ARTICLE AD BOX
ବାରିପଦା: ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ମୟୂରଭଞ୍ଜଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ, ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ (ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ) ଆଜି ଅର୍ଥାତ୍ ୨୫.୦୯.୨୦୨୬ ରିଖ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁଷ୍ଠିତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯିବ ଏବଂ ଏଗୁଡ଼ିକ ଅନ୍ୟ ଏକ ଉପଯୁକ୍ତ ତାରିଖରେ ପରିଚାଳିତ ହେବ, ଯାହା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଭାବେ ସୂଚନା ଦିଆଯିବ।
ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି
ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଙ୍କୁ ଜଣାଇଦିଆଯାଉଛି ଯେ, ସମସ୍ତ ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ଏ ବିଷୟରେ ଅବଗତ କରାନ୍ତୁ ଏବଂ ହ୍ୱାଟ୍ସଆପ ଗ୍ରୁପ୍, ଏସଏମଏସ, ଫୋନ୍ କଲ୍ ତଥା ଅନ୍ୟାନ୍ୟ ଉପଲବ୍ଧ ଯୋଗାଯୋଗ ମାଧ୍ୟମ ଜରିଆରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟରେ ଏହି ସୂଚନା ପହଞ୍ଚାଇବେ। ଏନେଇ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
Road Blocked: ବାଲିପାଟଣାରେ ଘୁର୍ଣ୍ଣିବଳୟ ପ୍ରଭାବ: ବନମାଳୀପୁର-ବଳଙ୍ଗା ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଅବରୋଧ

3 days ago
4


