ARTICLE AD BOX
ମାଲକାନଗିରି(ପ୍ରେମେନ୍ଦ୍ର କୁମାର ପରିଚ୍ଛା): କୁଡ଼ୁମୁଲୁଗୁମ୍ମା ରାସ୍ତାରେ ଏକ ସ୍କୁଟି ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
Diwali accident: ବାଣ ଫୁଟାଇବା ବେଳେ ପେଟରେ ପଶିଗଲା ରକେଟ୍, ବାଳକର ମୃତ୍ୟୁ
ଗତକାଲି (ରବିବାର) ବିଳମ୍ବିତ ରାତିରେ ତାର୍ଲାକୋଟା ପଞ୍ଚାୟତ ମହୁଲଫୁଟ ଗ୍ରାମର ରାଜୁ ଖିଲ, ତାଙ୍କ ମାମୁଁ କୁମ ଖୋରା ଓ ଅନ୍ୟ ଜଣେ ଯୁବକ ଏକ ସ୍କୁଟିରେ କୁଡ଼ୁମୁଲୁଗୁମ୍ମା ଯାଉଥିଲେ। ସୋମନାଥପୁର ସ୍କୁଲ ଛକ ନିକଟରେ ଏକ ବାଲିବୋଝେଇ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ରାଜୁଙ୍କୁ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ଦୁଇଜଣଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ କୁମଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଯୁବକଙ୍କୁ ଗରୁତର ଅବସ୍ଥାରେ କୋରାପୁଟ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।
Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର
ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର୍ ଅଛନ୍ତି। ମୃତକଙ୍କ ପରିବାର ଲୋକେ ବାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାଲିମେଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

58 minutes ago
1


