BJP: ନବୀନ ପଟ୍ଟନାୟକ ଖଣି ମନ୍ତ୍ରୀ ଥିବା ସମୟରେ MMDR ପ୍ରସଙ୍ଗରେ କଣ ପଦକ୍ଷେପ ନେଇଥିଲେ, ହିସାବ ଦିଅନ୍ତୁ: ବିଜେପି

45 minutes ago 1
ARTICLE AD BOX

ଭୁବନେଶ୍ବର: ଆଜି ବି ଗୃହ ଅଚଳ ହେବା ପରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଗୃହକୁ ଚଳାଇ ନଦେବା ପାଇଁ ବିରୋଧୀ ଦଳର ନିର୍ଦ୍ଦେଶ ଥିବା ସେ ଅଭିଯୋଗ କରିଛନ୍ତି । ପ୍ରଶ୍ନକାଳରେ ଲୋକଙ୍କ ସମ୍ପର୍କିତ ପ୍ରସଙ୍ଗ ଉଠାଇବାର ସୁଯୋଗ ଥିବା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ଭାଗ ନେଇନଥିବା ସେ କହିଛନ୍ତି ।

ସନ୍ତୋଷ ଖଟୁଆ କହିଛନ୍ତି, ଆଜି ପ୍ରଶ୍ନକାଳରେ ଖାଦ୍ୟ ଅପମିଶ୍ରଣ ଭଳି ସାଧାରଣ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ରହିଥିଲା। ବର୍ଷା ଓ ବନ୍ୟା ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଉଠାଯାଇପାରିଥାନ୍ତା । କିନ୍ତୁ ଏସବୁ ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନନେଇ କେବଳ MMDR ପ୍ରସଙ୍ଗ ଉଠାଉଥିବା ସେ ଅଭିଯୋଗ କରିଛନ୍ତି । MMDRକୁ ବିରୋଧୀ ଦଳ ନିଜର ରାଜନୈତିକ ପ୍ରସଙ୍ଗ ଭାବେ ଉଠାଉଥିବା କହି ସନ୍ତୋଷ କହିଛନ୍ତି, ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ନେଇ ପ୍ରଶ୍ନ ରହିଛି । ସେପଟେ ଆଜି ନବୀନ ପଟ୍ଟନାୟକ ରାଜରାସ୍ତାକୁ ଓହ୍ଲାଇବା ପ୍ରସଙ୍ଗକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ବିଜେଡି ସରକାର ସମୟର ଖଣି କାରବାର ନେଇ ଅଭିଯୋଗ

ନବୀନ ପଟ୍ଟନାୟକ ପୂର୍ବରୁ ଖଣି ମନ୍ତ୍ରୀ ଥିବା ସମୟରେ MMDR ପ୍ରସଙ୍ଗରେ କଣ ପଦକ୍ଷେପ ନେଇଥିଲେ, ତାହାର ହିସାବ ଦେବାକୁ ସନ୍ତୋଷ ଖଟୁଆ କହିଛନ୍ତି। ବିଜେଡି ସରକାର ସମୟର ଖଣି କାରବାରକୁ ନେଇ ମଧ୍ୟ ସେ ଅଭିଯୋଗ ଉଠାଇଛନ୍ତି । ସେହିପରି ଶାହ କମିଶନର ରିପୋର୍ଟକୁ ଉଲ୍ଲେଖ କରି ବିଜେଡି ସରକାର ସମୟର ଖଣି କାରବାର ନେଇ ସନ୍ତୋଷ ଖଟୁଆ ଅଭିଯୋଗ ଆଣିଛନ୍ତି । ତେବେ ଶାହ କମିଶନ ଓଡ଼ିଶାରେ ଲୁହାପଥର ଓ ମାଙ୍ଗାନିଜ ଖଣିରେ ବେଆଇନ ଖଣି ଖନନ ସମ୍ପର୍କରେ ତଦନ୍ତ କରିଥିଲା ଏବଂ ଏନେଇ ରିପୋର୍ଟ ଦାଖଲ ହୋଇଥିଲା । 

ଅନ୍ୟପଟେ, MMDR ସଂଶୋଧନକୁ ନେଇ ବିଧାନସଭାରେ ଲଗାତାର ବିରୋଧ ଓ ହଟ୍ଟଗୋଳ ଜାରି ରହିଛି । ବିଜେଡି ପକ୍ଷରୁ ସଂଶୋଧନ ପ୍ରତ୍ୟାହାର ଦାବି କରାଯାଉଥିବା ବେଳେ ଦଳ ପକ୍ଷରୁ ଆଜି ଲୋୟର ପିଏମଜିରେ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରାଯାଇଥିଲା । ନବୀନ ପଟ୍ଟନାୟକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । MMDR ସଂଶୋଧନ ରାଜ୍ୟର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ପ୍ରଭାବ ପକାଇବ ବୋଲି ବିଜେଡି ଦାବି କରୁଥିବା ବେଳେ, ଏହି ଦାବିକୁ ନେଇ ବିଜେପି ପକ୍ଷରୁ ଭିନ୍ନ ମତ ରଖାଯାଇଛି । ଫଳରେ MMDR ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ବିବାଦ ଜାରି ରହିଛି ।

Dr Mukesh Mahaling: ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.