Sepsis: ସେପ୍‌ସିସ୍‌ କ’ଣ, ଏହାର କାରଣ, ଲକ୍ଷଣ, ବିପଦପୂର୍ଣ୍ଣ ବର୍ଗ, ଜଟିଳତା ବିଷୟରେ ଜାଣିବା....

1 hour ago 1
ARTICLE AD BOX

ଆମ ଶରୀରରେ ଅନେକ ସମୟରେ ବିଭିନ୍ନ ପ୍ରକାର ସଂକ୍ରମଣ ଦେଖାଯାଇଥାଏ। ଏହା ଅଧିକ ହେଲେ ଶରୀର କିଛି ପ୍ରତିକ୍ରିୟା ପ୍ରକାଶ କରେ ସେତେବେଳେ ସେପ୍‌ସିସ୍‌ ନାମକ ସମସ୍ୟା ଦେଖିବାକୁ ମିଳିଥାଏ। ଆସନ୍ତୁ ଏହି ସେପ୍‌ସିସ୍‌ ସମ୍ପର୍କରେ ସଂକ୍ଷେପରେ ଜାଣିବା।

ଆହୁରି ପଢ଼ନ୍ତୁ: ଏଣିକି ପିଏମ୍-ଆବାସ ସହ ଯୋଡ଼ିବ ପିଏମ୍‌ ସୂର୍ଯ୍ୟଘର

ସେପ୍‌ସିସ୍‌ ଏଭଳି ଏକ ସମସ୍ୟା ଯାହା ଆମ ଶରୀରର ପାଶ୍ବପ୍ରତିକ୍ରିୟା କାରଣରୁ  ଉପୁଜିଥାଏ। ଯେତେବେଳେ ଆମ ଶରୀରର ବ୍ୟାକ୍ଟେରିଆଲ୍‌, ଭାଇରାଲ୍‌, ଫଙ୍ଗାଲ କିମ୍ବା କୌଣସି ପାରାସାଇଟ୍‌ ସଂକ୍ରମଣରୁ ଅତ୍ୟଧିକ ପ୍ରତିକ୍ରିୟା ଦିଏ ସେହି ସମୟରେ ସେପ୍‌ସିସ୍‌ ସମସ୍ୟା ଉପୁଜିଥାଏ। ଏହି ପରିସ୍ଥିତିରେ ରୋଗପ୍ରତିରୋଧକ ନିଜର କୋଷ ଓ ଅଙ୍ଗ ଉପରେ ପ୍ରତିଆକ୍ରମଣ କରିବାରେ ଲାଗିଥାଏ। ଯେଉଁ କାରଣରୁ ବ୍ଲଡ୍‌ କ୍ଲଟିଂ, ରକ୍ତ ପ୍ରବାହ ହେଉଥିବା ନଳୀରେ ଲିକେଜ୍‌ ଭଳି ସମସ୍ୟା ଦେଖିବାକୁ ମିଳିଥାଏ। ଯେଉଁ ନଳୀରେ ରକ୍ତ ଓ ଅକ୍ସିଜେନ୍‌ ଆମ ଶରୀରରେ ପ୍ରବାହ ହୋଇଥାଏ ସେଗୁଡ଼ିକ ବିଶେଷ ଭାବରେ ଏହି ସମସ୍ୟାରେ କ୍ଷତିଗ୍ରସ୍ତ ହୋଇଥାଏ। 
ଏହି ସମସ୍ୟା ହେଲେ ନିମୋନିଆ, ମୁତ୍ରନଳୀ ସଂକ୍ରମଣ, ପେଟ ସଂକ୍ରମଣ, ଚର୍ମ ସଂକ୍ରମଣ ଆଦି ଦେଖାଯାଇଥାଏ। ୬୫ ବୟସର ଅଧିକ ବ୍ୟକ୍ତି, ଶିଶୁ ଓ ଛୋଟପିଲାଙ୍କ ଶରୀରରେ ଏହା ଦେଖାଦେବା ଅଧିକ ସମସ୍ୟାର କାରଣ ହୋଇପାରେ। 
* ଲକ୍ଷଣ- ଅତ୍ୟଧିକ ଜ୍ବର, ଥଣ୍ଡା ଲାଗିବା, ଶରୀରର ତାପମାତ୍ରା କମିବା, ଜୋରେ ନିଃଶ୍ବାସ ନେବା, ହାର୍ଟ ବିଟ୍‌ ବଢ଼ିବା, ବିଚଳିତ ହେବା ବା କୌଣସି ନିଷ୍ପତି ନେବାରେ ଦ୍ବନ୍ଦ, ଅତ୍ୟଧିକ ଯନ୍ତ୍ରଣା, ଝାଳ ବୋହିବା, ମୁତ୍ରର ପରିମାଣ କମିବା ଦେଖାଯାଏ। 

ଆହୁରି ପଢ଼ନ୍ତୁ: କ୍ରିତି ସାନୋନଙ୍କ ବିବାଦୀୟ ବୟାନ। ଖୋଲିଦେଲେ ବଲିଉଡ୍ ଇଣ୍ଡଷ୍ଟ୍ରିର ଗୁମର

ଅଧିକ ପଢ଼ନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.