SBIର ମାଗଣା ଅନଲାଇନ୍ କୋର୍ସ; AI, ମାର୍କେଟିଂ ଓ ଫାଇନାନ୍ସ ଶିଖିବାର ସୁଯୋଗ

13 hours ago 2
ARTICLE AD BOX

ଆଜିର ଡିଜିଟାଲ ଯୁଗରେ ଚାକିରି ଓ କ୍ୟାରିୟର ପାଇଁ ଡିଗ୍ରୀ ସହ ନୂଆ ଦକ୍ଷତା ହାସଲ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) edX ପ୍ଲାଟଫର୍ମ ଜରିଆରେ ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମ ଉପଲବ୍ଧ କରାଇଛି। ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଜେନେରେଟିଭ୍ ଏଆଇ, ମାର୍କେଟିଂ, ପର୍ସନାଲ ବ୍ରାଣ୍ଡିଂ, ଫାଇନାନ୍ସ ଓ ବ୍ୟାଙ୍କିଂ ଭଳି ବିଷୟ ସାମିଲ ରହିଛି। ବିଶେଷ କଥା ହେଉଛି, ଏହି ପାଠ୍ୟକ୍ରମଗୁଡ଼ିକୁ ଅଡିଟ୍ ମୋଡ୍‌ରେ ମାଗଣାରେ ଅଧ୍ୟୟନ କରାଯାଇପାରିବ। ତେବେ ଅନ୍ୟ କୌଣସି ପ୍ରମାଣପତ୍ର ପାଇଁ ଶିକ୍ଷାର୍ଥୀଙ୍କୁ ଫି’ ଦେବାକୁ ପଡ଼ିପାରେ।

AI ଓ ଜେନେରେଟିଭ୍ AI 

ଏସ୍‌ବିଆଇର କୋର୍ସ ତାଲିକାରେ ବ୍ୟବସାୟିକ ଅଟୋମେସନ ପାଇଁ ଏଆଇ ଓ ଜେନେରେଟିଭ୍ ଏଆଇ, ଏବଂ ଏହାର ପ୍ରୟୋଗ ଭଳି ପାଠ୍ୟକ୍ରମ ରହିଛି। ଏହି କୋର୍ସଗୁଡ଼ିକରେ ବ୍ୟବସାୟିକ କ୍ଷେତ୍ରରେ ଏଆଇର ବ୍ୟବହାର ଓ ଅଟୋମେସନ ସମ୍ପର୍କିତ ଧାରଣା ଉପରେ ଶିକ୍ଷା ଦିଆଯିବ। କିଛି କୋର୍ସ ପାଇଁ କୋଡିଂ କିମ୍ବା ବୈଷୟିକ ପୃଷ୍ଠଭୂମି ଆବଶ୍ୟକ ନଥିବା ମଧ୍ୟ ଉଲ୍ଲେଖ କରାଯାଇଛି।

ମାର୍କେଟିଂ ଓ କଣ୍ଟେଣ୍ଟ ସମ୍ପର୍କିତ 
ଡିଜିଟାଲ ମାର୍କେଟିଂ ଓ କଣ୍ଟେଣ୍ଟ ସୃଷ୍ଟିରେ ଆଗ୍ରହୀ ଶିକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଏସ୍‌ବିଆଇର ବିଭିନ୍ନ କୋର୍ସ ରହିଛି। ଏଥିରେ କଣ୍ଟେଣ୍ଟ ମାର୍କେଟିଂ କୌଶଳ, ଆର୍ଥିକ ସେବା ପାଇଁ ରିଲେସନ୍‌ସିପ୍ ମାର୍କେଟିଂ କୌଶଳ, ମାର୍କେଟିଂ ମନସ୍ତତ୍ତ୍ୱ ଏବଂ ଲିଡରସିପ୍ ଓ ମାର୍କେଟିଂ ସମ୍ପର୍କିତ ପାଠ୍ୟକ୍ରମ ସାମିଲ ଅଛି।

ଫାଇନାନ୍ସ ଓ ବ୍ୟାଙ୍କିଂ 
ଫାଇନାନ୍ସ କ୍ଷେତ୍ରରେ ଆଗ୍ରହ ରଖୁଥିବା ଶିକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଏକାଧିକ ବିକଳ୍ପ ରହିଛି। ଏଥିରେ ବିହେଭିଅରାଲ୍ ଫାଇନାନ୍ସ,, ଫାଇନାନ୍ସିଆଲ୍ ମାର୍କେଟ୍ସ ଆଣ୍ଡ ପ୍ରଡକ୍ଟସ୍, ରେସିଓ ଆନାଲିସିସ୍‌ର ମୌଳିକ ତତ୍ତ୍ୱ ଏବଂ ଇଣ୍ଡଷ୍ଟ୍ରି ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ଭଳି ବିଷୟ ରହିଛି। ବିହେଭିଅରାଲ୍ ଫାଇନାନ୍ସ କୋର୍ସରେ ମାନବୀୟ ଚିନ୍ତାଧାରା, କଗ୍ନିଟିଭ୍ ଓ ଭାବନାତ୍ମକ ପକ୍ଷପାତ କିପରି ଆର୍ଥିକ ନିଷ୍ପତ୍ତିକୁ ପ୍ରଭାବିତ କରେ, ସେନେଇ ଧାରଣା ଦିଆଯାଏ।

ପର୍ସନାଲ ବ୍ରାଣ୍ଡିଂ ଶିଖିବାର ସୁଯୋଗ
ଏସ୍‌ବିଆଇ ପକ୍ଷରୁ ପର୍ସନାଲ ବ୍ରାଣ୍ଡିଂ ସମ୍ପର୍କିତ କୋର୍ସ ମଧ୍ୟ ଉପଲବ୍ଧ ରହିଛି। ଏଥିରେ ବ୍ୟକ୍ତିଗତ ବ୍ରାଣ୍ଡ ଓ ସାଧାରଣ ବ୍ରାଣ୍ଡ ମଧ୍ୟରେ ପାର୍ଥକ୍ୟ, ପର୍ସନାଲ ବ୍ରାଣ୍ଡିଂର ଆବଶ୍ୟକତା ଏବଂ ଏହା ବିକଶିତ କରିବା ପାଇଁ ଆବଶ୍ୟକ ଦକ୍ଷତା ସମ୍ପର୍କରେ ଶିକ୍ଷା ଦିଆଯିବ। ଉପଲବ୍ଧ ସୂଚନା ଅନୁଯାୟୀ, ଏହି କୋର୍ସ ସେପ୍ଟେମ୍ବର ୨୫ରୁ ଡିସେମ୍ବର ୩୦, ୨୦୨୬ ପର୍ଯ୍ୟନ୍ତ ଚାଲିବ।

Education: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ

ଅନଲାଇନ୍ ହୋଇଥିବାରୁ ଶିକ୍ଷାର୍ଥୀମାନେ ନିଜ ସୁବିଧା ଅନୁଯାୟୀ ଏହି କୋର୍ସଗୁଡ଼ିକ କରିପାରିବେ। ଚାକିରି କିମ୍ବା ପାଠପଢ଼ା ସହିତ ନୂଆ ଦକ୍ଷତା ହାସଲ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଏହି କୋର୍ସଗୁଡ଼ିକ ଏକ ଅନଲାଇନ୍ ଶିକ୍ଷା ବିକଳ୍ପ ଭାବେ ଉପଲବ୍ଧ ଅଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.