Sensex: ନଭେମ୍ବରରେ ନିବେଶକଙ୍କୁ ୩୪ ଲକ୍ଷ କୋଟି ଫାଇଦା

28 minutes ago 1
ARTICLE AD BOX

ମୁମ୍ବାଇ: ଅଶୋଧିତ ତୈଳ ଦରରେ ହ୍ରାସ, ବିଦେଶୀ ନିବେଶକମାନେ ବିପୁଳ ଇକ୍ବିଟି ସେୟାର କିଣିବା ଓ ଏଆଇ ସେୟାର ବିକ୍ରି ବଢ଼ିବା ପ୍ରଭାବରେ ନଭେମ୍ବର ମାସରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ନଭେମ୍ବର ମାସରେ ଏପର୍ଯ୍ୟନ୍ତ ୧୧% ବୃଦ୍ଧି ପାଇଛି। ଫଳରେ ନିବେଶକମାନଙ୍କୁ ୩୪.୬୧ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ଚଳିତ ମାସର ୨୩ ତାରିଖ ପର୍ଯ୍ୟନ୍ତ ସେନ୍‌ସେକ୍ସରେ ୭,୯୭୬.୪୬ ପଏଣ୍ଟ ବୃଦ୍ଧି ଘଟିଛି। ଏହି ବୃଦ୍ଧି ଦ୍ବାରା ବମ୍ବେ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୫୦୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଡଲାର ମୂଲ୍ୟରେ ଏହା ୫.୪୮ ଟ୍ରିଲିଅନ୍‌ ଡଲାର୍‌ର ଷ୍ଟକ୍‌ ବଜାରରେ ପରିଣତ ହୋଇଛି। ବିଦେଶୀ ନିବେଶକମାନେ ବିପୁଳ ନିବେଶ କରୁଥିବାରୁ ଇକ୍ବିଟି ବଜାରରେ ଉତ୍ସାହ ଫେରିଛି। ଚଳିତ ମାସରେ ସେମାନେ ୧.୨୭ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି ଯାହା ଯେକୌଣସି ଏକ ନିର୍ଦ୍ଦିଷ୍ଟ ମାସ‌ରେ ସର୍ବୋଚ୍ଚ ନିବେଶ। ଏ ସମ୍ପର୍କରେ ଜିଓଜିତ୍ ଇନଭେଷ୍ଟମେଣ୍ଟ ଲିମିଟେଡ୍‌ର ଚିଫ୍‌ ଇନଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି କେ ବିଜୟକୁମାର କହିଛନ୍ତି, ବୈଦେଶିକ ସଂସ୍ଥାଗତ ନିବେଶଙ୍କ ଦ୍ବାରା ନିବେଶ, ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସୁଧାର ଓ କମ୍ପାନିଗୁଡ଼ିକର ଆୟ ଆଶାଠାରୁ ଉନ୍ନତ ରହିବା ଇକ୍ବିଟି ବଜାରରେ ଉତ୍ସାହ ଫେରାଇ ଆଣିଥିଲା। ଚଳିତ ମାସରେ ଭାରତ ବିଶ୍ବର ସବୁଠୁ ଭଲ ପ୍ରଦର୍ଶନ କରିଥିବା ବୃହତ ବଜାର ହୋଇରହିଥିବା ସେ କହିଛନ୍ତି।

ଚଳିତ ବର୍ଷ ‌ଅକ୍ଟୋବର ୧ରେ ସେନ୍‌ସେକ୍ସ ବର୍ଷର ସର୍ବନିମ୍ନ ସ୍ତର ୭୧,୨୯୨.୮୮ ପଏଣ୍ଟକୁ ଖସିଯାଇଥିଲା। ୨୦୨୫ ଡିସେମ୍ବର ସେନ୍‌ସେକ୍ସ ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୮୬,୧୫୯ ପଏଣ୍ଟରେ ପହଞ୍ଚିଥିଲା। ବର୍ତ୍ତମାନ ତାହା ସେହି ଐତିହାସିକ ସ୍ତରଠାରୁ ୩୭୨୩ ପଏଣ୍ଟ ଦୂରରେ ରହିଛି। ଗତ ସପ୍ତାହରେ ସେନ୍‌ସେକ୍ସ ୨୩୨୭.୨୬ ପଏଣ୍ଟ ଓ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୬୫୬.୩ ପଏଣ୍ଟ ବଢ଼ିଥିଲା। କିନ୍ତୁ ଗତ ସୋମବାର ସେଥିରେ ହ୍ରାସ ଘଟଇଥିଲା। ଫଳରେ ଚାରି ସପ୍ତାହର ବୃଦ୍ଧି ଧାରାରେ ବ୍ରେକ୍‌ ଲାଗିଥିଲା।

ଚିକିତ୍ସା ସହାୟତା ନାଁରେ ୧୬.୨୦ ଲକ୍ଷ ଠକେଇ, ଥାନାରେ ମାମଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.