School Student Dies ଝାଡାବାନ୍ତିରେ କସ୍ତୁରବା ଆବସିକ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ

1 week ago 4
ARTICLE AD BOX

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଦୁର୍ଗୀ ସ୍ଥିତ କସ୍ତୁରବା ଗାନ୍ଧି ଆବସିକ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ବିଷମକଟକ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ଘଟିଛି। ଛାତ୍ରୀଜଣକ ଝାଡ଼ାବାନ୍ତିରେ ସଙ୍କ୍ରମିତ ଥିଲେ। 

Food Poisoning Under Probe କସ୍ତୁରବା ଗାନ୍ଧୀ ଉପ୍ରା ବିଦ୍ୟାଳୟରେ ଝାଡ଼ାବାନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଟପିଲା

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନାରେ, ମୃତ ଛାତ୍ରୀଜଣକ ହେଲେ ଲାଞ୍ଜିମପଦର ଗ୍ରାମର ପୂର୍ଣ୍ଣ ଗାଂଟାଙ୍କ ଝିଅ ଭୂମିକା ଗାଂଟା(୧୭)। ଚଳିତ ମାସ ୫ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା। ହଷ୍ଟେଲ ୱାଡର୍ନ ତାଙ୍କୁ ଦୁର୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଛାତ୍ରାବାସ କୁ ଫେରାଇ ଆଣିଥିଲେ। ହେଲେ ଗତକାଲି (ଗୁରୁବାର) ରାତ୍ରିରେ ଭୂମିକାଙ୍କୁ ଝାଡା ସାଙ୍ଗକୁ ବାନ୍ତି ହୋଇଥିଲା। ପୁଣିଥରେ  ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । 

ବିଷାକ୍ତ ଖାଦ୍ୟ ଖାଇ କସ୍ତୁରବା ଗାନ୍ଧୀ ଛାତ୍ରୀବାସର ୫୦ ଛାତ୍ରୀ ଅସୁସ୍ଥ!

ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ  ଭୂମିକାଙ୍କ ପିତାମାତାଙ୍କୁ ସୂଚିତ କରିଥିଲେ। ପରିବାର ଲୋକେ ପହଞ୍ଚି ଭୂମିକାଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ସ୍ଥାନୀୟ  ଖ୍ରୀଷ୍ଟିଆନ୍‌ ହସ୍ପପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଆଜି ମଧ୍ୟାହ୍‌ଣରେ ତାଙ୍କର ମୃତ୍ୟୂ ଘଟିଛି।  

Students Hospitalised: ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି, ମେଡିକାଲରେ ଭର୍ତ୍ତି

ଛାତ୍ରାବାସ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଭୂମିକାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ କିଛି ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ବୁଝାସୁଝା କରି ଶବକୁ ଆମ୍ବୁଲାନସ୍ ଯୋଗେ ଲାଞ୍ଜିମପଦର ପଠାଇବାରେ ବ୍ୟବସ୍ଥା କରିଥିଲେ। 
 

Read Entire Article
LEFT SIDEBAR AD

Hidden in mobile, Best for skyscrapers.