Second Flood Hits Bhadrak ସାଳନ୍ଦୀ, ବୈତରଣୀର ଦ୍ୱିତୀୟ ବନ୍ୟାଜଳ, ଦୁର୍ଦ୍ଦଶା ହଟିନଥିଲା, ପୁଣି ପାଣି ମାଡ଼ିଆସିଲା

21 hours ago 4
ARTICLE AD BOX

ଆଖୁଆପଦା ଠାରେ ବୈତରଣୀ ବନ୍ୟାଜଳ ୧୯. ୭୫ ମିଟର ଉପରେ ଚାଲୁଛି

ରାଜଘାଟ ଠାରେ ସାଳନ୍ଦୀର ବନ୍ୟା ଜଳ ୧୬. ୯୦ ଫୁଟ ଉପରେ ଚାଲୁଛି 

ଭଦ୍ରକ (ହରିହର ନାୟକ):  ଆଜି (ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି । ସନ୍ଧ୍ୟା ସୁଦ୍ଧା ସାଳନ୍ଦୀର ଭଦ୍ରକ ରାଜଘାଟ ଠାରେ ବିପଦ ସଙ୍କେତ ୧୭ ଫୁଟ ରହିଥିବା ବେଳେ ଏଠାରେ ୧୬.୯୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବୈତରଣୀର ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଙ୍କେତ ୧୭. ୮୩ ମିଟର ଥିବା ବେଳେ ଏଠାରେ ଏବେ ୧୯.୭୫ମିଟର ଉପରେ  ବନ୍ୟାଜଳ ପ୍ରବାହିତ ହେଉଛି।

Flood: ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ଓ ବୈତରଣୀରେ ଦ୍ବିତୀୟ ବନ୍ୟା ପରିସ୍ଥିତି, ସମୀକ୍ଷା କଲେ ଜିଲ୍ଲାପାଳ
ଭଦ୍ରକରେ ପ୍ରଥମ ବନ୍ୟାର ଦୁର୍ଦ୍ଦଶା ଯାଇନଥିବା ବେଳେ ଦ୍ୱିତୀୟ ବନ୍ୟାରେ ଲୋକ ଆତଙ୍କିତ ହୋଇଛନ୍ତି। ଜଳବନ୍ଦୀରେ ଥିବା ଧାମନଗର ବ୍ଲକର ତଳିଆ ଅଞ୍ଚଳର ଲୋକମାନେ କହିଛନ୍ତି, ତଳିଆ ଅଞ୍ଚଳରେ ବିପଦ ହଟି ନାହିଁ,  ପୁଣି ସେମାନଙ୍କ ଉପରେ ବିପଦ ମାଡ଼ି ଆସିଲା । ଘରଦ୍ବାର ଛାଡ଼ି ରିଲିଫ କେନ୍ଦ୍ରରେ ରହିଥିଲେ।  ପୁଣି ଏବେ ରିଲିଫ କେନ୍ଦ୍ରକୁ ଯିବେ। 

Flood in Bhadrak: ଭାଙ୍ଗିଗଲା ନାଳିଆ ନଦୀର ୫୦ ଫୁଟ ବନ୍ଧ
ଭଦ୍ରକ ସହରର  ସମେତ ଭଦ୍ରକ ବ୍ଲକର ୧୦ ପଞ୍ଚାୟତ ,  ତିହିଡି ବ୍ଲକର ୧୧ ପଞ୍ଚାୟତ , ଭଣ୍ଡାରିପୋଖରୀର ୧୫ ପଞ୍ଚାୟତ , ଧାମନଗର ବ୍ଲକର ୩୦ ପଞ୍ଚାୟତ, ଚାନ୍ଦବାଲି ବ୍ଲକର ୮ ପଞ୍ଚାୟତ  ଜଳମଗ୍ନ ହୋଇଛି। ସାଳନ୍ଦୀରେ ବନ୍ୟାଜକ ବୃଦ୍ଧି ପାଇବା ପରେ ଆଜି ସୁଦ୍ଧା  ଭଦ୍ରକ  ବ୍ଲକର ରାମୁକୁନ୍ଦ୍ ପୁର ଗ୍ରାମରେ  ଥିବା ପକା ପୋଲ ବନ୍ୟା ପାଣିରେ ବୁଡି ରହିଛି।  ସାଳନ୍ଦୀ ଓ  ନାଲିଆ  ନଦୀରେ ବନ୍ୟା ଆସି ଏହି ଅଞ୍ଚକକୁ ପୁଣି  ଜଳମୟ କରୁଛି।  

salandi flood1


ଭଦ୍ରକ ଜିଲ୍ଲାପାଳ ସୋମେଶ  ଉପାଧ୍ୟାୟ କହିଛନ୍ତି, ପ୍ରଶାସନ ପକ୍ଷରୁ ଏହି ବିପନ୍ନ ଲୋକଙ୍କୁ   ସହଯୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଯେଉଁ ଲୋକମାନଙ୍କୁ ବନ୍ୟା ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ  ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ପାଇଁ ରିଲିଫ ବ୍ୟବସ୍ଥା କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.