ARTICLE AD BOX
ଔପଦା(ଅଶୋକ କୁମାର ପ୍ରଧାନ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମପଞ୍ଚାୟତ ଅତାସାହିର ମାହାଲିଆ ବସ୍ତିରେ ଗୋଟିଏ ବାଛୁରୀକୁ ହତ୍ୟା କରାଯାଇ ବେଆଇନ ଗୋମାଂସ ରଖାଯାଇଥିବା ନେଇ ଚଢ଼ଉ କରାଯାଇଛି। ଘଟଣାସ୍ଥଳରୁ ଗୋମାଂସ ଜବତ ହେବା ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ଉତ୍ତ୍ୟକ୍ତ ମହିଳାମାନେ ପୁଲିସ ଗାଡ଼ିକୁ ଅଟକାଇଛନ୍ତି
​ମିଳିଥିବା ସୂଚନା ମୁତାବକ, ମାହାଲିଆ ବସ୍ତିରେ ଗୋଟିଏ ବାଛୁରୀକୁ ହତ୍ୟା କରାଯାଇ ମାଂସ ବିକ୍ରି କରାଯାଉଥିବା ନେଇ ଗ୍ରାମବାସୀଙ୍କଠାରୁ ଖବର ପାଇଥିଲା ଔପଦା ପୁଲିସ। ଖବର ପାଇବା ପରେ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରୁ ଗୋମାଂସ ଜବତ କରାଯିବା ସହ ଏହି କାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖି ପୁଲିସ ଗାଡ଼ିରେ ବସାଇଥିଲା।
​ତେବେ ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ କରି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଉତ୍ତ୍ୟକ୍ତ ମହିଳାମାନେ ରାସ୍ତା ଉପରେ ପୁଲିସ ଗାଡ଼ିକୁ ଅଟକାଇ ହୋହାଲ୍ଲା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଉତ୍ତ୍ୟକ୍ତ ଲୋକଙ୍କୁ ଔପଦା ଥାନା ଆଇଆଇସି ପ୍ରମୋଦ କୁମାର ଦାସ ଓ ସହଯୋଗୀମାନେ ବୁଝାସୁଝା କରୁଛନ୍ତି।
Weather: ‘ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି’

48 minutes ago
2


