ARTICLE AD BOX
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିୟୋଜ ସହ ଜଡ଼ିତ ଠିକଣାରେ ଆଜି ଆୟକର ବିଭାଗ ଚଢ଼ାଉ କରିଛି। ଆୟକର ବିଭାଗ ପକ୍ଷରୁ ବଲିଉଡ୍ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷ ଓ କମ୍ପାନିଗୁଡ଼ିକର ୧୨ଟି ଠିକଣାରେ ତଲାସୀ ଅଭିଯାନ ଚଳାଯାଇଛି।
ଫିଲ୍ମ ପ୍ରକଳ୍ପ ନାମରେ ବିଦେଶକୁ କଥିତ ଭାବେ ପଠାଯାଇଥିବା ଟଙ୍କାକୁ ନେଇ ଆୟକର ବିଭାଗ ଏହି କାର୍ଯ୍ୟାନୁଷ୍ଠାନ କରୁଛି। ଏହି ତଲାସୀରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ପ୍ରଯୋଜକ ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍ ସହ ଜଡ଼ିତ ଠିକଣାଗୁଡ଼ିକ ସାମିଲ ରହିଛି। ମୁମ୍ବାଇ ଆୟକର ବିଭାଗ ପକ୍ଷରୁ ଏହି ତଲାସୀ ଚାଲିଛି।
ଆୟକର ବିଭାଗକୁ ଗତ କିଛି ଦିନ ଧରି ସୂଚନା ମିଳୁଥିଲା ଯେ, ସିନେମା ସୁଟିଂ, ବିଦେଶୀ ବିତରଣ ଏବଂ ପ୍ରଯୋଜନ ନାମରେ ବିଦେଶକୁ ମୋଟା ଅଙ୍କର ଟଙ୍କା ପଠାଯାଉଛି। ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ଆୟକର ବିଭାଗର ଏକାଧିକ ଟିମ୍ ମୁମ୍ବାଇର ବିଭିନ୍ନ କାର୍ଯ୍ୟାଳୟ ଏବଂ ସେଗୁଡ଼ିକ ସହ ଜଡ଼ିତ ସ୍ଥାନରେ ତଲାସୀ କରୁଛନ୍ତି। ଏହି ଅଭିଯାନରେ ଆର୍ଥିକ କାରବାର ସହ ଜଡ଼ିତ ଦସ୍ତାବିଜ ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଥିବା କୁହାଯାଉଛି।
ଏହା ଶୁଳ୍କ, ଟିକସ, ନା ଅନ୍ୟ କିଛି: ୨ ହଜାରରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ କାହିଁକି ଲାଗିବ ଚାର୍ଜ

1 hour ago
1

