ARTICLE AD BOX
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସୁରକ୍ଷା ସଙ୍କଟ ଓ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିର ନାମ ''ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତି'' ରଖାଯାଇଛି। ଏହି ନୂତନ ସାମରିକ ବୁଝାମଣା ଫଳରେ ତିନି ଦେଶ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗ ଆହୁରି ମଜବୁତ୍ ହେବ। ସାଉଦି ଆରବରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍, ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ମଦ ବ୍ୟବସାୟୀଙ୍କ ଦାଦାଗିରି ଠପ୍; ଅନଲାଇନ ଅର୍ଡର ହେବ ମଦ
ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ବିଗୁଡ଼ୁଥିବା ସୁରକ୍ଷା ବାତାବରଣକୁ ଦୃଷ୍ଟିରେ ରଖି ଏହି ତ୍ରିପାକ୍ଷିକ ଚୁକ୍ତି କରାଯାଇଛି, ଯାହାକି ଆଞ୍ଚଳିକ କୂଟନୀତି ଓ ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି, ଏବଂ ଏକ "ଇସଲାମିକ୍ ନାଟୋ" ଗଠନ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏହି ତ୍ରିପାକ୍ଷିକ ଚୁକ୍ତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ନଜର ରଖିଛି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୈସୱାଲ ପୂର୍ବରୁ କହିଥିଲେ ଯେ, ସରକାର ଏହି ପ୍ରକାରର ପଦକ୍ଷେପଗୁଡ଼ିକର ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ପଡ଼ୁଥିବା ପ୍ରଭାବକୁ ଅନୁଧ୍ୟାନ କରୁଛନ୍ତି।

1 week ago
3


