସ୍‌ଏଚ୍‌ଜିର ଅନେକ ମହିଳା ସଦସ୍ୟ ଜିଲ୍ଲାପାଳଙ୍କୁ ଜଣାଇବାକୁ କାର୍ଯ୍ୟାଳୟ ଆସିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ   ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ସଚ୍ଚିଦାନନ୍ଦ ନାୟକ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l 

Women Participation in Agriculture ଓଡ଼ିଶା କୃଷିରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାକୁ ନେଇ ଚିନ୍ତନ

ଅଭିଯୋଗ ଅନୁସାରେ, ସରକାରଙ୍କ ପକ୍ଷରୁ ଏସଏଚ୍‌ଜି ଗ୍ରୁପମାନଙ୍କୁ ଋଣ ଦେଇ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି, କିନ୍ତୁ ଜାଲ୍‌ ନଥିପତ୍ର ପ୍ରସ୍ତୁତ କରି ଏହାକୁ ବାଟମାରଣା କରାଯାଉଛି l କିଛି ଅଶିକ୍ଷିତ ଏବଂ ବୟସ୍କ ମହିଳା ମାନେ ଏହାର ଶିକାର ହେଉଛନ୍ତି l ସେମାନେ ୧୦ ଲକ୍ଷ ଟଙ୍କା ଋଣ ଆଣିବା ନିମନ୍ତେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯାଇଥିଲେ l ମାତ୍ର ସେମାନଂକୁ ୧୦ ଲକ୍ଷ ଟଙ୍କା ବଦଳ ରେ ୯ ଲକ୍ଷ ୩୯ ହଜାର ୧୫୪ ଟଙ୍କା ଦିଆଯାଇଛି l ଏହାସହ ଜଣଙ୍କୁ ୮୨ ହଜାର ଟଙ୍କା ଦିଆଯାଇଛି l ଏ ସମ୍ପର୍କରେ, ସିଆର୍‌ପି ଏବଂ ବ୍ୟାଙ୍କ ମ୍ୟାନଜରଙ୍କୁ ଗ୍ରୁପ ସଭାନେତ୍ରୀ, ସମ୍ପାଦିକା ପଚାରି ଥିଲେ ମଧ୍ୟ ସେମାନଙ୍କ ଠାରୁ ସଠିକ ଉତ୍ତର ପାଇପାରିନାହାନ୍ତି। ଏଣୁ ସମସ୍ତ ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.