90-crore project: ଆରମ୍ଭରୁ ଅଟକିଲା ୯୦ କୋଟି ଟଙ୍କାର ପ୍ରକଳ୍ପ: ଖଣି ପ୍ରଭାବିତ ଅଞ୍ଚଳରେ ଜଳକଷ୍ଟ

40 minutes ago 2
ARTICLE AD BOX

କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ କୋଇଲା ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ ମସିହାରେ ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିପାଇଁ  ୯୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ପ୍ରକଳ୍ପ ଆରମ୍ଭ ହେବା ଦେଖି ଅଞ୍ଚଳବାସୀ ବେଶ୍‌ ଖୁସି ହୋଇଥିଲେ। ଭାବିଥିଲେ, ଏଥର ଜଳକଷ୍ଟ ଦୂର ହେବ। ହେଲେ କାମ ଆରମ୍ଭ ହେବାର ମାତ୍ର କିଛି ମାସ ପରେ ଏହା ବନ୍ଦ ହୋଇଗଲା। ୮ ବର୍ଷ ହେଲା ଏମିତି କାମ ବନ୍ଦ ରହିଛି। ଏପଟେ ଖଣି ଅଞ୍ଚଳ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି। ତଥ୍ୟ ଅନୁସାରେ, କଣିହାଁ ବ୍ଲକ୍‌ କମରେଇ ପଞ୍ଚାୟତର ଦଣ୍ଡସିଂହା ଗାଁ ନିକଟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ, ହଠାତ୍‌  ଏହି ପ୍ରକଳ୍ପକୁ ବନ୍ଦ କରି ଦିଆଗଲା। କେଉଁ କାରଣରୁ କାମ ବନ୍ଦ ହେଲା, ତାହାର କୌଣସି ସ୍ପଷ୍ଟୀକରଣ ଦିଆଗଲା ନାହିଁ। ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାଣି ଯୋଗାଇବା ପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ନିକଟରେ କଣିହାଁ ବ୍ଲକ୍‌ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାଏକଙ୍କ ନିକଟରେ ଦାବି କରିଥିଲେ। ହେଲେ, ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହେଲାନାହିଁ। ଏଥିପାଇଁ ଖଣି ପ୍ରଭାବିତ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। 

Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ସୂଚନା ଅନୁସାରେ, ଖଣି ଅଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଏନ୍‌ଟିପିସି ଓ କଣିହାଁ କୋଇଲା ଖଣି ତାର ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ପ୍ରାୟ ୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏହାଦ୍ବାରା କଣିହାଁ ବ୍ଲକ୍‌ର ୬ଟି ପଞ୍ଚାୟତ ପିଇବା ପାଣି ପାଇପାରିଥାନ୍ତେ। ଏଲ୍ଆ‌ଣ୍ଡଟି ଠିକାସଂସ୍ଥା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର କିଛି ମାସ ପରେ କାମ ଛାଡ଼ି ଦେଇଥିଲା। ନିର୍ମାଣ କାର୍ଯ୍ୟରେ କୋଟି କୋଟି ଟଙ୍କା ବ୍ୟୟ ହେବାପରେ ଏହାକୁ  କାହିଁକି ବନ୍ଦ କରାଗଲା, ତାହା ସନ୍ଦେହ ଘେରରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା କଣିହାଁ ବ୍ଲକ୍‌ର କଣିହାଁ, କମରେଇ, ଜରଡ଼ା, ବଡ଼ତ୍ରିବିଡ଼ା, ବଡ଼ଗୁଣ୍ଡୁରି ଓ ଡେରଙ୍ଗ ପଞ୍ଚାୟତର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ୨୦୧୮ ମସିହାରେ ଢେଙ୍କାନାଳର ପ୍ରାକ୍ତନ ସାଂସଦ ତଥାଗତ ଶତପଥୀ ଓ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଅଧାରେ ବନ୍ଦ ରହିଥିବା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.