ARTICLE AD BOX
ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଜ୍ଞାନ ଯୁଗରେ ତନ୍ତ୍ର ସାଧନା ପ୍ରଭାବ ଅନୁଭୂତ ହୋଇଥିବା ଦାବି ହୋଇଛି। ତନ୍ତ୍ର ପ୍ରଭାବରେ ୩ ଜଣ ଛାତ୍ରୀ ଓ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ୨ ଝିଅଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ କାଟି ପକାଇବା ଭଳି ଲକ୍ଷଣ ଦେଖାଯିବା ସହ ରକ୍ତସ୍ରାବ ହୋଇଛି। ଅନ୍ୟ ୨ ଜଣ ନାବାଳିକାଙ୍କ ଚାଲିଚଳଣରେ ପରିବର୍ତ୍ତନ ଦେଖାଯାଉଥିବା ବେଳେ ସେମାନଙ୍କ ନିକଟରେ ଅସ୍ୱାଭାବିକ ଲକ୍ଷଣ ଦେଖାଯାଇଛି। ଗାଁର ୪ ଝିଅ ଅସୁସ୍ଥ ହେବା ପରେ ଅଭିଭାବକ ଚିନ୍ତାରେ ପଡ଼ିଥିଲେ। ହସ୍ପିଟାଲ ନେବା ପରେ କୌଣସି ରୋଗ ନ ଥିବା ଡାକ୍ତର କହିଥିଲେ। ଶେଷରେ ଗୁଣିଆଙ୍କୁ ଡାକି ପୂଜାପାଠ ପରେ ନିକଟସ୍ଥ ନିମାପଡ଼ା ଥାନା ମିଟେଇପୁର ପଞ୍ଚାୟତ ରଙ୍ଗମଠ ଗ୍ରାମର ସନ୍ତୋଷ ବେହେରା ଓ ମିଟେଇପୁର ଗାଁର ହିମାଂଶୁ ଭୋଇ ଓରଫ ଗାଲୁଆଙ୍କୁ ସନ୍ଦେହରେ ପଚରାଉଚରା ପରେ ସତ ମାନିଥିଲେ। ତନ୍ତ୍ର ସାଧନା ଦ୍ୱାରା ଝିଅମାନଙ୍କୁ ଆଘାତ କରିବା ସହ ବଶୀଭୂତ କରୁଥିବା ଗୁଣିଆ ସନ୍ତୋଷ ଭୋଇ ମାନିଥିଲେ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଦେଉଳିଧରପୁର ପଞ୍ଚାୟତ ଖୁଣ୍ଟିଆସାହିର ୱାର୍ଡମେମ୍ବର ଶ୍ରୀଧର ବେହେରାଙ୍କ ୧୬ ବର୍ଷର ଝିଅ ଏବଂ ୧୪ ବର୍ଷର ଭାଣିଜୀଙ୍କ ଗୋଡ଼-ହାତ କଟି ରକ୍ତ ବାହାରିଥିଲା। ପିଲାମାନେ ବିଚଳିତ ହୋଇଥିଲେ। ଘରେ ଆସବାବପତ୍ର ଫୋପଡ଼ାଫିଙ୍ଗା କରିଥିଲେ। ସେହିପରି ସେହି ଗାଁର ମିଟୁ କାଣ୍ଡିଙ୍କ ୧୫ ବର୍ଷର ଝିଅ ଓ ଟିଟୁ କାଣ୍ଡି ୧୪ ବର୍ଷିୟା ଝିଅଙ୍କ ନିକଟରେ ସମାନ ଭାବେ ଅସ୍ୱାଭାବିକ ଲକ୍ଷଣ ଦେଖା ଯାଇଥିଲା।
Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍
୩ ମାସ ହେଲା ନାବାଳିକାମାନଙ୍କ ପାଖରେ ଲକ୍ଷଣ ଦେଖି ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ହୋଇ ପାରି ନ ଥିଲେ। ଶେଷରେ ଗୁଣିଆ ଡାକି ପୂଜାପାଠ କରାଯାଇଥିଲା। ପୂଜା ପରେ କେହି ତନ୍ତ୍ର ସାଧନା ଦ୍ୱାରା ପିଲାମାନଙ୍କୁ ଆଘାତ କରିବା ସହ ପାଖ ଗାଁର ଗୁଣିଆ ସନ୍ତୋଷଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଗତକାଲି ସନ୍ଧ୍ୟାରେ ପିଲାମାନଙ୍କର ଅଭିଭାବକ ଏବଂ ଗ୍ରାମବାସୀ ନିମାପଡ଼ା ଥାନା ରଙ୍ଗମଠ ଗାଁର ସନ୍ତୋଷଙ୍କୁ ଖୋଜିଥିଲେ। ବହୁ ଖୋଜାଖୋଜି ପରେ କୁଶଭଦ୍ରା ନଦୀପଠା ମଶାଣିରେ ପୂଜାପାଠ କରୁଥିବା ବେଳେ ଗୁଣିଆ ସନ୍ତୋଷ ଓ ସାତପୁରିର ଗାଲୁଆଙ୍କୁ ଦେଖିଥିଲେ। ସେମାନଙ୍କୁ କାବୁ କରି ସେମାନଙ୍କ ନିକଟରୁ ହାଡ଼ ଓ ପାଉଁଶ ବାହାର କରିବା ପରେ ଗାଁକୁ ଆଣି ପଚରାଉଚରା କରିଥିଲେ। ସେମାନେ ଲୋକଙ୍କ ସାମ୍ନାରେ ସତ ମାନିଥିଲେ। ସେଥିପାଇଁ ସ୍ଥାନୀୟ କ୍ଲବ୍ ଘରେ ବୈଠକ ବସିଥିଲା। ନାବାଳିକାମାନଙ୍କ ଉପରେ ପରୀକ୍ଷାମୂଳକ ଭାବେ ତନ୍ତ୍ର ପ୍ରୟୋଗ କରିଥିବା ଗୁଣିଆ ଦ୍ବୟ ସ୍ୱୀକାର କରିଥିଲେ। ଖବର ପାଇ ବାଲିପାଟଣା ପୁଲିସ ୨ ଗୁଣିଆଙ୍କୁ ଭିଡ଼ ଭିତରୁ ଥାନାକୁ ଆଣି ଅଟକ ରଖିଥିଲା। ତେବେ ଆପୋସ ସମାଧାନ ପରେ ୨ଜଣ ଗୁଣିଆଙ୍କୁ ପରିବାର ଲୋକେ ଜିମାରେ ନେଇଥିବା ଜଣାପଡ଼ିଛି।
Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’

35 minutes ago
1


