Life Mantra: ଜୀବନ-ମନ୍ତ୍ର: ଶ୍ରଦ୍ଧା ଓ ବ୍ରହ୍ମପ୍ରାପ୍ତି ଶ୍ରାଦ୍ଧବୃକ୍ଷର ପୁଷ୍ପ ଓ ଫଳ

46 minutes ago 3
ARTICLE AD BOX

ଶ୍ରଦ୍ଧାପୁଷ୍ପମିଜଂ ପ୍ରୋକ୍ତଂ ଫଲଂ ବ୍ରହ୍ମସମାଗମଃ।
ଆୟୁଃ ପୁତ୍ରାନ୍ ଧନଂ ବିଦ୍ୟାଂ ସ୍ବର୍ଗଂ ମୋକ୍ଷଂ ସୁଖାନି ଚ।।
- ମତ୍ସ୍ୟପୁରାଣ, ୯/୧୧

ବ୍ୟାସଦେବ ବିରଚିତ ଅଷ୍ଟାଦଶ ପୁରାଣ ମଧ୍ୟରୁ ‘ମତ୍ସ୍ୟପୁରାଣ’ ଅନ୍ୟତମ। ଏହା ଭଗବାନ ବିଷ୍ଣୁଙ୍କର ପ୍ରଥମ ଅବତାରଙ୍କ ନାମରେ ନାମିତ। ଏହାକୁ ଲୋକବିଦ୍ୟାର ବିଶ୍ବକୋଷ କୁହାଯାଏ। ଏ ଦୃଷ୍ଟିରୁ ଏହା ଜ୍ଞାନର ଏକ ଗନ୍ତାଘର। ‘ମତ୍ସ୍ୟପୁରାଣ’ର ଏକାଧିକ ଅଧ୍ୟାୟରେ ଶ୍ରାଦ୍ଧ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ସେଥିମଧ୍ୟରୁ ନବମ ଅଧ୍ୟାୟ ଅନ୍ୟତମ। ତାହାର ଉପରୋକ୍ତ ଶ୍ଳୋକରେ ଶ୍ରାଦ୍ଧର ଫଳ ଓ ଶ୍ରଦ୍ଧାର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ଆଶ୍ବିନ କୃଷ୍ଣ ପ୍ରତିପଦ ଠାରୁ ଆଶ୍ବିନ ଅମାବାସ୍ୟା (ମହାଳୟା ଅମାବାସ୍ୟା) ପର୍ଯ୍ୟନ୍ତ ଚାଲିଥିବା ‘ପିତୃପକ୍ଷ’ ପରିପ୍ରେକ୍ଷୀରେ ଏହା ବିଶେଷ ମହତ୍ତ୍ବପୂର୍ଣ୍ଣ ବିବେଚିତ ହୁଏ।

Mountain Bike Cycling: ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଜାତୀୟ ମାଉଣ୍ଟେନ୍‌ ବାଇକ୍‌ ସାଇକ୍ଲିଂ ଚାମ୍ପିଅନ୍‌ସିପ୍‌

ଏହାର ଅର୍ଥ, ଶ୍ରଦ୍ଧା ହେଉଛି ଶ୍ରାଦ୍ଧକର୍ମ ରୂପକ ବୃକ୍ଷର ଫୁଲ ଏବଂ ତାହାର ପରମ ଫଳ ହେଉଛି ବ୍ରହ୍ମସମାଗମ ବା ବ୍ରହ୍ମପ୍ରାପ୍ତି। ଏହି ଏକାଦଶ ଶ୍ଳୋକର ପୂର୍ବବର୍ତ୍ତୀ ‌ଦଶମ ଶ୍ଳୋକରେ ଏ ପ୍ରସଙ୍ଗରେ ବର୍ଣ୍ଣିତ ଅଛି- ରତିଶକ୍ତି, ପ୍ରିୟାପନ୍ବୀ, ଭୋଜ୍ୟବସ୍ତୁ, ଭୋଜନ କରିବାର ଶକ୍ତି, ଦାନ କରିବାର ସାମର୍ଥ୍ୟ, ଧନସଂପତ୍ତି, ସୁନ୍ଦରତା ଓ ଆରୋଗ୍ୟ- ଏ ସମସ୍ତକୁ ଶ୍ରଦ୍ଧାରୂପକ ପୁଷ୍ପର ପ୍ରକାଶିତ ଫଳ ବୋଲି ବୁଝାଯାଏ। ସେହିପରି ଏକାଦଶ ଶ୍ଳୋକର ଦ୍ବିତୀୟ ପାଦ ସହିତ ଦ୍ବାଦଶ ଶ୍ଳୋକରେ ଯାହା କୁହାଯାଇଛି, ତାହାର ଅର୍ଥ ହେଉଛି- ଶ୍ରାଦ୍ଧଦ୍ବାରା ପିତୃଗଣ ପ୍ରସନ୍ନ ହେଲେ ଆୟୁ, ସନ୍ତାନ, ଧନ, ବିଦ୍ୟା, ସ୍ବର୍ଗ, ମୋକ୍ଷ, ସୁଖ ଓ ରାଜ୍ୟ ପ୍ରଦାନ କରନ୍ତି। ଏଣୁ ଏହା ମଧ୍ୟ ହେଉଛି ଶ୍ରାଦ୍ଧରୂପୀ ବୃକ୍ଷରେ ଫୁଟୁଥିବା ଶ୍ରଦ୍ଧାରୂପୀ ଫୁଲର ଫଳ।

Education: ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ସ୍ୱଚ୍ଛ ଭାରତ ମିସନ ଆରମ୍ଭ କରାଯାଇଛି: ମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.