Seize: ପୋଲିସ ଓ ଖଣି ବିଭାଗ ମିଳିତ ଛାନଭିନ: ପାଞ୍ଚ ଚୋରା ବାଲି ବୋଝେଇ ହାଇୱା ଗାଡି ଜବତ

1 hour ago 2
ARTICLE AD BOX

ରଣପୁର: ରାଜ୍ୟରେ ଲଘୁଜାତ ଖଣିଜ ପଦାର୍ଥ ରାଜସ୍ବ ବିଭାଗ ହାତରୁ ଖଣି ବିଭାଗ ହାତକୁ ହସ୍ତାନ୍ତର କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଚୋରା ଚାଲାଣ ବନ୍ଦ ହେବା ସହ ଅଧିକ ରାଜସ୍ବ ଆଦାୟ। କିନ୍ତୁ ଖଣି ବିଭାଗ ହାତରେ ଅଧିକ କର୍ମଚାରୀ ସମ୍ବଳ ନଥିବାରୁ ଲଘୁଜାତ ଖଣିଜ ପଦାର୍ଥଚୋରା ଚାଲାଣ ବଢିବା ଯୋଗୁଁ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ସେଭଳି ଦେଖିବାକୁ ମିଳୁଛି ନୟାଗଡଜିଲ୍ଲା ରଣପୁର ଅଞ୍ଚଳରେ। ନୟାଗଡ ଜିଲ୍ଲା ଗଣିଆ ନିକଟ ସିଦ୍ଧାମୁଳା ଘାଟରୁ ଚୋରା ବାଲି ଚାନ୍ଦପୁର ଥାନା ଏପରିକି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପର୍ଯ୍ୟନ୍ତ ବିନା କାଗଜପତ୍ରରେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। 

ଚାନ୍ଦପୁର ଥାନା ପୋଲିସ ଆଇନଶୃଙ୍ଖଳା ଉପରେ ବ୍ୟସ୍ତ ଥିବାବେଳେ ଖଣି ବିଭାଗରେ କର୍ମଚାରୀ ଅଭାବ ଚୋରା ବାଲି ଚାଲାଣକାରୀଙ୍କୁ ସୁହାଉଛି। ନୟାଗଡ ଖଣି ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ହାଁସଦା ଯୋଗଦେଲା ପରେ ଚୋରା ବାଲି ଚାଲାଣ ରୋକିବା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡିଛି। ହାଁସଦା ଙ୍କ ନିର୍ଦେଶରେ ଅତିରିକ୍ତ ଖଣି ଅଧିକାରୀ ଦେବାଶିଷ ନାୟକ ଓ ଚାନ୍ଦପୁର ଥାନା ନିରୀକ୍ଷକ ଅଭୟ ବେହେରା ଜୁଲାଇ ୨୨ ତାରିଖ ସକାଳୁ ରଣପୁର ଚାନ୍ଦପୁର ପୂର୍ତ୍ତରାସ୍ତାରେ ମିଳିତ ଛାନଭିନ କରିବା ସମୟରେ ପାଞ୍ଚଟି ବାଲିବୋଝେଇ ହାଇୱା ଗାଡି ତନଖି କରିଥିଲେ। ତନଖି ସମୟରେ ଆବଶ୍ୟକ ବାଲି ଚାଲାଣ କାଗଜ ଦେଖାଇ ପାରିନଥିଲେ ଚାଳକ।

ଆହୁରି ପଢନ୍ତୁ: NEET Controversy: ସଂସଦରେ କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ

ତେଣୁ ପାଞ୍ଚଟି ଯାକ ଚୋରା ବାଲି ବୋଝେଇ ହାଇୱା ଜବତ ସହ ପାଞ୍ଚଟି ମାମଲା ରୁଜୁ ହୋଇଥିବା ଅତିରିକ୍ତ ଖଣି ଅଧିକାରୀ ନାୟକ ସୂଚନା ଦେଇଛନ୍ତି।  ଖଣି ଆଇନ ଅନୁଯାଇ ଦଣ୍ଡ ବିଧାନ କରାଯିବ।  ଗିରଫ ଚାଳକମାନଙ୍କୁ ଥାନାରୁ ନୋଟିସରେ ଛାଡ଼ିଥିବା ଜଣାପଡିଛି। ଏହି ଚଢ଼ାଉ ଖବର ପାଇ ପ୍ରତିଦିନ ଚୋରା ବାଲି ଚାଲାଣ ହେଉଥିବା ଶହ ଶହ ହାଇୱା କେଉଁ ଆଡେ ଛପି ଯାଇଥିଲା। ଆଗକୁ ଚଢ଼ାଉକୁ ବ୍ୟାପକ କରାଯିବ ବୋଲି ଖଣି ଅଧିକାରୀ ନାୟକ ଓ ଥାନା ନିରୀକ୍ଷକ ବେହେରା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.